ETV Bharat / city

'ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆନଗଲେ ଆଇନର ଆଶ୍ରୟ ନେବୁ'

ପଞ୍ଚାୟତ ନିର୍ବାଚନ ନେଇ ସଂରକ୍ଷଣ ଚିଠା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି । ତେବେ ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆ ନଗଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛି କଂଗ୍ରେସ । ଅଧିକ ପଢ଼ନ୍ତୁ...

'ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆନଗଲେ ଆଇନ ଆଶ୍ରୟ ନେବୁ'

author img

By

Published : Oct 26, 2021, 10:44 PM IST

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ନେଇ ସଂରକ୍ଷଣ ଚିଠା ଆସିବା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟା ଶେଷ ହୋଇଛି । ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛନ୍ତି । ସଂରକ୍ଷଣକୁ ନେଇ ଦାଖଲ ହୋଇଥିବା ଆପତ୍ତି ଅଭିଯୋଗକୁ କେତେ ଗୁରୁତ୍ବ ଦିଆଯାଇଛି ବର୍ତ୍ତମାନ ତାହାରି ଉପରେ ରହିଛି ସଭିଁଙ୍କ ନଜର । ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିଲେ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛି କଂଗ୍ରେସ ।

'ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦିଆନଗଲେ ଆଇନ ଆଶ୍ରୟ ନେବୁ'

ବାଦବିବାଦ ପରେ ପୌର ନିର୍ବାଚନ ନେଇ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା। ଚୂଡ଼ାନ୍ତ ତାଲିକା ପରେ ଆପତ୍ତି ଅଭିଯୋଗକୁ ଗୁରୁତ୍ୱ ଦେଇଛନ୍ତି ତ ସରକାର ?ସଂରକ୍ଷଣର ଚୂଡ଼ାନ୍ତ ତାଲିକା ଉପରେ କେହି କୋର୍ଟର ଦ୍ବାରସ୍ଥ ହେଲେ ଅଟକି ଯିବନି ତ ନିର୍ବାଚନ ପ୍ରକ୍ରିୟା ? ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଦାଖଲ ହେବାପରେ ରାଜ୍ୟ ରାଜନୀତିରେ କିଛି ଏଭଳି ଚର୍ଚ୍ଚା ଓ ଆଲୋଚନା ହେବାରେ ଲାଗିଛି । କାରଣ ପଞ୍ଚାୟତ ସଂରକ୍ଷଣ ଚିଠା ତାଲିକା ପ୍ରକାଶ ପାଇବା ପରଠୁ ବିବାଦ ଲାଗି ରହିଛି ।

ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇଥିବା ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇବା ପରେ ଉଭୟ ବିଜେପି ଏବଂ କଂଗ୍ରେସ ସହ କିଛି ଅନୁଷ୍ଠାନ ବିରୋଧ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ କ୍ଷେତ୍ରରେ ଗଜପତି ଜିଲ୍ଲାରେ ବିବାଦ ମୁଣ୍ଡ ଟେକିଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ମାଳମାଳ ଅଭିଯୋଗ ସାମ୍ନାକୁ ଆସିଲା । ଆପତ୍ତି ଅଭିଯୋଗ ନେଇ ସମୟ ଦିଆଯାଇଥିବା ପଞ୍ଚାୟତରାଜ ବିଭାଗ କହିଥିଲା । ଏବେ ଆପତ୍ତି ଅଭିଯୋଗ ନେଇ ଜିଲ୍ଲାପାଳ କେତେ ଗୁରୁତ୍ବ ଦେଇଛନ୍ତି ତାହାକୁ ନେଇ ସଭିଁଙ୍କ ମନରେ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି । ବିରୋଧୀ କହିଛନ୍ତି ଅଭିଯୋଗକୁ ଗୁରୁତ୍ୱ ମିଳିନଥିଲେ ଆଇନର ଆଶ୍ରୟ ନିଆଯିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.