ETV Bharat / city

MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ

author img

By

Published : Jun 9, 2022, 4:24 PM IST

Updated : Jun 9, 2022, 5:31 PM IST

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ହେଲେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିକୋଣରୁ ଏହା ଉତ୍ସାହଜନକ ନୁହେଁ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷି ମନ୍ତ୍ରୀ

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(MSP) ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ହେଲେ ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିକୋଣରୁ ଏହା ଉତ୍ସାହଜନକ ନୁହେଁ ବୋଲି ସେ କହିଛନ୍ତି । କୃଷି ମନ୍ତ୍ରୀ କହିଛନ୍ତି ଯେ, "MSPକୁ ନେଇ ଲଢ଼େଇ ଜାରି ରହିଛି । ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ଲଢ଼େଇ ଜାରି ରହିବ । ଚାଷୀଙ୍କ ପାଇଁ ରାଜ୍ୟ ସରକାର ଓ ବିଜେଡି ପକ୍ଷରୁ ଲଢ଼େଇ ଚାଲିବ । ଦିଲ୍ଲୀରୁ ଆରମ୍ଭ କରି ପଲ୍ଲୀ, ସବୁଠି ସ୍ୱର ଉଠିବ । ଏମ୍ଏସପି ୧୦୦ ଟଙ୍କା ବୃଦ୍ଧିକୁ ସ୍ବାଗତ କରୁଛୁ । କିନ୍ତୁ ଓଡ଼ିଶା ପରିପ୍ରେକ୍ଷୀରେ ଏହା କିଛି ନୁହେଁ ।"

MSP ୧୦୦ ଟଙ୍କା ବୃଦ୍ଧିକୁ ସ୍ୱାଗତ, ହେଲେ ଉତ୍ସାହଜନକ ନୁହେଁ: କୃଷିମନ୍ତ୍ରୀ

କଞ୍ଜ୍ୟୁମର ପ୍ରାଇସ ଇଣ୍ଡେକ୍ସ ଅନୁସାରେ ଏହା 138 ଟଙ୍କାରୁ 140 ଟଙ୍କା ବଢିବା କଥା । କିନ୍ତୁ ତାହା ହୋଇନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ମଜୁରୀ, ଡିଜେଲ ଦର ଓ ଔଷଧ ଦର ବଢ଼ିଛି । 5 ବର୍ଷ ତଳେ ସର୍ବସମ୍ମତି କ୍ରମେ 2930 ପାଇଁ ନିଷ୍ପତ୍ତି ହୋଇଥିଲା । ସେ ଦୃଷ୍ଟିରୁ ଏହି ଦର ପର୍ଯ୍ୟାପ୍ତ ନୁହେଁ ।

ତେଲ ଓ ସୂର୍ଯ୍ୟମୁଖୀ ତେଲ ଦରରେ ଆକାଶ ଛୁଆଁ ହୋଇଛି । ସେ ଦୃଷ୍ଟିରୁ MSP ଯେତିକି ବଢ଼ାଯାଇଛି ତାହା କିଛି ନୁହେଁ । ଅଧିକ ବଢିଥିଲେ, ଲୋକେ ଧାନ ଚାଷରୁ ଅଲଗା ଚାଷ ପାଇଁ ମନ ବଳାଇଥାନ୍ତେ ଚାଷୀ । କେନ୍ଦ୍ରର ଏହି ନିଷ୍ପତ୍ତିକୁ ସ୍ବାଗତ କରୁଥିଲେ ବି ଏହା ଉତ୍ସାହପ୍ରଦ ନୁହେଁ । ଚାଷୀଙ୍କୁ ଏହାଦ୍ବାରା କୌଣସି ପ୍ରକାର ଲାଭ ହେବନି ବୋଲି କୃଷିମନ୍ତ୍ରୀ କହିଛନ୍ତି ।

Last Updated : Jun 9, 2022, 5:31 PM IST

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.