ETV Bharat / city

ସହର ଓ ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ: ସମନ୍ବୟ ରକ୍ଷା ଲାଗି ଦୁଇ ବିଭାଗର ନିର୍ଦ୍ଦେଶ - ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ

ସହରାଞ୍ଚଳରେ ହେବ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ । ବର୍ଜ୍ୟବସ୍ତୁ ପରିଚାଳନା ସବୁଜ ପ୍ରାଧିକରଣ ଏବଂ ପରିବେଶ ଆଇନରେ ହେବ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ...

ସହର ଓ ଗ୍ରାମାଞ୍ଚଳରେ ହେବ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ: ସମନ୍ବୟ ରକ୍ଷା ଲାଗି ଦୁଇ ବିଭାଗର ନିର୍ଦ୍ଦେଶ

author img

By

Published : May 31, 2021, 10:52 PM IST

ଭୁବନେଶ୍ବର: ଏଥିପାଇଁ ପୌରସଂସ୍ଥା ଏବଂ ଗ୍ରାମ ପଞ୍ଚାୟତ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରାଯିବ । ଏହା ସହିତ ପୌରସଂସ୍ଥା ଗୁଡିକରେ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ଥିବା ଆବଶ୍ୟକୀୟ ଭିତ୍ତିଭୂମିର ବ୍ୟବସ୍ଥା ହେବ । ଏପରି ବ୍ୟବସ୍ଥା କରି ଗାଁ ଗୁଡିକର ସଠିକ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ମିଳିତ ଭାବେ ଏକ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗୁଡିକର ପ୍ରକଳ୍ପ ନିର୍ଦ୍ଦେଶକ, ମ୍ୟୁନିସିପାଲ କର୍ପୋରେସନ କମିଶନର, ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ବିଡ଼ିଓଙ୍କୁ ଏ ନେଇ ଜଣାଇ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଡି. କେ ସିଂ ଓ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନନ ମିଳିତ ଭାବେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ପରିବେଶ ସୁରକ୍ଷା ଏବଂ ବୈଧାନିକ ବିଧି ବ୍ୟବସ୍ଥାର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଏପରି ଉଦ୍ୟମର ଗୁରୁତ୍ବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଉଭୟ ସଚିବ ଅବଗତ କରାଇଛନ୍ତି । ଏହି କ୍ରମରେ ବାଲେଶ୍ବର ମ୍ୟୁନିସିପାଲିଟି ନିକଟସ୍ଥ ୯୦ ପଞ୍ଚାୟତରେ ଏହାର ପାଇଲଟ ପ୍ରକଳ୍ପ କରାଯାଇଛି । ଏହି ପ୍ରୟାସ ମଧ୍ୟ ବେଶ ଉପଯୋଗୀ ସାବ୍ୟସ୍ତ ହୋଇଛି ।

ସେହିପରି ସହରଗୁଡିକ ଠାରୁ ୨୦ କିଲୋମିଟର ଭିତରେ ଅବସ୍ଥିତ ରାଜ୍ୟର ସମସ୍ତ ପଞ୍ଚାୟତଗୁଡିକୁ ସଠିକ ମଳ ପରିଚାଳନା ନିମନ୍ତେ ସହର ସହିତ ସଂଲଗ୍ନ କରିବାକୁ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଅବସ୍ଥାପିତ ମଳ ଉପଚାର ନିମନ୍ତେ ଉଦ୍ଦିଷ୍ଟ ସମସ୍ତ ବ୍ୟବସ୍ଥା ଯେପରିକି ପାଇଖାନା ଟାଙ୍କିରୁ ମଳ ବିଶୋଧନାଗାର ପର୍ଯ୍ୟନ୍ତ ପଠାଇବା ପାଇଁ ମଇଳା ବୁହା ଗାଡି ଆଦିର ବ୍ୟବହାର ଏବଂ ଆବଶ୍ୟକୀୟ ଦେୟ କିଭଳି ଆଦାୟ କରାଯାଇପାରିବ ତାହା ସମ୍ପୃକ୍ତ ଅଧିକାରୀ ସ୍ଥିର କରିବେ ।

୪୫ଟି ପୌରସଂସ୍ଥାରେ ମଳ ଉପଚାର ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟାନ୍ୟ ପୌରସଂସ୍ଥାଗୁଡିକରେ ଏହାର ର୍ନିମାଣ ଜାରି ରହିଛି । ସେହିପରି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ନିମନ୍ତେ ୧୧୪ ଟି ପୌରସଂସ୍ଥାରେ ମ୍ୟାଟେରିଆଲ ରିକଭରୀ ବ୍ୟବସ୍ଥା କରାଯାଇଛି । ପ୍ଲାଷ୍ଟିକ ବର୍ଜ୍ୟ ବସ୍ତୁ ପରିଚାଳନା ନିମନ୍ତେ ପଞ୍ଚାୟତଗୁଡ଼ିକରୁ ୧୦୦ ପ୍ରତିଶତ ଶୁଖିଲା ବର୍ଜ୍ୟବସ୍ତୁ କିପରି ନିର୍ଦ୍ଧାରିତ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରୀ ଫାସିଲିଟିକୁ ଆସିପାରିବ ସେଗୁଡିକୁ ପଞ୍ଚାୟତର ଦାୟିତ୍ୱ ।

ପରିବାର ଗୁଡ଼ିକରୁ ଅଲଗା ଭାବେ ଶୁଖିଲା ବର୍ଜ୍ୟବସ୍ତୁ କିପରି ସଂଗ୍ରହ ହୋଇ ଆସିବା ତାହା ପଞ୍ଚାୟତ ଉପରେ ନ୍ୟସ୍ତ କରାଯାଇଛି । କେତେ ପରିମାଣର ଏବଂ କେତେ ଥର ଶୁଖିଲା ବର୍ଜ୍ୟ ବସ୍ତୁ ପଞ୍ଚାୟତ ମାନଙ୍କରୁ ପୌରସଂସ୍ଥା ଅଧୀନରେ ଥିବା ମ୍ୟାଟେରିଆଲ ରିକଭରୀ ଫାସିଲିଟି ଆସିବ ତାହା ପଞ୍ଚାୟତ ସ୍ଥିର କରିବେ । ଆବଶ୍ୟକ ସ୍ଥଳେ ପଞ୍ଚାୟତ କିମ୍ବା ଗାଁ ସ୍ତରରେ ଶୁଖିଲା ବର୍ଜ୍ୟବସ୍ତୁକୁ ଗଛିତ ରଖିବା ପାଇଁ ଅସ୍ଥାୟୀ ଭଣ୍ଡାର ବ୍ୟବସ୍ଥା କରିପାରିବେ ।

ତେବେ ପଞ୍ଚାୟତଗୁଡ଼ିକରୁ ପୌରସଂସ୍ଥାକୁ ଆସୁଥିବା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ପରିଚାଳନା ଏବଂ ପ୍ରକ୍ରିୟାକରଣ ପୌରସଂସ୍ଥା ଉପରେ ନ୍ୟସ୍ତ ହୋଇଛି । ଯେହେତୁ ସଠିକ୍ ମଳ ପରିଚାଳନା ଏବଂ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସବୁଜ ପ୍ରାଧିକରଣ ଏବଂ ପରିବେଶ ଆଇନ ଅନ୍ତର୍ଭୁକ୍ତ । ଉପଯୁକ୍ତ ସମୟ ସୀମା ମଧ୍ୟରେ ଜାରି କରାଯାଇଥିବା ଉକ୍ତ ନିର୍ଦ୍ଦେଶାବଳୀର କାର୍ଯ୍ୟକାରିତା ଏବଂ ପରିଚାଳନା କିପରି ସଠିକ ଭାବେ ହୋଇପାରିବ ସେଥି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.