ETV Bharat / city

ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ଯଷଙ୍କ ବିରୋଧରେ ହେଉ SIT ତଦନ୍ତ: ନରସିଂହ

author img

By

Published : Sep 4, 2021, 10:13 PM IST

Updated : Sep 4, 2021, 10:32 PM IST

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଷ୍ଟାଫ ସିଲେକ୍ସନ କମିଶନ ଅଧ୍ଯଷଙ୍କ ଦୁର୍ନୀତିକୁ ନେଇ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଏହାର ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅଧିକ ପଢନ୍ତୁ...

ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ଯଷଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି: ନରସିଂହ

ଭୁବନେଶ୍ବର: ଘନଉଛି ଓଡିଶା ଷ୍ଟାଫ ସିଲେକସନ କମିଶନ ଦୁର୍ନୀତି । ବିଧାନସଭା ଭିତରେ ଓ ବାହାରେ ଓଡିଶା ଷ୍ଟାଫ ସିଲେକସନ ଝଡ଼ ବହୁଛି । ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ଯଷଙ୍କ ବିରୋଧରେ SIT ତଦନ୍ତ ଦାବି କରିଛି କଂଗ୍ରେସ । ଏନେଇ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଓଡିଶା ଷ୍ଟାଫ ସିଲେକସନ କମିଶନ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ନରସିଂହ ।

ନରସିଂହ କହିଛନ୍ତି ଯେ, ରାଜ୍ୟରେ ସ୍ୱଚ୍ଛତାର ସହ ସରକାରୀ କର୍ମଚାରୀଙ୍କ ନିଯୁକ୍ତି ପାଇଁ 1993 ରେ ଓଡ଼ିଶା ଷ୍ଟାଫ ସିଲେକସନ କମିଶନ ଗଠନ କରାଯାଇଥିଲା । ମାତ୍ର ବିଡମ୍ବନା ଯେ ଏହି ଉଦ୍ଦେଶ୍ୟ ସଂପ୍ରତି ପରାଭୂତ ହୋଇଛି । ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏହି ବିଭାଗର ମନ୍ତ୍ରୀ । ଅତୀତରେ ଏହି ସଂସ୍ଥାରେ ପୂର୍ବତନ ଡିଜି ଗୋପାଳ ନନ୍ଦ ଏବଂ ପୂର୍ବତନ ମୁଖ୍ୟ ଶାଚନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଭଳି ଦକ୍ଷ ଏବଂ ସଚ୍ଚୋଟ ବ୍ୟକ୍ତିବିଶେଷଙ୍କୁ ଏହି ଦାୟୀତ୍ୱ ଦିଆଯାଇଥିଲା । ବର୍ତମାନ ସରକାର କ’ଣ ପାଇଁ ସାଧାରଣରେ ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଏହି ପଦବୀରେ ରଖିଛନ୍ତି ।

ଓଡିଶା ଷ୍ଟାଫ ସିଲେକସନ କମିଶନ ଅଧ୍ଯଷଙ୍କ ବିରୋଧରେ ହେଉ SIT ତଦନ୍ତ: ନରସିଂହ

ବିଧାନସଭାରେ, “ବ୍ୟକ୍ତିଗତ ସଚିବ ଚାକିରୀ ଦିଅନ୍ତି ନାହିଁ” ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସଂସଦୀୟ ବ୍ୟାପାରମନ୍ତ୍ରୀ ଦେଇଥିବା ସଫେଇ ହାସ୍ୟାସ୍ପଦ । ଏହା ଅତି ସାଧାରଣ କଥା ଓ ଏକଥା କିଏ ନ ଜାଣେ ? ବିନା ଅଧ୍ୟକ୍ଷ ଏବଂ କମିଶନ ସଦସ୍ୟଙ୍କ ପ୍ରୋତ୍ସାହନରେ ବ୍ୟାପମ ଭଳି ଏପରି ମହାଦୁର୍ନୀତି ସମ୍ଭବ ନୁହେଁ । ସୁତରାଂ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଓ ପଦବୀରୁ ବହିସ୍କାର କରାଯାଉ ବୋଲି ନରସିଂହ ଦାବି କରିଛନ୍ତି । ନରସିଂହ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଅଭିଯୋଗ ଆସିଲେ ତଦନ୍ତ କରାଯିବ ବୋଲି ଦମ୍ଭୋକ୍ତି କରୁଛନ୍ତି । କିନ୍ତୁ ମୁଁ ବିଧାନସଭାରେ ଆଣିଥିବା ଏ ସଂକ୍ରାନ୍ତ ଅଭିଯୋଗ ଉପରେ ତଦନ୍ତ କରାଯିବାର ଜବାବ ତାଙ୍କ ତରଫରୁ ମନ୍ତ୍ରୀ ଦେଇନାହାନ୍ତି ।

ରାଜ୍ୟରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଓଡ଼ିଶା ଷ୍ଟାଫ ସିଲେକସନଙ୍କ ବ୍ୟକ୍ତିଗତ ସଚିବ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଗଣମାଧ୍ୟମର ଚାପ ଏବଂ ଓଡ଼ିଶାବାସୀଙ୍କର ଆକ୍ରୋଷରୁ ବଞ୍ଚିବା ଉଦ୍ଦେଶ୍ୟରେ ସରକାର ବ୍ୟକ୍ତିଗତ ସଚିବଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ତେବେ ଗତ ଅଗଷ୍ଟ ୨ ତାରିଖ ଦିନ ପ୍ରଥମେ ତାଙ୍କୁ ନିଲମ୍ବନ କଲେ ଓ ସେହିଦିନ ତାଙ୍କୁ ଚାକିରୀରୁ ବାଧ୍ୟତାମୂଳକ ଭାବେ ଅବସର ଦେଲେ । ଏହାଦ୍ୱାରା ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଯେଉଁ ଆଇନଗତ ପନ୍ଥା ଅନୁସରଣ କରିବା କଥା ତାହା କରିନାହାନ୍ତି । ଏହା ପରୋକ୍ଷରେ ସଂପୃକ୍ତ ବ୍ୟକ୍ତିଗତ ସଚିବଙ୍କୁ ସାହାଯ୍ୟ କରିଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସେପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ସମ୍ପର୍କରେ ପ୍ରସ୍ତୂତ ମାର୍ଗଦର୍ଶିକା ପାଳନ କରାଯାଇ ନାହିଁ । ଏହା ଅଭିସନ୍ଧି ମୂଳକ । ସରକାର ପରୋକ୍ଷରେ ଅଭିଯୁକ୍ତ ବ୍ୟକ୍ତିଗତ ସଚିବଙ୍କୁ ସୁରକ୍ଷା ଦେବା କିମ୍ବା ନିଜର ସଂପୃକ୍ତିକୁ ଲୁଚାଇବା ପାଇଁ ଚତୁରତାର ସହ ଏପରି ଉଦ୍ୟମ କରିଛନ୍ତି । ଏପରି କ୍ଷେତ୍ରରେ ମୋର ଏବଂ ରାଜ୍ୟବାସୀଙ୍କର ଦୃଢ଼ ଧାରଣା ହୁଏ ଯେ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି ବା ଏ ମହାଦୁର୍ନୀତିରେ ସାମିଲ ଅଛନ୍ତି ।

ବିଧାନସଭାରେ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରତିକ୍ରିୟା ରଖିଛନ୍ତି । ଷ୍ଟାଫ ସିଲେକସନ କମିଶନ ଦୁର୍ନୀତିକୁ ନେଇ ଏହି ପ୍ରସ୍ତାବରେ ମନ୍ତ୍ରୀ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରି ନଥିଲେ । କିନ୍ତୁ ପରୋକ୍ଷରେ ସହମତ ଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ରାଜ୍ଯ ସରକାର ଖୋଜିଖୋଜି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଅଧ୍ଯଷ କରିଛନ୍ତି । ବର୍ତ୍ତମାନର ଅଧ୍ଯଷଙ୍କ ନାଁରେ ଅତୀତରେ ଅନେକ ଦୁର୍ନୀତି ଅଭିଯୋଗ ରହିଛି । ତୁରନ୍ତ ଷ୍ଟାଫ ସିଲେକସନ କମିଶନଙ୍କ ବିରୋଧରେ SIT ଗଠନ କରି ତଦନ୍ତ କରିବାକୁ ଦାବି କଲା କଂଗ୍ରେସ । ସମାନ ଘଟଣାରେ ଆସନ୍ତା 7 ତାରିଖରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡ଼ିଆ ବିଭାଗ ମୁଖ୍ୟ ଗଣେଶ୍ୱର ବେହେରା ଓ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Sep 4, 2021, 10:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.