ETV Bharat / city

ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ, ଚାଲିଛି ୪୭ହଜାର ରୋଗୀଙ୍କ ଚିକିତ୍ସା

author img

By

Published : Aug 25, 2022, 2:19 PM IST

ଅନେକ ଅଞ୍ଚଳରୁ ଏବେ ବନ୍ୟା ଜଳ ଛାଡ଼ିଥିବାବେଳେ ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ । ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ସଚେତନ ରହିଥିବା ବେଳେ ୪୭ ହଜାର ରୋଗୀଙ୍କ ଚିକିତ୍ସା ହେଉଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ, ଚାଲିଛି ୪୭ହଜାର ରୋଗୀଙ୍କ ଚିକିତ୍ସା
ବନ୍ୟା ପରେ ହୋଇପାରେ ଜଳବାହିତ ରୋଗ, ଚାଲିଛି ୪୭ହଜାର ରୋଗୀଙ୍କ ଚିକିତ୍ସା

ଭୁବନେଶ୍ବର: ମହାନଦୀରେ ବନ୍ୟା ଆସିବା ପରେ ରାଜ୍ୟର ଅନେକ ଅଞ୍ଚଳରେ ପାଣି ଘେରରେ ରହିଛି । ଏବେ ଅନେକ ସ୍ଥାନରୁ ପାଣି ଛାଡୁଥିବାବେଳେ ବନ୍ୟା ପରେ ଜଳବାହିତ ରୋଗ ବ୍ୟାପିପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଏଥିଲାଗି ସ୍ବାସ୍ଥ୍ୟ ବିଭାଗ ସଚେତନ ରହିଥିବାବେଳେ ଏବେ ୪୭ ହଜାରରୁ ଊର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଚାଲୁଛି ବୋଲି ସେ ସୂଚନା ଦେଇଛନ୍ତି ।

ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ବନ୍ୟା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିଛି । ବର୍ତ୍ତମାନ ୩୦୦ ଉପରେ ମେଡିକାଲ ରିଲିଫ ସେଣ୍ଟରରେ କାମ କରାଯାଉଛି । ୧୪୮ ମୋବାଇଲ ମେଡିକାଲ ଟିମ୍ ଗାଁ ଗାଁ ବୁଲି ମାଇନର ରୋଗର ଚିକିତ୍ସା ସେବା ଯୋଗାଉଛନ୍ତି । ଯେଉଁମାନେ ଗୁରୁତର ରୋଗୀ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ପଠାଇ ଦିଆଯାଉଛି । ଲୋକମାନଙ୍କୁ ଜଳ ବିଶୋଧନ ପ୍ରକ୍ରିୟା ନେଇ ସଚେତନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୪ଟି ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୭ ହଜାର ୫୦୦ ରୋଗୀଙ୍କର ମୋବାଇଲ କ୍ୟାମ୍ପ ଟିମ୍ ଦ୍ଵାରା ଚିକିତ୍ସା କରାଯାଉଛି ।"

ଏହା ବି ପଢନ୍ତୁ- Weather Update, ଆଜିଠୁ ରାଜ୍ୟରେ କମିବ ବର୍ଷା

ବନ୍ୟା ପରେ ସାଧାରଣ ଜଳ ବାହିତ ରୋଗ ବଢିପାରେ । ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ସଚେତନ ରହିଛି । ପାଣିକୁ ଭଲ ଭାବରେ ଫୁଟାଇବା, ହାଲୋଜିନ ଔଷଧ ପକାଇକି ପିଇବା ଆବଶ୍ୟକ । ଖାଦ୍ୟରେ ମାଛି ଯେଭଳି ନ ବସିବେ, ବାସିଖାଦ୍ୟ ନ ଖାଇବା ନେଇ ସଚେତନ ରହିବା ଆବଶ୍ୟକ। ସାପ କାମୁଡ଼ାରେ ୮୨ ଜଣଙ୍କ ରିପୋର୍ଟ ଆସିଛି । ସମସ୍ତ ବ୍ଲକରେ ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଥିଲା । ସଫଳ ଭାବରେ ଚିକିତ୍ସା ଯୋଗାଇଛି । ସାପ କାମୁଡ଼ାରେ କାହାରି ବି ମୃତ୍ୟୁ ଘଟିନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ସଫଳ ଭାବରେ ଚିକିତ୍ସା ଯୋଗାଇଛି । ସାପ କାମୁଡ଼ାରେ କାହାରି ବି ମୃତ୍ୟୁ ଘଟିନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ସେପଟେ ଅନେକ ସ୍ଥାନରୁ ବନ୍ୟାଜଳ ଛାଡି଼ାବାରେ ଲାଗିଛି । ପାଣିପାଗ ସମ୍ପର୍କରେ ଆଲୋଚନା କଲେ ଆଜିଠୁ ରାଜ୍ୟରେ ବର୍ଷା କମିବ । କିନ୍ତୁ ଉତ୍ତର ଓଡିଶାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଘୂର୍ଣ୍ଣିବଳୟ ପ୍ରଭାବ କମିବାର ଥିଲେ ମଧ୍ୟ ଆଜି କେନ୍ଦୁଝର ଓ ଝାରସୁଗୁଡା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.