ETV Bharat / city

ମୌସୁମୀ ଦୁର୍ବଳ, କମିଲା ବର୍ଷା

ମୌସୁମୀ ଦୁର୍ବଳ, କମିଲା ବର୍ଷା। ରାଜସ୍ଥାନରୁ ବିହାର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି ସେଥିପାଇଁ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୩, ୪ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ..

author img

By

Published : Jun 25, 2020, 10:41 PM IST

weather-update-imd
weather-update-imd

ଭୁବନେଶ୍ବର: ମୌସୁମୀ ଦୁର୍ବଳ ହେବା ସହ କମିଛି ବର୍ଷା। ରାଜସ୍ଥାନରୁ ବିହାର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ରହିଛି ସେଥିପାଇଁ ଓଡ଼ିଶାରେ ମୌସୁମୀ ଦୁର୍ବଳ ରହିଛି । ଆସନ୍ତା ୩, ୪ ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ନବରଙ୍ଗପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡା, ଦେବଗଡ଼,ସୁନ୍ଦରଗଡ, କେନ୍ଦୁଝର, ବାଲେଶ୍ୱର ଓ ମୟୁରଭଞ୍ଜ ରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଘଡ ଘଡି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଓ କଟକରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହ ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଛି।

ମୌସୁମୀ ଦୁର୍ବଳ, କମିଲା ବର୍ଷା
ଜୁନ ୧ ରୁ ଜୁନ ୨୫ ପର୍ଯ୍ୟନ୍ତ ୨୦୮.୩ ମିମି ବର୍ଷା ରେକର୍ଡ ହୋଇଛି । ୨୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୪ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି । ଝାରସୁଗୁଡା, ନୂଆପଡା, ମାଲକାନଗିରି ଓ ସୁନ୍ଦରଗଡରେ ଅଧିକ ବର୍ଷା ହୋଇଛି । ୯ ଜିଲ୍ଲାରେ ଅଧିକ ବର୍ଷା , ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ୫ ଉପକୂଳ ଜିଲ୍ଲା, ପୁରୀ,କେନ୍ଦ୍ରାପଡା, ଖୋର୍ଦ୍ଧା,ଯାଜପୁର ଏବଂ ବାଲେଶ୍ୱରରେ ସ୍ୱାଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଛି।ଗତ ୨୪ ଘଣ୍ଟା ଭିତରେ କୋଚିତ ବର୍ଷା ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାର କୋଟପାଡରେ ସର୍ବାଧିକ ୫୪.୦ ମିମି ବର୍ଷା ରେକର୍ଡ କରାଯାଇଛି । ଜୟପୁରରେ ୨୩.୪ମିମି, କୋରାପୁଟରେ ୨୩.୦ ମିମି ବର୍ଷା ରେକର୍ଡ କରାଯାଇଛି । ସାରା ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.