ETV Bharat / city

ଆସନ୍ତା 24ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ

author img

By

Published : Aug 17, 2019, 11:07 PM IST

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଆସନ୍ତା 24ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଏହି ବର୍ଷା ସମ୍ଭାବନା ରହିଛି । ସେହିପରି ମାଲକାନଗିରି ,କୋରାପୁଟ ଓ ରାୟଗଡା ସମେତ ଉପକୂଳ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ଗତ 42 ଘଣ୍ଟା ମଧ୍ୟରେ ରାଜ୍ୟର କଟକ, କେନ୍ଦ୍ରାପଡା ଓ ନୟାଗଡରେ ରେକର୍ଡ ପରିମାଣର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ରାଜ୍ୟରେ ସ୍ବାଭାବିକ ଠାରୁ 4 ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ବାଲେଶ୍ବରରେ 37 ପ୍ରତିଶତ କମ ଓ ଦେବଗଡ଼ରେ 33 ପ୍ରତିଶତ କମ ବର୍ଷା ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଗାମୀ 24 ଘଂଟା ଭିତରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା । ଅନ୍ୟ ପଟେ ଗତ 42 ଘଂଟା ଭିତରେ ରାଜ୍ୟ ର କଟକ କେନ୍ଦ୍ରାପଡା ଆଦି ଆଞ୍ଚଳ ରେ ଭଲ ବର୍ଷା ରେକର୍ଡ।

Body:ଆଗାମୀ 24 ଘଂଟା ଭିତରେ ରାଜ୍ୟ ର ବିଭିନ୍ନ ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା । ରାଜ୍ୟ ର କେନ୍ଦୁଝର, ସୁନ୍ଦରଗଡ, ଦେଓଗଡ଼, ବରଗଡ଼,ଝାରସୁଗୁଡା ଆଦି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ଠିକ ସେଭଳି ବାଲେଶ୍ବର ,ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସେନପୁର, ବଲାଂଗୀର, କେରାପୁଟ, ଆଦି ଜିଲ୍ଲା ମାନଙ୍କରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟରୁ ଜଣାପଡିଛି।
ଅନ୍ୟ ପଟେ ଗତ 42 ଘଂଟା ଭିତରେ ରାଜ୍ୟ ର କଟକ କେନ୍ଦ୍ରାପଡା ଆଦି ଆଞ୍ଚଳ ରେ ଭଲ ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ରାଜ୍ୟ ରେ ସ୍ୱାଭାବିକ ଠାରୁ-4 ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ବାଲେଶ୍ବର ରେ -37 ,ଦେବଗଡ଼-33, ବର୍ଷା କମ ହୋଇଛି।
ବାଇଟ ଲଷ୍ମୀ ଧର ମହାପାତ୍ର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.