ଭୁବନେଶ୍ବର: ବିଧାନସଭା ପରିସରରେ ପହଞ୍ଚିଲା ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ମରଶରୀର । ଦିଆଗଲା ଗାର୍ଡ ଅଫ୍ ଅନର । ଶେଷ ଦର୍ଶନ କଲେ ଅନେକ ନେତା ଓ ମନ୍ତ୍ରୀ ।
ଗତକାଲି ଏକ ଘରୋଇ ହସ୍ପିଟାଲରେ ବିଧାୟକଙ୍କ ଦେହାନ୍ତ ହୋଇଥିଲା । ତେବେ ଆଜି ସକାଳ 6.30ରେ ପ୍ରଥମେ ତାଙ୍କ ମରଶରୀରକୁ ବିଜେଡି ଦଳୀୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଭାରତୀୟ ସ୍କାଉଡ୍ ଗାଇଡ୍ ସେଣ୍ଟର ଓ ଶେଷରେ ବିଧାନସଭାକୁ ନିଆଯାଇଛି ।
ତେବେ ବିଧାନସଭା ପରେ ନିଜ ଜନ୍ମମାଟି ଜଗତସିଂପୁର ଅଭିମୁଖେ ବିଧାୟକଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ