ଭୁବନେଶ୍ୱର: ଏମ୍ସରେ କାର୍ଯ୍ୟକ୍ଷମ ହେବ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବ୍ରୋଟୋରୀ। ଭୁବନେଶ୍ୱର ରାଜ୍ୟ ସ୍ତରୀୟ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (VRDL) ଭାବରେ ଓଡିଶା ରାଜ୍ୟ ପାଇଁ ମହାମାରୀ ପରିଚାଳନା ପାଇଁ ନ୍ୟାସନାଲ୍ ୱାଇଡ୍ ନେଟୱାର୍କ ଅଫ୍ ଲାବୋରେଟୋରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଅନୁମୋଦିତ ହୋଇଛି।
ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (VRDLS)ର ଏକ ଶୃଙ୍ଖଳା ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା VRDL ଯୋଜନା ଅନୁମୋଦନ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ଏହି ଜୀବାଣୁଙ୍କୁ ଠିକ ସମୟରେ ଚିହ୍ନଟ ଏବଂ ଜେନେଟିକ୍ ଅଧ୍ୟୟନ ପାଇଁ ସକ୍ଷମ ହେବ ।
ଏମ୍ସ ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗ ଗତ ଏକ ବର୍ଷ ମଧ୍ୟରେ କୋଭିଡ-19 ଆରଟିପିସିଆର ପରୀକ୍ଷଣ ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗର ସମସ୍ତ ମେଡିକାଲ ଏବଂ ସରକାରୀ ପ୍ରତିଷ୍ଠାନ ପାଇଁ ମେଣ୍ଟର ଇନଷ୍ଟିଚ୍ୟୁଟ ଭାବରେ ନିରନ୍ତର କାର୍ଯ୍ୟ କରିଛି । ଏହାବ୍ୟତୀତ COVID-19 RTPCR ପରୀକ୍ଷା କରିବା ବ୍ୟତୀତ ପ୍ରାୟ 90 ହଜାର ନମୁନା ଉପରେ ଓଡ଼ିଶାର ଦ୍ୱିତୀୟ COVID-19 RTPCR ପରୀକ୍ଷା କେନ୍ଦ୍ର ଭାବରେ ସ୍ଥାନ ପାଇଛି। ଯାହାକୁ ନେଇ ଏମ୍ସରେ VRDL କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ