ଭୁବନେଶ୍ବର: ବିଜେପିକୁ ବଦନାମ କରିବାକୁ ଷଡଯନ୍ତ୍ର ଅଭିଯୋଗ । ପଦ୍ମ ପୋଷ୍ଟରରେ ଦାଗି ପୁଞ୍ଜିପତି । ଦଳକୁ ବଦନାମ କରିବାକୁ କେହି ଦୁର୍ବୃତ୍ତ ଏପରି କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଡିସିପିଙ୍କ ପାଖରେ ଅଭିଯୋଗ କରିଛି ଭାରତୀୟ ଜନତା ପାର୍ଟିରେ ଏକ ପ୍ରତିନିଧି ଦଳ ।
ଅଧିକ ପଢନ୍ତୁ: ଆସୁଛନ୍ତି ମୋଦି...
ସୂଚନାନୂଯାୟୀ, ପଟିଆ ନନ୍ଦନକାନନ ରାସ୍ତାରେ ଏଭଳି ପୋଷ୍ଟର ଦେଖିବାକୁ ମିଳିଛି । ଯେଉଁଥିରେ ବିଜୟ ମାଲ୍ୟାଙ୍କ ସହ ନିରବ ମୋଦିଙ୍କ ଫଟୋ ଯୋଡା ଯାଇଛି। ଯାହାକି ବିଜେପିକୁ ବଦନାମ କରିବାକୁ ବିରୋଧିଙ୍କ ଚାଲ ବୋଲି ଅଭିଯୋଗ କରିଛି ବିଜେପି । ଯାହାକୁ ନେଇ ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ଦାବି କରିଛି ବିଜେପିର ପ୍ରତିନିଧି ଦଳ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ