ETV Bharat / city

‘ସ୍ମିତାରାଣୀ ମୃତ୍ୟୁ ମାମଲାରେ ମହିଳା କମିଶନଙ୍କ ରିପୋର୍ଟ ମିଛ’ - bjp target to women commission

ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ରାଜ୍ୟ ମହିଳା କମିଶନ ଯେଉଁ ରିପୋର୍ଟ ଦେଇଛନ୍ତି ତାହାକୁ ମିଛ ବୋଲି ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା ।

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ ମିଛ କହିଲା ବିଜେପି ମହିଳା ମୋର୍ଚ୍ଚା
author img

By

Published : Oct 26, 2019, 9:50 PM IST

ଭୁବନେଶ୍ବର: ଯାଜପୁର ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ ଘନଉଛି ବିବାଦ । ଏହି ମାମଲାରେ ସିବିଆଇ ତଦନ୍ତ ବିଜେପି ଦାବି କରୁଥିବା ବେଳେ ଏପଟେ ଏହି ଘଟଣାରେ ମହିଳା କମିଶନ ତଦନ୍ତ କରି ଦେଇଥିବା ରିପୋର୍ଟକୁ ମିଛ ବୋଲି କହିଛି ଦଳ ।

ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟକୁ ମିଛ କହିଲା ବିଜେପି ମହିଳା ମୋର୍ଚ୍ଚା

ଏପରିକି ରିପୋର୍ଟକୁ 24 ଘଣ୍ଟା ମଧ୍ୟରେ ସାର୍ବଜନୀନ କରିବା ପାଇଁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ଏହି ରିପୋର୍ଟ ସାର୍ବଜନୀନ ନ ହେଲେ ଆସନ୍ତା 28 ତାରିଖରେ ମହିଳା କମିଶନଙ୍କ କାର୍ଯ୍ୟାଳୟ ଘେରାଉ କରିବାକୁ ମୋର୍ଚ୍ଚା ଚେତାବନୀ ଦେଇଛି ।

ପୀଡିତାଙ୍କ ପରିବାରକୁ ନ ଭେଟି ଅଧକ୍ଷ୍ୟା ସନ୍ଧ୍ୟାବତୀ ବେହେରା କିପରି ଭାବେ ରିପୋର୍ଟ ପ୍ରସ୍ତୁତ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ତେବେ ସେ ରିପୋର୍ଟରେ କଣ ଉଲ୍ଲେଖ ଅଛି ତାହାକୁ ଆସନ୍ତା 24 ଘଣ୍ଟା ମଧ୍ୟରେ ସାର୍ବଜନୀନ କରନ୍ତୁ । ନଚେତ୍‌ ମିଛ ରିପୋର୍ଟ ଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ । ଆସନ୍ତା 24 ଘଣ୍ଟା ମଧ୍ୟରେ ସେ ରିପୋର୍ଟ ପ୍ରକାଶ ନ କରନ୍ତି ତେବେ ଏହାର ପ୍ରତିବାଦ ସ୍ବରୂପ ଏହି ଘେରାଉ ହେବ ବୋଲି ସେ କହିଛନ୍ତି ।

ଏନେଇ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତି ପରିଡା ଆହୁରି କହିଛନ୍ତି କି, ସାମ୍ବିଧାନିକ ପଦବୀରେ ରହି ସେ ଏହାର ମର୍ଯ୍ୟାଦା ରକ୍ଷା କରୁନାହାଁନ୍ତି। ସେ ଦଳର ନେତ୍ରୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି । ଯଦି ଏଠାରେ ତାଙ୍କୁ ନ୍ୟାୟ ନ ମିଳେ ତେବେ ଦଳ ଏହାକୁ କେନ୍ଦ୍ର ମାନବାଧିକର କମିଶନ ଓ ମହିଳା କମିଶନଙ୍କ ଦୃଷ୍ଟିକୁ ଆଣିବ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଯାଜପୁର ର ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ଘଟଣାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଅତ୍ୟନ୍ତ ବେଖାତିର ପ୍ରଦର୍ଶନ କରିଥିବା ଅଭିଯୋଗ କରିଛି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା।ଯାହାର ପ୍ରତିବାଦ ସ୍ବରୂପ ମୋର୍ଚ୍ଚା ରାଜ୍ୟ ମହିଳା କମିଶନଙ୍କ କାର୍ଯ୍ୟାଳୟ ଆସନ୍ତା 28 ତାରିଖରେ ଘେରାଉ କରିବ ବୋଲି କହିଛି।

Body:ମହିଳା କମିଶନ ଅଧକ୍ଷ୍ୟା ଘଟଣାର କିଛିଦିନ ପରେ ଏହାର ତଦନ୍ତ କରି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା କହିଥିଲେ।ଯାହାକୁ ବିଜେପି ମହିଳା ମୋର୍ଚ୍ଚ ସଭାପତି ମିଛ ବୋଲି କହିଛନ୍ତି।ବିନା ହତ୍ୟାକାଣ୍ଡ ରେ ପିଡିତାଙ୍କ ପରିବାର କୁ ନ ଭେଟି ଅଧକ୍ଷ୍ୟା ସଂଧ୍ୟାବତୀ ବେହେରା କିପରି ଭାବେ ରିପୋର୍ଟ ପ୍ରସ୍ତୁତ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି।ଯଦି ସେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି ତେବେ ସେ ରିପୋର୍ଟରେ କଣ ଉଲ୍ଲେଖ ଅଛି ତାହାକୁ ଆସନ୍ତା 24 ଘଣ୍ଟା ମଧ୍ୟରେ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି।ନଚେତ ମିଛ ରିପୋର୍ଟ ଦେଇଥିବା ହେତୁ ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ ।ନଚେତ ଯଦି ଏହି 24 ଘଣ୍ଟା ମଧ୍ୟରେ ସେ ରିପୋର୍ଟ ପ୍ରକାଶ ନ କରନ୍ତି ତେବେ ଏହାର ପ୍ରତିବାଦ ସ୍ବରୂପ ଏହି ଘେରାଉ ହେବ ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି କି ଶ୍ରୀମତୀ ବେହେରା ସାମ୍ବିଧାନିକ ପଦବୀରେ ରହି ସେ ଏହାର ମର୍ଯ୍ୟାଦା ରକ୍ଷା କରୁନାହାନ୍ତି।ସେ ଦଳର ନେତ୍ରୀଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି।ଯଦି ଏଠାରେ ତାଙ୍କୁ ନ୍ୟାୟ ନ ମିଳେ ତେବେ ଦଳ ଏହାକୁ କେନ୍ଦ୍ର ମାନବାଧିକର କମିଶନ ଓ ମହିଳା କମିଶନଙ୍କ ଦୃଷ୍ଟିକୁ ଆଣିବ ବୋଲି ସେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.