ETV Bharat / city

ସୋମବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ପ୍ରବାହିତ ହେବ 7 ଲକ୍ଷରୁ ଅଧିକ କ୍ୟୁସେକ ଜଳ

author img

By

Published : Aug 13, 2022, 10:08 PM IST

ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାରର ଗେଟ୍‌ । ତେବେ ସୋମବାର ସୁଦ୍ଧା ମୁଣ୍ଡୁଳିରେ ପିକ୍‌ରେ ଜଳସ୍ତର ରହିବ ବୋଲି କହିଛି ଜଳ ସମ୍ପଦ ବିଭାଗ । ଅଧିକ ପଢନ୍ତୁ

ସୋମବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ୍‌ରେ ପହଞ୍ଚିବ ଜଳସ୍ତର

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ୍‌ରେ ପହଞ୍ଚିବ ଜଳସ୍ତର । ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ।

ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, "ବର୍ତ୍ତମାନ ସୁଦ୍ଧା ୩୦ଟି ଗେଟ ଦେଇ ହୀରାକୁଦରୁ ଜଳ ନିଷ୍କାସନ ହେଉଛି । ହୀରାକୁଦକୁ ଇନ ଫ୍ଲୋ- ୪ ଲକ୍ଷ ୬୬ ହଜାର କ୍ୟୁସେକ ରହିଛି । ସେହିପରି ଆଉଟ ଫ୍ଲୋ ହେଉଛି ୫ ଲକ୍ଷ । ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଉଛି । ୫ରୁ ୬ ଘଣ୍ଟା ପରେ ଆଖୁଆପଦାଠାରେ ମଧ୍ୟ ଜଳସ୍ତର କମିବା ଆରମ୍ଭ କରିବ । ୪ଟା ବେଳେ ଆଖୁଆପଦାଠାରେ ଜଳସ୍ତର ୧୮.୦୨ ମିଟର ଥିଲା । ବାଲେଶ୍ଵରରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଉଛି । ଜଳକାର ବିପଦ ସଙ୍କେତ ୫.୫ ମିଟର । କିନ୍ତୁ ବର୍ତ୍ତମାନ ଜଳସ୍ତର ୬.୨ ମିଟର ରହିଛି । ବିପଦ ସଂକେତରୁ ଅଧିକ ଥିଲେ ବି ଏହା ବିପଦ ସୃଷ୍ଟି କରିନାହିଁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଛତିଶଗଡ଼ରେ ବର୍ଷା ହେବ ବୋଲି IMD ସୂଚନା ଦେଇଛି । ସେହିପରି ଓଡ଼ିଶାରେ ମଧ୍ୟ ଆସନ୍ତା ୨ ଦିନ ବର୍ଷା ହେବ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ମଧ୍ୟମ ଜଳଭଣ୍ଡାର ଖାଲି କରିବା ଲାଗି ବ୍ୟବସ୍ଥା କରାଯାଉଛି । ୮୦ ପ୍ରତିଶତ କିମ୍ବା ଅଧିକ ଜଳ ଥିବା ଜଳଭଣ୍ଡାରରୁ ଜଳ ନିଷ୍କାସନ କରି ୭୫ ପ୍ରତିଶତ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ କୌଣସି ସ୍ଥାନରେ ଘାଇ ସୃଷ୍ଟି ହେବାର ଖବର ଆସିନାହିଁ ।"

୭ଟି ଜିଲ୍ଲା ଲାଗି ସ୍ବତନ୍ତ୍ର ଅଧିକାରୀ ନିୟୋଜିତ ହୋଇଛନ୍ତି । ଆସନ୍ତାକାଲି ଦାୟିତ୍ବ ନେଇ ସେମାନେ ସ୍ଥିତି ତଦାରଖ କରିବେ । ଜିଲ୍ଲାସ୍ତରର ଅଧିକାରୀଙ୍କ ସହିତ ସମନ୍ବୟ ରଖି କାର୍ଯ୍ୟ କରିବେ । ଆବଶ୍ୟକ ପଡ଼ିଲେ ଜିଲ୍ଲା ସ୍ତରର ଅଧିକାରୀ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସହଯୋଗ ନେବେ । ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୬୧୭ ରହିଛି । ଆବଶ୍ୟକ ପଡ଼ିଲେ ଏହାକୁ ୬୧୬ କରିବା ଲାଗି ଚେଷ୍ଟା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.