ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ 5 ‘ଟି’ ସଚିବ ପାଣ୍ଡିଆନ । ମନ୍ଦିର ଚତୁଃପାର୍ଶ୍ବର ନିର୍ମାଣଧୀନ କାର୍ଯ୍ୟର କଲେ ସମୀକ୍ଷା । ଶନିବାର ପୂର୍ତ୍ତ ସଚିବ କ୍ରିଷନ କୁମାର, ବିଏସି କମିଶନର ପ୍ରେମ ଚୌଧୁରୀ ପ୍ରମୁଖ ଭିକେ ପାଣ୍ଡିଆନଙ୍କ ସହ ମନ୍ଦିରରେ ଉପସ୍ଥିତ ଥିଲେ ।
ସୂଚନା ମୁତବକ, ଆଜି(ଶନିବାର) ଭୋର 5 ଟାରେ ହଠାତ୍ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଦେଖିବାକୁ ମିଳିଥିଲା 5 ଟି ସଚିବ ଭିକେ ପାଣ୍ଡିଆନଙ୍କୁ । ମନ୍ଦିରର ଚର୍ତୁଃପାର୍ଶ୍ବରେ ଚାଲିଥିବା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ । ଏହାସହ କେଉଁ କାର୍ଯ୍ୟ କେବେ ଶେଷ କରିବାକୁ ହେବ ତାର ସମୟସୀମା ଧାର୍ଯ୍ୟ କରିଥିଲେ ପାଣ୍ଡିଆନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ