ETV Bharat / city

ନବୀନ ନିବାସ ସାମନାରେ ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ - ଭୁବନେଶ୍ବର ସ୍ମାର୍ଟସିଟି

ଭୁବନେଶ୍ବର ସ୍ମାର୍ଟସିଟି ବୋଲି ଜୋରଦାର ପ୍ରଚାର ହେଉଛି । କିନ୍ତୁ ଏଠାରେ ସ୍ମାର୍ଟ ଲୋକେ ଜଳଘେରରେ ବନ୍ଦୀ ହୋଇ ରହୁଛନ୍ତି । ଅଧିକ ପଢନ୍ତୁ...

ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ
author img

By

Published : Oct 24, 2019, 11:18 PM IST

ଭୁବନେଶ୍ବର: ଭଲ କରି ଦେଖନ୍ତୁ ତଳେ ଥିବା ଦୃଶ୍ୟକୁ । ଏହା ହେଉଛି ନବୀନ ନିବାସ ପଛପଟ ନୂଆ ଫରେଷ୍ଟପାର୍କ କଲୋନୀର । ଏହି ବାଟ ଦେଇ 7 ନମ୍ବର ଡ୍ରେନ ଯାଇଛି । ତେବେ ଏହି ଡ୍ରେନଟି ଖୁବ ଅଣଓସାରିଆ ହୋଇଛି । ଫଳରେ ଏଥିରେ ଆସୁଥିବା ବର୍ଷା ପାଣି ଠିକ ଭାବରେ ଯାଇନପାରି ଘରେ ପଶୁଛି । ପୁରା ସହରର କଥା ଦୂର, ଖୋଦ ମୁଖ୍ୟମନ୍ତ୍ରୀଙ୍କ ଘର ପଛପାଖ ଦୃଶ୍ୟ ତ ଏପରି । ତେବେ ବାକି ସହରର ଅବସ୍ଥା ସହଜେ ଅନୁମେୟ ।

ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ, ପଛପଟେ ଲୋକେ ଜଳବନ୍ଦୀ

ସରକାର ବିଭିନ୍ନ ପ୍ରକାର ଯୋଜନା କରି ସ୍ବଚ୍ଛ ଶାସନର ଡିଣ୍ଡିମ ପିଟୁଛନ୍ତି । ହେଲେ ପ୍ରକୃତ ଦୃଶ୍ୟ କିଛି ଅଲଗା । ଭୁବନେଶ୍ବର ସ୍ମାର୍ଟସିଟି ବୋଲି ଜୋରଦାର ପ୍ରଚାର ହେଉଛି । କିନ୍ତୁ ଏଠାରେ ସ୍ମାର୍ଟ ଲୋକେ ଜଳବନ୍ଦୀ ହୋଇ ରହୁଛନ୍ତି । ତେବେ ଏହି ଅଞ୍ଚଳରେ କେବଳ ସାଧାରଣ ଲୋକେ ରହୁନାହାନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଭଳି ଶାସକ ଦଳର ବହୁ ବରିଷ୍ଠ ନେତା ରହୁଛନ୍ତି । ତଥାପି ମଧ୍ୟ ଏହି ଅଞ୍ଚଳ ସର୍ବଦା ଜଳବନ୍ଦୀ ହୋଇରହୁଛି ।

ପ୍ରଶାସନ ପକ୍ଷରୁ ଏହାର ସମାଧାନ ଦିଗରେ କୌଣସି ପ୍ରକାର ଆନ୍ତରିକତା ପ୍ରକାଶ କରାଯାଉନଥିବା ଏଠାକାର ବାସିନ୍ଦା ଅଭିଯୋଗ କରିଛନ୍ତି । କୌଣସି ସ୍ଥାନକୁ ଯିବାକୁ ହେଲେ ଆଣ୍ଠୁଏ ପାଣିରେ ନଚେତ ଗାଡି ନେଇ ସେହି ପାଣିରେ ଯିବାକୁ ପଡୁଛି । ଏପରିକି ସ୍କୁଲ ଯାଉଥିବା ପିଲାଏ ମଧ୍ୟ ଏହି ପାଣିରେ ଯିବା ଆସିବା କରୁଛନ୍ତି । ଗୋଟିଏ ପଟେ ନବୀନ ନିବାସରେ ବିଜେପୁର ବିଜୟ ଉତ୍ସବ ପାଳନ ହେଉଛି । ବାଣ ଫୁଟାଇ ଦଳୀୟ କର୍ମୀ ଖୁସି ମନାଉଛନ୍ତି । ଆଉ ଏପଟେ ପାଣି ଘେରରେ ରହିଛନ୍ତି ଅଞ୍ଚଳବାସୀ । ଜଳ ନିଷ୍କାସନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା କ୍ଷୋଭର ସହ ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସୂଚନାଯୋଗ୍ୟ କି ନବୀନ ନିବାସ ପଛପଟେ ଏହା ହେଉଛି ନୂଆ ଫରେଷ୍ଟ ପାର୍କ କଲୋନୀର ଦୃଶ୍ୟ । ଏହି ପଟ ଦେଇ ଯାଇଥିବା 7 ନମ୍ବର ଡ୍ରେନର ଅବସ୍ଥା ସବୁବେଳେ ଏହିପରି । ଅଣଓସାରିଆ ଡ୍ରେନରେ ବର୍ଷାପାଣି ଠିକ ଭାବରେ ନିଷ୍କାସନ ହୋଇପାରେନି । ଫଳରେ ରାସ୍ତା ଏପରିକି ଘର ଭିତରେ ମଧ୍ୟ ପାଣି ପଶିଯାଏ ବୋଲି ଲୋକେ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନବୀନ ବାବୁଙ୍କ ଘର ପଛପଟେ ଜଳବନ୍ଦୀ ଘେରରେ ବାସିନ୍ଦା:ସେପଟେ ବାଜୁଛି ବିଜୟ ବାଜା
ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ବୋଲି ଜୋରଦାର ପ୍ରଚାର ହେଉଛି।କିନ୍ତୁ ଏଠାରେ ସ୍ମାର୍ଟ ଲୋକମାନେ ଦିନ ଦିନ ଧରି ଜଳ ଘେରରେ ବନ୍ଦୀ ହୋଇ ରହୁଥିବା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଏପରିକି ଏହି ଅଞ୍ଚଳରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ସାଂସଦ ପ୍ରଶାନ୍ତ ନନ୍ଦ ଙ୍କ ଭଳି ଶାସକ ଦଳର ବହୁ ବରିଷ୍ଠ ନେତାମାନେ ରହୁଛନ୍ତି।ତଥାପି ମଧ୍ୟ ଏହି ଅଞ୍ଚଳ ସର୍ବଦା ଜଳ ବନ୍ଦୀ ହୋଇ ରହୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାର ସମାଧାନ ଦିଗରେ କୌଣସି ପ୍ରକାର ଆନ୍ତରିକତା ପ୍ରକାଶ କରାଯାଉନଥିବା ଏଠାକାର ବାସିନ୍ଦା ମାନେ କ୍ଷୋଭ ର ସହିତ ପ୍ରକାଶ କରିଛନ୍ତି।ଏପରିକି ଆଣ୍ଠୁଏ ପାଣିରେ ଚାଲି ଚାଲି ନଚେତ ଗାଡି ବୁଡ଼େଇ ନେଇକି ଯାଉଥିବା ସେମାନେ କହିଛନ୍ତି।ଏପରିକି ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ଏହି ପାଣିରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।କିନ୍ତୁ ଏଠାରୁ କିପରି ପାଣି ନିଷ୍କାସନ କରାଯିବ ସେ ଦିଗରେ କେହି କିଛି କରୁ ନଥିବା ଜଣାପଡିଛି।କିନ୍ତୁ ସେପଟେ ବିଜେପୁର ରେ ଉପ ନିର୍ବାଚନ ରେ ବିଜେଡି ବିଜୟ ଲାଭ କରିଥିବାବେଳେ ନବୀନ ନିବାସରେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରାଯାଉଥିବା ଲୋକମାନେ କ୍ଷୋଭ ର ସହ କହିଛନ୍ତି।
Body:ସୂଚନାଯୋଗ୍ୟ କି ନବୀନ ନିବାସ ପଛପଟେ ଏହା ହେଉଛି ନୂଆ ଫରେଷ୍ଟ କଲୋନୀ ର ଦୃଶ୍ୟ।ଏହି ପଟ ଦେଇ 7ନମ୍ବର ଡ୍ରେନ ଯାଇଛି।ତେବେ ଏହି ଡ୍ରେନ ଟି ଏତେ ଅଣ ଓସାରିଆଜେ ଏଥିରେ ଆସୁଥିବା ବର୍ଷାପାଣି ଠିକ ଭାବରେ ଯାଇ ନପାରି ରାସ୍ତା ଏପରିକି ଘର ମଧ୍ୟରେ ପଶିଯାଏ ବୋଲି ଲୋକମାନେ କହିଛନ୍ତି।ସରକାର ବିଭିନ୍ନ ପ୍ରକାର ଯୋଜନା କରି ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁ ଥିବାବେଳେ ଲୋକମାନେ ଉପାୟଶୂନ୍ୟ ହୋଇ ଏହି ଦୁର୍ଭାଗ୍ୟକୁ ଆଦରି ନେଉଥିବା କହିଛନ୍ତି।

ଭୁବନେଶ୍ୱର ରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ
.Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.