ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆଜି(ବୁଧବାର) ଓ ଆସନ୍ତାକାଲି(ଗୁରୁବାର)ଦୁଇ ଦିନ ଧରି ପ୍ରବଳ ବର୍ଷିବ । ଆଗାମୀ 24 ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଆଭ୍ୟନ୍ତରୀ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ ବିଭାଗ ।
ଲଘୁଚାପ ପ୍ରଭାବରୁ ବୁଧବାର ଭୋର ସମୟରୁ ଭୁବନେଶ୍ବର କଟକ ଟ୍ବିନ ସିଟିରେ ବର୍ଷା ଜାରି ରହିଛି। ତେବେ ଅଧିକ ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲେ ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ , ସୁନ୍ଦରଗଡ, କଟକ, କେନ୍ଦ୍ରାପଡା,ଯାଜପୁର, ଭଦ୍ରକ, ବଲାଙ୍ଗୀର, ସୋନପୁର ଏବଂ କେନ୍ଦୁଝର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ