ଭୁବନେଶ୍ବର: ଓଡିଶାରେ ବିଭିନ୍ନ କ୍ଷେତ୍ରରେ ନିରନ୍ତର ବିକାଶ ପ୍ରକ୍ରିୟାରେ ସରକାରଙ୍କ ସହ ହାତ ମିଶାଇ କାମ କରୁଛି ୱାପକୋସ କମ୍ପାନୀ । ଏବେ ଏହି କମ୍ପାନୀ ଓଡିଶାରେ ଜଳସେଚନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଭଳି ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆଣିବା ପାଇଁ ଯାଉଛି ୱାପକୋସ । ଏହାସହ ଓଡିଶାରେ ବିକାଶ ପାଇଁ ସହ ଅନେକ ଦିଗରେ କାମ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ ପରେ WAPCOS ର ସିଏମଡି ଆର.କେ.ଗୁପ୍ତା କହିଛନ୍ତି ।
ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲୋକସେବା ଭବନରେ ଏହାକୁ ନେଇ ଆଲୋଚନା କରିଛନ୍ତି ଆର.କେ.ଗୁପ୍ତା ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଗୁପ୍ତା କହିଛନ୍ତି ଯେ ,ଏହି ସୌଜନ୍ୟମୂଳକ ସାକ୍ଷାତ ବେଶ ଫଳପ୍ରଦ ଥିଲା । ନୂଆ ଟେକ୍ନୋଲୋଜି ବ୍ୟବହାର ବିଷୟରେ ଆଲୋଚନା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ୫ଟି ଉପରେ ମଧ୍ୟ ଆଲୋଚନା ହୋଇଛି । ଓ୍ଵାପକସ୍ ଓ ଏନପିସିସି ମିଳିତ ଭାବେ ଓଡ଼ିଶାର ଇନଫ୍ରାଷ୍ଟ୍ରକଚର, ଓ୍ଵାଟର ରିସୋର୍ସ, ଏନର୍ଜି ସେକ୍ଟର, ସାଇନ୍ସ, ଇରିଗେସନ ଉପରେ କାମ କରିବା ପାଇଁ ଆଲୋଚନା ହୋଇଛି
।
ଏହି ନୂତନ ଟେକ୍ନୋଲୋଜି ବିଷୟରେ ନିକଟରେ ଓଡ଼ିଶାର କିଛି ବରିଷ୍ଠ ଅଧିକାରୀ ଗୁଜୁରାଟ ଯାଇଥିଲେ । ସେମାନଙ୍କୁ ଏହି ନୂଆ ଟେକ୍ନୋଲୋଜି ବିଷୟରେ ଅବଗତ କରାଯାଇଛି । ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ, ସେ ନେଇ ଆଲୋଚନା ହୋଇଥିଲା ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ