ETV Bharat / city

ପୁଣି ଆସୁଛି ବର୍ଷା, 24 ଘଣ୍ଟାରେ ନବରଙ୍ଗପୁରରେ ସର୍ବାଧିକ ବର୍ଷିଛି

ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଫଳରେ ରାଜ୍ୟର ଉତ୍ତର ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

author img

By

Published : Sep 10, 2019, 11:42 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ହେବ ମଧ୍ୟମ ଧରଣର ବର୍ଷା । ସୂଚନା ଦେଇଛନ୍ତି ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦେଶକ । ରାଜସ୍ଥାନର ବିକାନେର, ଉତ୍ତରପୂର୍ବ ମଧ୍ୟପ୍ରଦେଶ ଲଘୁଚାପ ଅଞ୍ଚଳ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ଯାଇଛି । ଯାହାର ପ୍ରଭାବରେ ଉତ୍ତର ଓଡିଶା ସମେତ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଦେଇଛି ପାଣିପାଗ ବିଭାଗ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବରଗଡ଼, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ସୁନ୍ଦରଗଡ,ଝାରସୁଗୁଡା, ଦେବଗଡ଼,ସମ୍ବଲପୁର, ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବିଜୁଳି ହେବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।

ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବା ନେଇ କିନ୍ତୁ କୌଣସି ବାରଣ ନାହିଁ । ଜୁନ ପହିଲାରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଛି । ବର୍ଷାର ପରିମାଣ ଅଧିକ ୪ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡ଼ା ଠାରେ ସର୍ବାଧିକ ୫୦ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦେଶକ ହବିବୁର ରେହମାନ ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପାଣିପାଗ ସୂଚନା

Body:ରାଜସ୍ଥାନ ବିକାନେର ,ଉତ୍ତରପୂର୍ବ ମଧ୍ୟପ୍ରଦେଶ ଲଘୁଚାପ ଅଞ୍ଚଳ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରଫ ଲାଇନ ଯାଇଛି ,ଏହାର ପ୍ରଭାବରେ ଉତ୍ତର ଓଡିଶା ,ମାଲକାନଗିରି,କୋରାପୁଟ ଜିଲ୍ଲା ଗୁଡିକରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ।ବରଗଡ଼,ସମ୍ବଲପୁର,ଝାରସୁଗୁଡା,ସୁନ୍ଦରଗଡ,କେନ୍ଦୁଝର,ନବରଙ୍ଗପୁର,ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ସୁନ୍ଦରଗଡ,ଝାରସୁଗୁଡା,ଦେଓଗଡ଼,ସମ୍ବଲପୁର,ଅନୁଗୁଲ,ଢେଙ୍କାନାଳ,କଟକ,କେନ୍ଦୁଝର,ମୟୁରଭଞ୍ଜ,ଯାଜପୁର,କେନ୍ଦ୍ରାପଡା,ନୟାଗଡ଼,ଖୋର୍ଦ୍ଧା ଏବଂ ଗଞ୍ଜାମ ରେ ଘଡଘଡି ସହ ବିଜୁଳି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାନେଇ କୌଣସି ବାରଣ ନାହିଁ ।ଜୁନ ପହିଲାରୁ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ବର୍ଷା ହୋଇଛି।ବର୍ଷାର ପରିମାଣ ଅଧିକ ୪ ପ୍ରତିଶତ ରହିଛି।ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡ଼ା ଠାରେ ସର୍ବାଧିକ ୫୦ ମିମି ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଧେଶକ ହବିବୁର ରେହମାନ ବିଶ୍ୱାସ କହିଛନ୍ତି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.