ଭୁବନେଶ୍ବର: ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ରେଡ କରିଛି ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ୟୁନିଟ । ଭୁବନେଶ୍ବର କାର୍ଯ୍ୟାଳୟ ସମେତ 3ଟି ସ୍ଥାନରେ ଜାରି ରହିଛି ଚଢାଉ ।
ଭୁବନେଶ୍ବର ସ୍ଥିତ ବ୍ଲକ କାର୍ଯ୍ୟାଳୟ ସମେତ ଖଣ୍ଡଗିରି ସ୍ଥିତ ହାଉସିଂ ବୋର୍ଡରେ ଥିବା ବାସଭବନ ଓ କାକଟପୁର ଶ୍ରୀଚନ୍ଦନପୁରରେ ଥିବା ପୈତୃକ ଘର ଚଢାଉ କରୁଛି ଟିମ । ରେଡ ବେଳେ ସମ୍ପତ୍ତି ତାଲିକାର ହିସାବ ନିକାଶ କରୁଛନ୍ତି ଅଧିକାରୀ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ