ETV Bharat / city

ଏଣିକି ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

author img

By

Published : Aug 25, 2021, 5:35 PM IST

Updated : Aug 25, 2021, 5:40 PM IST

ଆପଣ ନିଶା ସେବନ କରି ଗାଡି ଚଲାଉଛନ୍ତି କି ? ଓଭର ସ୍ପୀଡ଼ ଗାଡି ଚଳାଇବା ଆପଣଙ୍କ ସୌକ କି ? ଗାଡି ଚଳାଇବା ବେଳେ ମୋବାଇଲରେ ଗପୁଛନ୍ତି କି ? ଟ୍ରାଫିକ ନିୟମ ପାଳୁନାହାଁନ୍ତି କି ? ଯଦି ହଁ ହୋଇଯାଆନ୍ତୁ ସାବଧାନ.. କଡାକଡି ହେଉଛି ମୋଟର ଯାନ ଆଇନ। ଅଧିକ ପଢନ୍ତୁ...

Motor vehicle act to be very strict on driving
ସାବଧାନ୍ ଗାଡି ଚାଳକ: ଏଣିକି ପ୍ରଥମ ଉଲ୍ଲଙ୍ଘନରେ ବି ରଦ୍ଦ ହେବ ଲାଇସେନ୍ସ

ଭୁବନେଶ୍ବର: ଆପଣ ନିଶା ସେବନ କରି ଗାଡି ଚଲାଉଛନ୍ତି କି ? ଓଭର ସ୍ପୀଡ଼ ଗାଡି ଚଳାଇବା ଆପଣଙ୍କ ସୌକ କି ? ଗାଡି ଚଳାଇବା ବେଳେ ମୋବାଇଲରେ ଗପୁଛନ୍ତି କି ? ଏହା ସହ କୌଣସି ପ୍ରକାର ମୋଟର ଯାନ ଆଇନକୁ ଉଲ୍ଲଘଂନ କରୁଛନ୍ତି କି ? ଯଦି ହଁ ! ତେବେ ଏଣିକି ହୋଇଯାଆନ୍ତୁ ସାବଧାନ । ଏହା କରିବା ଆପଣଙ୍କୁ ପଡିପାରେ ମହଙ୍ଗା । କାରଣ ମୋଟର ଯାନ ଆଇନକୁ କଡାକଡି କରିଛନ୍ତି ସରକାର ।

ଲୋକଙ୍କ ସୁରକ୍ଷା ପାଇଁ ମୋଟର ଯାନ ଆଇନକୁ କଡ଼ାକଡ଼ି କରାଯାଇଛି । ଏଣିକି ମୋଟର ଯାନ ଆଇନ ଉଲ୍ଲଙ୍ଘନ କଲେ ଅସ୍ଥାୟୀ ଭାବେ ଲାଇସେନ୍ସ ରଦ୍ଦ ହେବ । ପ୍ରାୟ ୩ ମାସ ପାଇଁ ଅସ୍ଥାୟୀ ଭାବେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ଏହା ସମସ୍ତ ଗାଡି ଚାଳକଙ୍କ ଲାଗି ଲାଗୁ ହୋଇଛି । ଏନେଇ ସମସ୍ତ ପରିବହନ ଅଧିକାରୀଙ୍କୁ ବା ଆରଟିଓକୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

ହେଲମେଟ୍ ନପିନ୍ଧିଲେ ଓ ମୋବାଇଲ ବ୍ୟବହାର କରୁଥିଲେ ଲାଇସେନ୍ସ ରଦ୍ଦ ହେବ । ଏହା ବ୍ୟତୀତ ମଦ ପିଇ ଗାଡ଼ି ଚଳାଇଲେ ଓ ଅଧିକ ବେଗରେ ଗାଡ଼ି ଚଳାଇଲେ ବି ଲାଇସେନ୍ସ ରଦ୍ଦ କରାଯିବ । ସେହିପରି ‘ରେଡ଼୍ ଲାଇଟ୍’ ଉଲ୍ଲଙ୍ଘନ ଓ ଭୁଲ ଦିଗରେ ଗାଡ଼ି ଚଳାଇଲେ ଲାଇସେନ୍ସ ରଦ୍ଦ କରାଯିବ । ଏହି ଦିଗରେ ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠି ଲେଖିଛନ୍ତି ପରିବହନ କମିଶନର ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ,ଇଟିଭି ଭାରତ

Last Updated : Aug 25, 2021, 5:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.