ETV Bharat / city

ମହାନଦୀରେ ବନ୍ୟା ଆଶଙ୍କା, ଲୋକଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ

ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ ନଦୀକୂଳିଆ ଲୋକଙ୍କୁ ସତର୍କ କଲେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ମହାନଦୀରେ ବନ୍ୟା ଆଶଙ୍କା, ଲୋକଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ
ମହାନଦୀରେ ବନ୍ୟା ଆଶଙ୍କା, ଲୋକଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ
author img

By

Published : Aug 15, 2022, 7:38 AM IST

ଭୁବନେଶ୍ବର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ କିମ୍ବା ତାଠାରୁ ଅଧିକ ବଡ଼ ବନ୍ୟା ଆସିବା ନେଇ ଆଶଙ୍କା କରାଯାଉଛି । ଏନେଇ ମହାନଦୀ ଅବବାହିକାରେ ବସବାସ କରୁଥିବା ଲୋକଙ୍କୁ ସତର୍କ କରିଛନ୍ତି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ମହାନଦୀରେ ବନ୍ୟା ଆଶଙ୍କା, ଲୋକଙ୍କୁ ସତର୍କ କଲେ କୃଷି ମନ୍ତ୍ରୀ

ମନ୍ତ୍ରୀ କହିଛନ୍ତି ଯେ, ''ମୁଣ୍ଡୁଳିରେ ଆଜି 10 ଲକ୍ଷରୁ ଅଧିକ ପରିମାଣର ଜଳ ପ୍ରବାହିତ ହେବାର ଅଛି, ତେଣୁ ନଦୀକୂଳିଆ ଲୋକ ସତର୍କ ହେବା ଆବଶ୍ୟକ ରହିଛି । ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି, ତେଣୁ ମହମବତୀ ପାଖରେ ରଖନ୍ତୁ । ଶିଶୁଙ୍କ ଖାଦ୍ୟ ପାଖରେ ମହଜୁଦ ରଖିବାକୁ ନଦୀକୂଳିଆ ଲୋକଙ୍କୁ ସେ ପରାମର୍ଶ ଦେଇଛନ୍ତି । ତେବେ କିଛି ଅସୁବିଧା ଥିଲେ ପ୍ରଶାସନ ସହିତ ଯୋଗାଯୋଗ କରିବାକୁ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହା ସହ ଭୟଭୀତ ହୋଇ ଗୁଜବରେ ବିଶ୍ୱାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜିଲ୍ଲା ପ୍ରଶାସନ ଓ ସମସ୍ତ ଲୋକ ପ୍ରତିନିଧି ସଜାଗ ରହିଥିବା କହିଛନ୍ତି’’ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.