ETV Bharat / city

ଏବେଠୁ ହେଲାଣି ଆକାଶରୁ ଅଗ୍ନୀବର୍ଷା, ଟିଟିଲାଗଡରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

author img

By

Published : Mar 5, 2022, 5:33 PM IST

ରାଜ୍ୟରେ ଆଗାମୀ ୫ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ । ଅଧିକ ପଢନ୍ତୁ

weather is expected to be mostly dry for the next five days in Odisha
ରାଜ୍ୟରେ ଆଗାମୀ 5ଦିନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ

ଭୁବନେଶ୍ବର: ରାଜ୍ୟରେ ଆଗାମୀ ୫ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗର ବୈଜ୍ଞାନିକ ଉମାଶଙ୍କର ଦାସ । ଗତ ୨୪ ଘଣ୍ଟାରେ ପାଗ ମୁଖ୍ୟତଃ ଶୁଖିଲା ରହିଛି । ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ଦିନର ସର୍ବୋଚ୍ଚ ତାପମାତ୍ରା ଟିଟିଲାଗଡ଼ ଠାରେ ୩୬.୮ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିବା ବେଳେ ବଲାଙ୍ଗୀରରେ ୩୬.୫ ଡିଗ୍ରୀ ଏବଂ ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

ଏବେଠୁ ଆକାଶରୁ ଅଗ୍ନୀବର୍ଷା, ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ଓଡିଶା ଉପରେ ବର୍ତ୍ତମାନ ନିର୍ଦ୍ଧିଷ୍ଟ ପାଣିପାଗର ପ୍ରଭାବ ନାହିଁ । ଆଗାମୀ ୫ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି । ଦିନ ତାପମାତ୍ରା ଓ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଭୁବନେଶ୍ବରରେ ଆଜି ଦିନ ତାପମାତ୍ରା ପାଖାପାଖି ୩୫ରୁ ୩୬ ଡିଗ୍ରୀ ସେଲସିୟସ ରେକର୍ଡ ହେବାର ସମ୍ଭାବନା ରହିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.