ETV Bharat / city

ଆଗାମୀ ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା

author img

By

Published : Sep 22, 2021, 3:38 PM IST

ଓଡିଶାର ଅନେକ ସ୍ଥାନରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୬ ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଅଧିକ ପଢନ୍ତୁ...

weather update regional imd bhubaneswar
୨୪ ଘଣ୍ଟାରେ

ଭୁବନେଶ୍ବର: ପୂର୍ବ କେନ୍ଦ୍ରିୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୫ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ଏହା ସହ ଗାଙ୍ଗେୟ ପଶ୍ଚିମବଙ୍ଗରେ ସୃଷ୍ଟି ଲଘୁଚାପ ଓ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ବର୍ତ୍ତମାନ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ।

ଆଗାମୀ ୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୨୬ରୁ ରାଜ୍ୟରେ ପ୍ରବଳ ବର୍ଷା

୨୪ ଘଣ୍ଟାରେ ଓଡିଶାର ଅନେକ ସ୍ଥାନରୁ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ସର୍ବାଧିକ ବର୍ଷା ମୟୂରଭଞ୍ଜର ଜାମଶଳା ଠାରେ 157.6 ମିଲିଲିଟର ରେକର୍ଡ କରାଯାଇଛି। ରାଜ୍ୟର ବର୍ତ୍ତମାନର ପାଣିପାଗ ସ୍ଥିତି ଅନୁଯାୟୀ ଗତକାଲି ଯେଉଁ ଲଘୁଚାପ ରହିଥିଲା ତାହା ଆଜି ଝାଡଖଣ୍ଡରେ ଦକ୍ଷିଣ ପୂର୍ବ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାଜ୍ୟର ୬ ଟି ଜିଲ୍ଲାରେ ପ୍ରବଳରୁ ମଧ୍ୟମ ଧରଣରେ ବର୍ଷା ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ କେନ୍ଦୁଝର,ସୁନ୍ଦରଗଡ଼,ଦେବଗଡ଼,ସମ୍ବଲପୁର ଏବଂ ଝାରସୁଗୁଡାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ରାଜ୍ୟରେ ଜୁନ ୧ ତାରିଖ ଠାରୁ ସେପ୍ଟେମ୍ବର ୨୨ ସୁଦ୍ଧା ୧୧% କମ ବର୍ଷା ରେକର୍ଡ ହୋଇଛି। ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଲାଗି ରହିଥିବାବେଳେ ବାକି ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ୨୩ ଓ ୨୪ ତାରିଖରେ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ । ଆସନ୍ତା ୨୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଚଳିତ ବର୍ଷର ମୌସୁମୀ 989.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷାଠାରୁ ୧୧ ପ୍ରତିଶତ କମ ବର୍ଷା ହୋଇଛି । ଏହି ସମୟରେ ଦୁଇ ଜିଲ୍ଲାରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ହୋଇଥିବାବେଳେ 8 ଜିଲ୍ଲାରେ ନିଅଣ୍ଟିଆ ବର୍ଷା ଏବଂ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.