ETV Bharat / city

ଜଳ ସମ୍ପଦ ସଚିବଙ୍କ ସମୀକ୍ଷା, ରାତ୍ରିକାଳୀନ ପାଟ୍ରୋଲିଂ ଜାରି - ଜଳ ସମ୍ପଦ ସଚିବ

ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସୃଷ୍ଟ ବନ୍ୟା ସ୍ଥିତି ପାିଇଁ ସମ୍ପୂର୍ଣ୍ଣ ଆଲର୍ଟ ଜଳ ସମ୍ପଦ ବିଭାଗ । ଚାଲିଛି ରାତ୍ରୀକାଳୀନ ପାଟ୍ରୋଲଂ । ସ୍ଥିତି ସମୀକ୍ଷା କଲେ ବିଭଗୀୟ ସଚିବ । ଅଧିକ ପଢନ୍ତୁ...

ଜଳ ସମ୍ପଦ ସଚିବଙ୍କ ସମୀକ୍ଷା, ଜାରି ରହିଛି ରାତ୍ରିକାଳୀନ ପାଟ୍ରୋଲିଂ

author img

By

Published : Sep 18, 2021, 10:49 PM IST

ଭୁବନେଶ୍ବର: ସମ୍ପ୍ରତି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ପରିସ୍ଥିତି । ଏହାର ମୁକାବିଲା ଲାଗି ସଜାଗ ରହିଛି ଜଳସମ୍ପଦ ବିଭାଗ । ଅଧିକାରୀମାନେ ଗ୍ରାଉଣ୍ଡରେ ସ୍ଥିତି ଉପରେ ନଜର ରଖିଛନ୍ତି।

ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରର ଜଳପତ୍ତନ ନିୟନ୍ତ୍ରଣାଧୀନ ରହିଛି । ନଦୀରେ ବିପଦ ସଙ୍କେତ ସ୍ତରରୁ କମ ଜଳପତ୍ତନ ମଧ୍ୟରେ ଜଳ ପ୍ରବାହ ଉପରେ ବିଭାଗ ନଜର ରଖିଛି । ବିଭାଗର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଯନ୍ତ୍ରୀ ସର୍ବୋଚ୍ଚ ଯନ୍ତ୍ରୀ ଏବଂ ବିଭାଗର ପ୍ରମୁଖ ଶାସନ ସଚିବ ତଥା ବିଭାଗୀୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସଚେତନ ରହି ପରିସ୍ଥିତିର ମୁକାବିଲା କରୁଛନ୍ତି ।

କୌଣସି ପରିସ୍ଥିତିରେ ଯେପରି ବିଭାଗର ଅବହେଳାରୁ ବଡ ଧରଣର ବନ୍ୟା ବା ଘାଇ ସଂଘଟିତ ନହୁଏ, ସେଥିପ୍ରତି ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଜଳ ସମ୍ପଦ ବିଭାଗ ତରଫରୁ ରାତ୍ରିକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ସମସ୍ତ ଯନ୍ତ୍ରୀମାନେ ସେମାନଙ୍କ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରୁଛନ୍ତି । ଏପରିକି କ୍ଷେତ୍ର ସ୍ତରରେ କାର୍ଯ୍ୟକରୁଥିବା ମହିଳା ଯନ୍ତ୍ରୀମାନେ ମଧ୍ୟ ରାତି ଡ୍ୟୁଟି କରି ତଦାରଖ, ବନ୍ଧ ନିରାପତ୍ତା, ଜଳପତ୍ତନ ସ୍ତର ସ୍ଥିତି ସମ୍ପର୍କରେ ସଜାଗ ଦୃଷ୍ଟି ରଖି ନିୟମିତ ସୂଚନା ପ୍ରଦାନ କରିଆସୁଛନ୍ତି ।

ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ଜଳ ସମ୍ପଦ ବିଭାଗର ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କାର୍ଯ୍ୟ କରୁଛି । ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ପ୍ରତିଦିନ ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି, ବନ୍ଧ ନିରାପତ୍ତା, ନଦୀରେ ସୃଷ୍ଟି ହୋଇଥିବା ଘାଇ ଓ ଘଳିଆ ମରାମତି ସଂପର୍କରେ ନିୟମିତ ସମୀକ୍ଷା କରୁଛନ୍ତି ।

ଏହାସହ ଜଗତସିଂହପୁର, ଯାଜପୁର, ବାଲେଶ୍ବର, କଟକ କେନ୍ଦ୍ରାପଡା ଜିଲ୍ଲା ଆଦି ବିଭିନ୍ନ ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ସଚିବ ଆଲୋଚନା କରୁଛନ୍ତି । ଏହା ସହ ଜଳ ସଂପଦ ବିଭାଗ ତରଫରୁ ବନ୍ୟ ପ୍ରାକ୍ ଓ ପରବର୍ତ୍ତୀ ବ୍ୟବସ୍ଥା ତଦାରଖ କରିବାକୁ ଯାଇଥିବା ବରିଷ୍ଠ ଅଧିକାରୀ ଓ ଯନ୍ତ୍ରୀଙ୍କ ସହିତ କଥା ହୋଇ ସେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.