ଭୁବନେଶ୍ବର/ବ୍ରହ୍ମପୁର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବାସଭବନ ସମେତ ତାଙ୍କ ସଂପର୍କୀୟଙ୍କ ମୋଟ ୧୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମର ଅତର୍କିତ ଚଢ଼ାଉ ସମୟରେ ବିଧାୟକ ପାଣିଗ୍ରାହୀ ଏବଂ ତାଙ୍କ ସମ୍ପର୍କୀୟଙ୍କ କେତେ ପରିମାଣର ସମ୍ପତ୍ତି ରହିଛି ତାହାର ତାଲିକା ପ୍ରସ୍ତୁତ କରାଯାଇଥିଲା । ଚଢ଼ାଉ ବେଳେ ଗୋପାଳପୁର ବିଧାୟକଙ୍କ ଘରୁ ଜବତ ହେଲା ନଗଦ ୨୦ଲକ୍ଷ ଟଙ୍କା । ତାଙ୍କ ସରକାରୀ କ୍ବାର୍ଟରରେ ଭିଜିଲାନ୍ସ ଅଧିକାରୀମାନେ କିଛି ଫାଇଲ ଖୋଜୁଥିଲେ । ପୂର୍ବରୁ ସେ ଚାକିରି ଦେବା ନାଁରେ ଠକେଇ କରିବା ଅଭିଯୋଗରେ ଗିରଫ ହୋଇଥିଲେ ।
ଖାଲି ସେତିକି ନୁହେଁ ବିଧାୟକଙ୍କ ଘରୁ କିଣିଥିବା ଜମି କାଗଜପତ୍ର, ଗାଡ଼ି, ଗହଣା, ବ୍ୟାଙ୍କ୍ ପାସବୁକ୍ ,କ୍ରେଡିଟ ଓ ଡେବିଟ କାର୍ଡ ସମେତ, ଇନ୍ସୁରାନ୍ସ ବଣ୍ଡ୍ ଜବତ ହୋଇଛି । ବିଧାୟକଙ୍କ ଆୟବର୍ହିଭୂତ ସମ୍ପତି ହିସାବ ଖୋଜା ଚଳାଇଛି ଭିଜିଲାନ୍ସ ।

ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠ ଅଞ୍ଚଳରେ ରହିଥିବା ବ୍ୟକ୍ତିବିଶେଷଙ୍କ ଘରେ ଏକାସଙ୍ଗେ ଏହି ଚଢ଼ାଉ ଜାରି ରହିିଛି । ଆରମ୍ଭ ହୋଇଥିବା ଏହି ଚଢ଼ାଉରେ ଡ୍ରାଇଭର, ପରାମର୍ଶଦାତା, ଫାଇନାନ୍ସର, ସହଯୋଗୀଙ୍କ ସମେତ କିଛି ବ୍ୟକ୍ତିବିଶେଷଙ୍କ ଘରେ ଚାଲିଛି ଚଢ଼ାଉ । ଗୋପାଳପୁର ବିଧାୟକଙ୍କ ସମେତ ୧୫ ଗୋଟି ସ୍ଥାନରେ ଚଡ଼ାଉ ହୋଇଥିବା ବେଳେ ପୂର୍ବରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଥିବା ମୋଟ ୫ କୋଟି ଟଙ୍କାକୁ ନେଇ ଚାଲିଛି ଖୋଳତାଡ଼ । ବ୍ରହ୍ମପୁର ସହରରେ ରହୁଥିବା ତାଙ୍କ ପରାମର୍ଶଦାତା ପୂର୍ବତନ ଅଧ୍ୟକ୍ଷ ଭି. ସର୍ବେଶ୍ଵର ରାଓଙ୍କ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ SDPOଙ୍କ ସମେତ ୨ଜଣ ଅତିରିକ୍ତ SP ଏବଂ ୧୭ ଜଣ DSP ଚଢାଉରେ ସାମିଲ ରହିଛନ୍ତି। ପ୍ରଦୀପଙ୍କ ଭୁବନେଶ୍ଵର କ୍ଲବ ପଛପଟେ ସରକାରୀ କ୍ବାର୍ଟରରେ ରେଡ କରୁଛି ଟିମ ।
ପ୍ରଦୀପଙ୍କ ବିରୋଧରେ ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଲୋକାୟୁକ୍ତଙ୍କ ନିକଟରେ ହୋଇଥିଲା ଅଭିଯୋଗ । ୨୦୦୯ରୁ ୨୦ଭିତରେ ୫କୋଟି ୫ଲକ୍ଷ ଟଙ୍କାର ୪ହଜାର ୬୬୫ଟଙ୍କା ସମ୍ପତ୍ତି ଠୁଳ କରିଥିବା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ରହିଥିଲା । ଯାହାକୁ ଆଧାର କରି ପ୍ରଦୀପଙ୍କ ଘରେ ଚଢ଼ାଉ କରାଯାଇଥିଲା । ରବିବାର ୧୫ ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ଜାରି ରହିଥିଲା । ଭିଜିଲାନ୍ସ ସେଲ ଏସପିଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ପ୍ରଦୀପ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ନେଇ ଭିଜିଲାନ୍ସ ନିକଟରେ ରହିଛି ଆଉ ଏକ ମାମଲା । କେସ ନମ୍ବର ୬/୨୧ ରେ ଭିଜିଲାନ୍ସ ସେଲରେ ରୁଜୁ ହୋଇଛି ମାମଲା । ଲୋକୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ଏହି ଚଢ଼ାଉ।
ଏହା ବି ପଢନ୍ତୁ: ଡାକିଥିଲା ED, ପହଞ୍ଚିଲେ ନାହିଁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ
ପ୍ରଦୀପଙ୍କ ନିକଟରେ ଲୋକୟୁକ୍ତଙ୍କ ନିକଟରେ ରୁଜୁ ହୋଇଥିଲା ଅଭିଯୋଗ। ୨୦୨୦ ଡିସେମ୍ବର ୯ ରେ ରୁଜୁ ହୋଇଥିଲା ଅଭିଯୋଗ। ୨୦୨୦ ଡିସେମ୍ବର ୧୧ ରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ । ୨୦୦୯ ମେ ୨୪ରୁ ୨୦୨୦ ନଭେମ୍ବର ୩୦ ମଧ୍ୟରେ ପ୍ରଦୀପଙ୍କ ଆୟର ଯାଞ୍ଚ କରିଥିଲା ଭିଜିଲାନ୍ସ । ୫ କୋଟି ୫ ଲକ୍ଷ ୪ ହଜାର ୬୫୬ ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଥିବା ଆକଳନ କରିଥିଲା ଭିଜିଲାନ୍ସ। ବିଧାୟକ ପ୍ରଦୀପଙ୍କ ସମ୍ପର୍କୀୟଙ୍କ ଘରେ 15ଟି ଟିମର ଚଢ଼ାଉ ସକାଳ 6 ଟାରେ ଏକ କାଳୀନ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ବର ରାଓଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ।
ତେବେ ସୂଚନା ଥାଉ କି ଗତବର୍ଷ ଓଏଫଏସ ଅଧିକାରୀ ଅଭୟ ପାଠକ ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ । ଏହା ପରେ ତାଙ୍କୁ ସହାୟତା କରିବା ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ପରେ ଜେଲ ଯାଇଥିଲେ ଉଭୟ ପ୍ରଦୀପ ପାଣିଗ୍ରାହୀ, ଅଭୟ ପାଠକ ଏବଂ ତାଙ୍କ ପୁଅ । କିନ୍ତୁ ପ୍ରଦୀପଙ୍କ ବିରୋଧରେ ମୋଟ୍ 6ଟି ମାମଲା ରୁଜୁ ହୋଇଥିଲା । ତେବେ ଏପର୍ଯ୍ୟନ୍ତ ତାଙ୍କୁ ସମସ୍ତ କେସରେ ଜାମିନ ମିଳିସାରିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା ଓ ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ