ETV Bharat / city

ସରକାରୀ ଅଫିସ ଓ ସଂସ୍ଥା ଦେଉ ନାହାନ୍ତି ଜଳକର

author img

By

Published : Nov 15, 2019, 1:41 AM IST

ରାଜ୍ୟର ବଡବଡ ଶିଳ୍ପ ସଂସ୍ଥା ଦେଉନାହାନ୍ତି ଜଳ କର । ଏପରିକି ବହୁ ସରକାରୀ ସଂସ୍ଥା ଉପରେ ମଧ ଜଳ ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କା ବକେୟା ରହିଛି ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥା ଓ ସରକାରୀ ଅନୁଷ୍ଠାନ ଉପରେ ବାକି ପଡିଛି କୋଟିକୋଟି ଟଙ୍କାର ଜଳକର । 2019 ସୁଦ୍ଧା 3225 କୋଟି 47 ଲକ୍ଷ ସଂସ୍ଥାର ଜଳକର ଅନାଦେୟ ହୋଇପଡିଛି । ସେ ମଧ୍ୟରୁ ବିଭିନ୍ନ ସଂସ୍ଥା ନ୍ୟାୟାଳୟରେ ମାମଲା କରି 2461 କୋଟି 57 ଲକ୍ଷ ଟଙ୍କା ବାକି ରଖିଛନ୍ତି । ବୁଧବାର ବିଧାନସଭାରେ ବିଧାୟକ ଲକ୍ଷ୍ମମ ମୁଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏନେଇ ସୂଚନା ଦେଇଛନ୍ତି ।

Water tax pending on state government office and organisation
ରାଜ୍ୟରେ ଆଦାୟ ହେଇପାରୁନି ଜଳକର

ମହାନଦୀ, ବ୍ରାହ୍ମଣୀ, ବୈତରଣୀ ଏମିତି 10ଟି ନଦୀରୁ 191ଟି ଶିଳ୍ପ ସଂସ୍ଥା, ଖଣି ଓ ଅନ୍ୟ ଅନୁଷ୍ଠାନ 1083.26 କ୍ୟୁସେକ ଜଳ ବ୍ୟବହାର କରୁଛନ୍ତି । ହେଲେ ସରକାର ଏ ବାବଦକୁ ଜଳକର ଆଦାୟ କରିପାରୁ ନାହାନ୍ତି । କେବଳ ରାଜ୍ୟ ଓ କେନ୍ଦ୍ରୀୟ ଉଦ୍ୟୋଗ ଉପରେ 203 କୋଟି 93 ଲକ୍ଷ ଟଙ୍କା ଜଳକର ବକେୟା ରହିଛି । ଏପେଟ କୋର୍ଟ ମାମଲା ଯୋଗୁଁ ଦକ୍ଷିଣ ପୂର୍ବ ରେଳବାଇ ଝାରସୁଗୁଡା ଡିଭିଜୋନ ଉପରେ 310 କୋଟି ଅନାଦେୟ ହୋଇ ରହିଛି ।

ଏହିପରି ଟାଟା ଷ୍ଟିଲରୁ 139 କୋଟି, ବଳାରପୁର ଇଣ୍ଡଷ୍ଟ୍ରିଜରୁ 371 କୋଟି, ସେୱା ପେପରରୁ 705 କୋଟି ଏପରି 21ଟି ଶିଳ୍ପ ସଂସ୍ଥା ଉପରୁ ମୋଟ 2461 କୋଟି 56 ଲକ୍ଷ ଟଙ୍କା ଜଳକର ଆଦାୟ ହୋଇପାରୁନି । ସେହିଭଳି କୋର୍ଟ ମାମଲା ନହୋଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଉପରେ 106 କୋଟି 4 ଲକ୍ଷ ଟଙ୍କା ବାକି ପଡିଛି ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.