ETV Bharat / city

ଆଜି ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ

ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ବେଆଇନ ସମ୍ପତ୍ତି ଠୁଳ । 19 ଘଣ୍ଟାର ଖାନତଲାସି ପରେ ଆଜି ରିମାଣ୍ଡରେ ନେବ ଭିଜିଲାନ୍ସ । ଅଧିକ ପଢନ୍ତୁ...

ବହିଷ୍କୃତ କନଷ୍ଟେବଳଙ୍କ ବେଆଇନ ସମ୍ପତ୍ତି ଠୁଳ, ଆଜି ରିମାଣ୍ଡରେ ନେବ ଭିଜିଲାନ୍ସ

author img

By

Published : Oct 29, 2021, 10:43 AM IST

ଭୁବନେଶ୍ବର: ପ୍ରସନ୍ନଙ୍କୁ ରିମାଣ୍ଡରେ ଆଣିବ ଭିଜିଲାନ୍ସ । ବହିଷ୍କୃତ ପ୍ରସନ୍ନ ବେହେରାଙ୍କ ଘରେ 19 ଘଣ୍ଟା ରେଡ୍ । ସମ୍ପତ୍ତି ତାଲିକା କରିବା ପରେ ରିମାଣ୍ଡରେ ନେବ ଭିଜିଲାନ୍ସ । ଗତକାଲି(ଗୁରୁବାର) ରାତି 12ଟା ପର୍ଯ୍ୟନ୍ତ ରେଡ୍ କରିବା ପରେ ଆଜି ରିମାଣ୍ଡରେ ନେବ । ଗତକାଲି ଏକକାଳୀନ ପ୍ରସନ୍ନଙ୍କ ନାମରେ ଥିବା 5ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଚାକିରିରୁ ବହିଷ୍କୃତ ହୋଇଥିଲେ କନଷ୍ଟେବଳ ପ୍ରସନ୍ନ ବେହେରା । ବର୍ତ୍ତମାନ ସେ ଏବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଗତକାଲି ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରି କନଷ୍ଟେବଳଙ୍କ ସମ୍ପତ୍ତି ଦେଖି ତାଜୁବ୍ ହୋଇଯାଇଛି । ରାଜଧାନୀରେ ଫ୍ଲାଟ୍, ଦୁଇ ଦୁଇଟି ଦାମୀ ଫର୍ଣ୍ଣିଚର ସୋ ରୁମ୍ ସାଙ୍ଗକୁ ପ୍ରାୟ 5 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି ।

ଏଥିସହ ପ୍ରସନ୍ନଙ୍କର 21ଟି ବ୍ୟାଙ୍କ ପାସବୁକ୍, 50 ଲକ୍ଷର ବୀମା ଜବତ, ପତ୍ନୀଙ୍କ ନାମରେ ସୁନ୍ଦରପଦାରେ 24 ଲକ୍ଷର ଫ୍ଲାଟ ଏବଂ ପୈତୃକ ଗାଁରେ 45 ଲକ୍ଷର ଜମି ଠାବ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ 5 କୋଟିର ବେଆଇନ ସମ୍ପତ୍ତି ଠାବ ହୋଇଛି । ଆଜି ଡିଏ କେସର ମାମଲା ରୁଜୁ କରିବା ପରେ ପ୍ରସନ୍ନଙ୍କୁ ରିମାଣ୍ଡରେ ନେବ ଭିଜିଲାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.