ETV Bharat / city

ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଝଡ

ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ କାମ ଦେବା ପ୍ରସଙ୍ଗ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନୀକୁ କାମ ଦିଆଯାଉଛି। ଏଥିପାଇଁ ମଧ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଉଛି। ରାଜ୍ୟରେ ବର୍ତ୍ତମାନ 90 ଟି ମେଗାଜଳ ଯୋଗାଣ ପ୍ରକଳ୍ପ ଚାଲିଛି। ଅଧିକ ପଢନ୍ତୁ...

author img

By

Published : Mar 30, 2021, 12:41 PM IST

water supply project contract issue raise in assemly
ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଝଡ

ଭୁବନେଶ୍ବର: ଗୃହରେ ଉଠିଲା ରାଜ୍ୟ ବାହାର ଠିକାଦାରଙ୍କୁ ପାନୀୟ ଜଳ ପ୍ରକଳ୍ପ କାମ ଦେବା ପ୍ରସଙ୍ଗ । ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନୀକୁ କାମ ଦିଆଯାଉଛି। ଏଥିପାଇଁ ମଧ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଉଛି। ଯାହାଦ୍ବାରା ସ୍ଥାନୀୟ ଠିକାଦାର ମାନେ ସୁଯୋଗ ପାଉନାହାଁନ୍ତି। ଯଦିଓ ସାରା ବିଶ୍ବରେ ଓଡିଶାର ପାଣି ପାଇପ ମିସ୍ତ୍ରୀ ଓ ଠିକାଦାର ଅଛନ୍ତି ତଥାପି ତାଙ୍କୁ ଓଡିଶାରେ ସୁଯୋଗ ମିଳୁନି । ଏନେଇ ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ।

ପାନୀୟ ଜଳ ପ୍ରକଳ୍ପକୁ ନେଇ ଗୃହରେ ଝଡ

ସେପଟେ ଗୃହରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତର ଦେଇଛନ୍ତି ଓଡ଼ିଶାର ଯେଉଁ ପାଇପ ଉତ୍ପାଦନ ହେଉଛି ତାହା ବ୍ୟବହାରକୁ ଗୁରୁତ୍ବ ଦିଆଯାଉଛି। ବିଜେଡି ବିଧାୟକ ଅମର ଶତପଥୀଙ୍କ ବିବୃତି ମେଗା ପ୍ରକଳ୍ପ ଘୋଷଣା ହେଉଛି କିନ୍ତୁ କାର୍ଯ୍ୟରେ ବିଳମ୍ବ ହେଉଥିବା କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ। ମେଗା ପ୍ରକଳ୍ପ ଜଟିଳ କରାଯାଉଛି। ଟେଣ୍ଡର ପ୍ରକ୍ରିୟାକୁ ଜଟିଳ କରାଯାଉଛି। ସ୍ଥାନୀୟ ଲୋକ କେମିତି କାର୍ଯ୍ୟ ନ ପାଇ ଦକ୍ଷିଣ ଭାରତ ଠିକାସଂସ୍ଥାକୁ ଚାଲିଯିବ ସେ ନେଇ ସରକାର ଯୋଜନା କରୁଛନ୍ତି।

ସେପଟେ ମନ୍ତ୍ରୀଙ୍କ ଉତ୍ତର। ରାଜ୍ୟରେ ବର୍ତ୍ତମାନ 90 ଟି ମେଗା ପ୍ରକଳ୍ପ ଚାଲିଛି। 69 ପ୍ରକଳ୍ପ ପ୍ରସ୍ତାବ ଅଛି। ଆମର ଲକ୍ଷ ଅଛି ଜଙ୍ଗଲ ଭିତରେ ହେଉ କି ପାହାଡ଼ ଉପରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବୁ। 2015 16 ରେ 691 କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଯେଉଁଥିରେ 93 କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ।

ଗୃହର ଉଦବେଗକୁ ଦେଖି ବାଚସ୍ପତିଙ୍କ ରୁଲିଂ। ମନ୍ତ୍ରୀ ସଦସ୍ୟମାନଙ୍କୁ ଡାକି ଆଲୋଚନା କରିବେ। ସେପଟେ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ବ୍ୟକ୍ତ କରିବା ଗୃହରେ କହିବାକୁ ସୁଯୋଗ ନ ମିଳିବାରୁ ଉଭୟ ବିରୋଧୀଙ୍କ ଗୃହରେ ହଟଗୋଳ। ମନ୍ତ୍ରୀ ସଦସ୍ୟମାନଙ୍କୁ ଡାକି ଆଲୋଚନା କରିବେ।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.