ଭୁବନେଶ୍ବର: ଆଗାମୀ ନିର୍ବାଚନରେ 51 ପ୍ରତିଶତ ଭୋଟ୍ ସହ ଓଡିଶାରେ ସରକାର ଗଠନ କରିବ ବିଜେପି । ଏନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର୍ । ଓଡିଶା ଗସ୍ତରେ ଆସିଛନ୍ତି ବିଜେପି ରାଜ୍ୟ ସହ ପ୍ରଭାରୀ । କଟକ ଓ କେନ୍ଦ୍ରାପଡା ଗସ୍ତ କରିବା ସହ ମାହାଙ୍ଗାର କୁଳମଣୀ ବରାଳ ଓ ତାଙ୍କ ସହଯୋଗୀଙ୍କ ପରିବାରକୁ ଭେଟିବେ ।
ତେବେ ପୂର୍ବ ନିର୍ବାଚନରେ ବିଜେପି ରାଜ୍ୟରେ 38 ପ୍ରତିଶତ ଭୋଟ୍ ହାତେଇଥିବା ସେ କହିଛନ୍ତି । ଏହାସହ ସେ ନିର୍ବାଚନରେ କଂଗ୍ରେସ ହେଉ କିମ୍ବା ବିଜେଡି ସହ ଲଢିବେ । ସମସ୍ତ ବୁଥ୍ ଓ ନିର୍ବାଚନ ମଣ୍ଡଳରେ କର୍ମକର୍ତ୍ତାକୁ ନିୟୋଜିତ କରିବେ । ଏହାସହ ଆଗକୁ ଆସୁଥିବା ସାଧାରଣ ନିର୍ବାଚନରେ 51 ପ୍ରତିଶତ ଭୋଟ୍ ହାତେଇବେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ