ETV Bharat / city

ଉପନିର୍ବାଚନ: ଆଜି ନେତା ବାଛିବେ ଜନତା

author img

By

Published : Nov 3, 2020, 6:28 AM IST

ରାଜ୍ୟର ଦୁଇଟି ଉପନିର୍ବାଚନ ପାଇଁ ଆଜି ଭୋଟ ଦେବେ ଜନତା । ବାଛିବେ ନେତା । ସକାଳ 7ଟାରୁ ଆରମ୍ଭ ହେବ ଭୋଟ । ଅଧିକ ପଢନ୍ତୁ...

ଉପନିର୍ବାଚନ: ଆଜି ନେତା ବାଛିବେ ଜନତା
ଉପନିର୍ବାଚନ: ଆଜି ନେତା ବାଛିବେ ଜନତା

ଭୁବନେଶ୍ବର: ରାଜ୍ୟରେ ହେଉଥିବା ଦୁଇଟି ଉପନିର୍ବାଚନ ପାଇଁ ଆଜି ମତଦାନ ହେବ । ସକାଳ 7ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ସନ୍ଧ୍ୟା 6ଟା ଯାଏ ଏହା ଚାଲିବ । କୋଭିଡ ଭିତରେ ରାଜ୍ୟରେ ଏହା ପ୍ରଥମ ଭୋଟ ହେଉଥିବାରୁ ଭୋଟଗ୍ରହଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବା ସହ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି ।

ବାଲେଶ୍ବର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମୈଦାନରେ ସମୁଦାୟ 15 ଜଣ ପ୍ରାର୍ଥୀ ଥିବାବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ ଭୋଟର । ସମୁଦାୟ 4 ଲକ୍ଷ 69 ହଜାର 450 ଜଣ ଭୋଟର ଭୋଟ ଦେବେ ବୋଲି ଜଣାପଡିଛି । ତେବେ ତିର୍ତ୍ତୋଲ ପାଇଁ 9 ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିବେ 2 ଲକ୍ଷ 39 ହଜାର 153 ଜଣ । ସେହିଭଳି ବାଲେଶ୍ବରରେ 2 ଲକ୍ଷ 30 ହଜାର 297 ଜଣ ଭୋଟ 6 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ସେପଟେ କୋରୋନାକୁ ଦୃଷ୍ଟିରେ ରଖି ଦୁଇ ନିର୍ବାଚନ ମଣ୍ଡଳୀରେ ବୁଥ ସଂଖ୍ୟା ବୃଦ୍ଧି କରାଯାଇଛି । ବାଲେଶ୍ବରରେ 346 ଓ ତିର୍ତ୍ତୋଲରେ 373ଟି ବୁଥ କରାଯାଇଥିବା ସୂଚନା ମିଳିଛି ।

ତେବେ ଭୋଟ ପୂର୍ବରୁ ବୁଥ ଗୁଡିକୁ ବିଶୋଧନ କରିବାର ବ୍ୟବସ୍ଥା କରାଯାଇଛି । ସେହିପରି ଭୋଟର ମାନଙ୍କୁ ଡାହାଣ ହାତରେ ଗ୍ଲୋବ୍ସ ପିନ୍ଧିବାକୁ ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ ନିର୍ବାଚନ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ପିପିଇ କିଟ୍‌ ଦିଆଯାଇଛି ।

ବୁଥ ସଂଖ୍ୟା ବୃଦ୍ଧି ପାଇଥିବାରୁ ବିଏଲଓ ଜରିଆରେ ସମସ୍ତଙ୍କୁ ସ୍ଲିପ ଦିଆଯାଇଛି । କିଏ କେଉଁ ବୁଥରେ ଭୋଟ ଦେବେ ସେଥିରେ ଉଲ୍ଲେଖ ରହିଛି । ଏହାସହ ଅନଲାଇନରେ ମଧ୍ୟ ଭୋଟର ନିଜର ତଥ୍ୟ ଜାଣି ପାରିବା ନେଇ ବ୍ୟବସ୍ଥା କରାଯାଇଛି । www.nvsp.inରେ ଭୋଟର ମାନେ ଏହା ଜାଣିପାରିବେ ।

ତିର୍ତ୍ତୋଲରେ 155ଟି ଓ ବାଲେଶ୍ବରରେ 86ଟି ବୁଥ ସମ୍ବେଦନଶୀଳ ଭାବେ ଚିହ୍ନଟ ହୋଇଛି । ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି । ସମୁଦାୟ 6 କମ୍ପାନୀ ସିଆରପିଏଫ, 90 ପ୍ଲାଟୁନ ପୋଲିସ ଫୋର୍ସ ସହିତ 251 ଜଣ ପୋଲିସ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ।

ଆଜି ଭୋଟ ହେବାକୁ ଥିବାବେଳେ ନଭେମ୍ବର 10 ତାରିଖରେ ଭୋଟ ଗଣତି କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.