ETV Bharat / city

ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି

ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ସ୍ଥିତି ଅସମ୍ଭାଳ । ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ଯାହାକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ଦେଉଛନ୍ତି ସ୍ମାର୍ଟସିଟିବାସୀ । କେମିତି ରହିଛି ସ୍ଥିତି ପଢନ୍ତୁ :-

author img

By

Published : Sep 25, 2019, 6:13 PM IST

Updated : Sep 25, 2019, 6:21 PM IST

ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି

ଭୁବନେଶ୍ବର: ଅଳ୍ପ ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି ଭୁବନେଶ୍ବର । ଭୁବନେଶ୍ବର ରେଳ ଷ୍ଟେସନ ହେଉବା ଜାତୀୟ ରାଜପଥ ଅସରାଏ ବର୍ଷା ହେଲେ କୃତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି । ଯେଉଁ କାରଣରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି

ଯଦିଓ ପରବର୍ତ୍ତୀ ସମୟରେ ପାଣି କମିଯାଉଛି କିନ୍ତୁ ଅତ୍ୟଧିକ ବର୍ଷା ହେଲେ ରେଳ ଷ୍ଟେସନ ମଧ୍ୟ ସେଥିରୁ ବାଦ ପଡୁନି । ଏପରିକି ଡ୍ରେନରେ ଭାସି ଲୋକଙ୍କ ମୃତ୍ୟୁ ବି ହେଉଛି । ଆଉ ଏମିତିରେ ତଳିଆ ଅଞ୍ଚଳ କଥା ନକହିବା ଭଲ । ରାଜଧାନୀର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇ ରହୁଛି ।

ଅନ୍ୟପଟେ ସହରରେ ଏଭଳି ଜଳମଗ୍ନ ସ୍ଥିତି ସୃଷ୍ଟି ପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଲୋକଙ୍କ କହିବା କଥା ଭୁବନେଶ୍ବରରେ ଅସରାଏ ବର୍ଷା ହେଲେ ପରିସ୍ଥିତି ବେହାଲ ହୋଇଯାଉଛି । ଘରୁ ବାହାରି ହେଉନି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଲଗାଣ ବର୍ଷାରେ ବେହାଲ ସ୍ମାର୍ଟସିଟି।

Body:ଅଳ୍ପ ବର୍ଷାରେ ଉବୁଟୁବୁ ସ୍ମାର୍ଟସିଟି ଭୁବନେଶ୍ୱର।ଅସରାୟ ବର୍ଷା ହେଲେ ଭୁବନେଶ୍ୱର ରେ ରେଳ ଷ୍ଟେସନ ହେଉ ବା ଜାତୀୟ ରାଜପଥ ଅସରାୟ ବର୍ଷା ହେଲେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହେଉଛି।ଖାଲି ସେତିକି ନୁହେଁ ସାଧାରଣ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି।ଯଦିଓ ପରବର୍ତ୍ତୀ ସମୟରେ ପାଣି କମିଯାଉଛି, କିନ୍ତୁ ଜୋର ବର୍ଷା ହେଲେ ରେଳ ଷ୍ଟେସନ ବି ସେଥିରୁ ବାଦ ପଡୁନି।ଏପରିକି ଡ୍ରେନରେ ଭାସି ଲୋକଙ୍କ ମୃତ୍ୟୁ ବି ହେଉଛି।ତଳିଆ ଅଂଚଳ କଥା ନକହିବା ଭଲ।ରାଜଧାନୀର ରାସ୍ତା ଉପରେ ଆଣ୍ଠୁଏ ପାଣି ଜମା ହୋଇରହୁଛି।

ଅନ୍ୟପଟେ ସହରରେ ଏଭଳି ଜଳମଗ୍ନ ସ୍ଥିତି ସୃଷ୍ଟି ପାଇଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ସାଧାରଣ ଲୋକଙ୍କ କହିବା କଥା ଭୁବନେଶ୍ୱର ରେ ଅନେକ ସମସ୍ୟା,ଅସରାୟ ବର୍ଷା ହେଲେ ପରିସ୍ଥିତି ବେହାଲ ହୋଇଯାଉଛି।ଘରୁ ବାହାରି ହେଉନି।ରେଳ ଷ୍ଟେସନ ବି ସେଥିରୁ ବାଦ ପଡୁନି।

ଡ୍ରେନେଜ ସମସ୍ୟା ଦୂର ନହେଲେ ଭୁବନେଶ୍ୱର ରେ ଆଗକୁ ବହୁ ଅସୁବିଧା ହେବ।ସ୍ମାର୍ଟସିଟିର ଡିଣ୍ଡିମ ପିଟା ଯାଉଛି ହେଲେ ସ୍ମାର୍ଟସିଟିର ଅସଲି ଚେହେରା ବର୍ଷା ହେଲେ ଜଣାପଡୁଛି।

Conclusion:
Last Updated : Sep 25, 2019, 6:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.