ETV Bharat / city

କୁବେର ITDA ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି, ଭିଜିଲାନ୍ସ ଯେତେ ଖୋଜୁଛି ସେତେ ବାହାରୁଛି

ITDA ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ବଣ୍ଡଲ ବଣ୍ଡଲ ଟଙ୍କା । 41.77ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ପରିମାଣରେ ଟଙ୍କା ଜବତ ହେବା ଭିଜିଲାନ୍ସ ଇତିହାସରେ ଏହା ପ୍ରଥମ ଘଟଣା । ଅଧିକ ପଢନ୍ତୁ

ଭିଜିଲାନ୍ସ ଯେତେ ଖୋଜୁଛି ସେତେ ବାହାରୁଛି ସମ୍ପତି: ITDA କନିଷ୍ଟ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ରେଡ ଜାରି

author img

By

Published : Nov 26, 2021, 4:10 PM IST

ଭୁବନେଶ୍ବର: Integrated Tribal development Agency (ITDA) ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ବଣ୍ଡଲ ବଣ୍ଡଲ ଟଙ୍କା । 41.77ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏତେ ପରିମାଣରେ ଟଙ୍କା ଜବତ ହେବା ଭିଜିଲାନ୍ସ ଇତିହାସରେ ଏହା ପ୍ରଥମ ଘଟଣା । ITDA ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଜାରି ରହିଛି ରେଡ । ଆଦିବାସୀ କଲ୍ୟାଣ ଯୋଜନା ନାଁରେ ଆସୁଥିବା ଟଙ୍କାକୁ ହଡପ କରୁଥଲେ ସେ । ତେବେ ଆଜି (ଶୁକ୍ରବାର) ଦ୍ବିତୀୟ ଦିନରେ ମଧ୍ୟ ରେଡ ଜାରି ରହିଛି । ଏଯାବତ 41.77 ଲକ୍ଷ କ୍ୟାସ, 659 ଗ୍ରାମ ସୁନା ଗହଣା ଭିଜିଲାନ୍ସ ହାତରେ ଲାଗିଛି । ଏକାଧିକ ଜମି, ପ୍ଲଟ ନିଜ ସମ୍ପର୍କୀୟଙ୍କ ନାଁରେ ରଖିଥିଲେ ସନ୍ତୋଷ ।

ଭିଜିଲାନ୍ସ ଯେତେ ଖୋଜୁଛି ସେତେ ବାହାରୁଛି ସମ୍ପତି: ITDA କନିଷ୍ଟ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ରେଡ ଜାରି

ଗୁରୁବାର ଭିଜିଲାନ୍ସ ଘର, ଅଫିସ ସମେତ ବଡଗଡର ୪ ମହଲା ବିଲଡିଂ, ବାଲେଶ୍ବରରେ ୪ ମହଲା ବିଲଡିଂ,ଶୈଳଶ୍ରୀ ବିହାରରେ ଫ୍ଲାଟ, କଳିଙ୍ଗ ବିହାରରେ ଅଧ ନିର୍ମିତ ଘର, ବାଲେଶ୍ବରରେ ଥିବା ୩ଟି ପ୍ଲଟ ଏବଂ ଗୋଟିଏ ଚାରିଚକିଆ କାର‌ ସମେତ ୩କି ବାଇକ ଜବତ କରିଛି । ଭୁବନେଶ୍ୱର,ବାଲେଶ୍ବର ଓ ମୟୂରଭଞ୍ଜରେ ଗୁରୁବାର ୧୧ଟି ସ୍ଥାନରେ ୧୪ ଭିଜିଲାନ୍ସ ଅଫିସର ରେଡ କରିଥିଲେ (ITDA assistant engineer under vigilance scanner) । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରିଥିଲା ।

ଏହାମଧ୍ୟ ପଢନ୍ତୁ:ITDA Junior Engineer In Vigilance Net; ଭିଜିଲାନ୍ସ ପଞ୍ଝାରେ ମୟୂରଭଞ୍ଜ ITDA କନିଷ୍ଠ ଯନ୍ତ୍ରୀ

ତେବେ ଏବେ ସୁଦ୍ଧା ସନ୍ତୋଷଙ୍କ ଠାରୁ 41.77 ଲକ୍ଷ ନଗଦ ଟଙ୍କା ଜବତ ହେବେ ଘଟଣା ଭିଜିଲାନ୍ସ ଇତିହାସରେ ପ୍ରଥମ । କାରଣ ପୂର୍ବରୁ ଯେଉଁ ରେଡ ହୋଇଛି । ସେ ସମସ୍ତ ସ୍ଥାନରୁ ଏତେ ପରିମାଣର ଟଙ୍କା ଜବତ ହୋଇ ନ ଥିଲା । ପୂର୍ବରୁ ସର୍ବାଧିକ ଗତ ୯ ତାରିଖରେ ଭିଜିଲାନ୍ସ ରେଡ ବେଳେ ଡେପୁଟି ମ୍ୟାନେଜର ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନର ପ୍ରତାପ କୁମାର ସାମଲ ପାଖରୁ ଜବତ ହୋଇଥିଲା 38 ଲକ୍ଷ 12ହଜାର 900ଟଙ୍କା । ସେହିପରି 9/11/21ରେ ଭିଜିଲାସନ୍ସ ରେଡ ବେଳେ ନରୋତ୍ତମ ବେହେରା । ଯିଏ କି ଷ୍ଟେଟ ପଲ୍ୟୁସନ (State Pollution) ବୋର୍ଡ଼ର ଆଞ୍ଚଳିକ ଅଧିକାରୀ ତାଙ୍କ ଘରୁ ମିଳିଥିଲା 16 ଲକ୍ଷ 50 ହଜାର 13 ଟଙ୍କା ।

ସ୍ପେସିଆଲ ପିପି ଭବାନୀପାଟଣାର ଆଶୁତୋଷ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ଠାରୁ ମିଳିଥିଲା 15 ଲକ୍ଷ 60 ହଜାର 140ଟଙ୍କା। 3/7/21ବାଲିଗୁଡା ITDAର କିରାଣୀ ବସନ୍ତ ପାଣି ଠାରୁ 13ଲକ୍ଷ 25ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଓଡିଶା ଷ୍ଟାଫ୍ଫ ସିଲେକ୍ସନ କମିଶନଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଛାପା ମାରିଥିଲା । ତାଙ୍କ ଠାରୁ 12 ଲକ୍ଷ 46 ହଜାର 492 ଟଙ୍କା ଜବତ‌ କରିଥିଲା । ସେପଟେ, 30/7/21ରେ ଜଳସେଚନ ବିଭାଗ ସୁପରିଟେଣ୍ଡ ଇଞ୍ଜିନିୟର ବିଧାନ ଚନ୍ଦ୍ର ସାହୁଙ୍କ ଘରେ ରେଡ ହୋଇଥିଲା । ରେଡ ସମୟରେ 10 ଲକ୍ଷ 7 ହଜାର ଟଙ୍କା ଜବତ କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.