ETV Bharat / city

ରାଜଧାନୀର ବିକାଶ ପାଇଁ ଭିଜନ 2040 ପ୍ରସ୍ତୁତ କରାଯାଉ: କଂଗ୍ରେସ

author img

By

Published : Apr 13, 2022, 10:50 PM IST

ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ

ରାଜଧାନୀର ବିକାଶ ପାଇଁ ଭିଜନ 2040 ପ୍ରସ୍ତୁତ କରାଯାଉ: କଂଗ୍ରେସ
ରାଜଧାନୀର ବିକାଶ ପାଇଁ ଭିଜନ 2040 ପ୍ରସ୍ତୁତ କରାଯାଉ: କଂଗ୍ରେସ

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ କଂଗ୍ରେସ । ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି କଂଗ୍ରେସ । ଦଳୀୟ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି , ଭୁବନେଶ୍ବରର ବିକାଶ ପାଇଁ ଭିଜନ 2040 ଆବଶ୍ୟକ । ବିନା ଭିଜନରେ ଭୁବନେଶ୍ବରର ବିକାଶ ହୋଇପାରିବ ନାହିଁ । ଭୁବନେଶ୍ବରର ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ । ଭୁବନେଶ୍ବର ବିକାଶ ପାଇଁ, ସାଂସଦ, ମେୟର, ଡେପୁଟି ମେୟର ବିଧାୟକ ମିଳିତ ଭାବେ ଏକ ରୋଡମ୍ୟାପ ପ୍ରସ୍ତୁତ କରନ୍ତୁ ।

ଭୁବନେଶ୍ବରରେ କାହିଁକି ଅପରାଧ ବଢୁଛି । କାହିଁକି ଜଳ ସଂକଟ ଦେଖାଦେଉଛି । ରାଜଧାନୀର ଜନସଂଖ୍ୟା 15 ଲକ୍ଷ ପାର ହେଲାଣି । ଭୁବନେଶ୍ବରର ଭବିଷ୍ୟତ ପାଇଁ ଏକ ସ୍ବତନ୍ତ୍ର ଯୋଜନା ସହ ଭିଜନ ନେଇ କାମ କରିବାକୁ ହେବ । ଭୁବନେଶ୍ବର କୌଣସି ରାଜନୈତିକ ଦଳର ନୁହେଁ । ଭୁବନେଶ୍ବର ହେଉଛି ରାଜ୍ୟର ରାଜଧାନୀ । ଏହାର ବିକାଶ ପାଇଁ ସକିର୍ଣ୍ଣ ରାଜନୀତି କରାନଯାଉ । କାହିଁକି ସାଂସଦଙ୍କୁ ନିମନ୍ତ୍ରଣ କରାଗଲା ନାହିଁ ବୋଲି କଂଗ୍ରେସ ମଧ୍ୟ ପ୍ରଶ୍ନ ଉଠାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.