ETV Bharat / city

Vice Admiral ଏସଏଚ୍ ଶର୍ମାଙ୍କ ପରଲୋକ, ଶୋକ ପ୍ରକାଶ କଲେ ନବୀନ-ଧର୍ମେନ୍ଦ୍ର

author img

By

Published : Jan 4, 2022, 7:13 AM IST

ଆଉ ନାହାନ୍ତି ପୂର୍ବତନ ଭାଇସ ଆଡମିରାଲ ଏସଏଚ୍ ଶର୍ମା ପିଭିଏସଏମ (Vice Admiral S H Sarma passes away) । ୧୦୦ ବର୍ଷ ବୟସରେ ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ଅଧିକ ପଢନ୍ତୁ

ଭାଇସ ଆଡମିରାଲ ଏସଏଚ୍ ଶର୍ମାଙ୍କ ପରଲୋକ
ଭାଇସ ଆଡମିରାଲ ଏସଏଚ୍ ଶର୍ମାଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ପୂର୍ବତନ ଭାଇସ ଆଡମିରାଲ ଏସଏଚ୍ ଶର୍ମା ପିଭିଏସଏମ (Vice Admiral S H Sarma passes away) । ୧୦୦ ବର୍ଷ ବୟସରେ ସୋମବାର ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇଛି । ଶର୍ମା ଡିସେମ୍ବର ପହିଲାରେ ୧୦୦ ବର୍ଷରେ ପଦାର୍ପଣ କରିଥିଲେ । ଗତ ୧୦ ଦିନ ହେବ ଅସୁସ୍ଥ ଥିଲେ ଏସଏଚ ଶର୍ମା । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ଆଖି ବୁଜିଛନ୍ତି ।

ଆଜି( ମଙ୍ଗଳବାର) ତାଙ୍କ ପାର୍ଥିବ ଶରୀରକୁ ନୀଳକଣ୍ଠ ସ୍ଥିତ ବାସଭବନକୁ ଅଣାଯିବ । ସେଠାରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିବେ । ଏହାପରେ ଆସନ୍ତାକାଲି (ବୁଧବାର) ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି । ଆଡମିରାଲ ଶର୍ମା ମାତ୍ର ୧୩ ବର୍ଷ ବୟସରେ ଏଚ୍ଏମ୍ଏସ୍ ଡଫରିନର ଯୁବ କ୍ୟାଡେଟ ହେବାର ସୁଯୋଗ ପାଇଥିଲେ । ୧୯୬୫, ୧୯୭୧ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଅଶଂଗ୍ରହଣ କରିବାର ସୁଯୋଗ ପାଇଥିଲେ । ପାକିସ୍ତାନ ସହ ଭାରତର ଲଢେଇରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।

ଭାଇସ ଆଡମିରାଲଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରି କହିଛନ୍ତି ଓଡିଶାର ଜଣେ ପ୍ରତିଷ୍ଠିତ ସୁପୁତ୍ର ଭାଇସ୍ ଆଡମିରାଲ୍ ଏସ୍ ଶର୍ମାଙ୍କ ଦେହାନ୍ତ ବିଷୟରେ ଜାଣି ‘ମୁଁ ମର୍ମାହତ। ଭାରତ କରିଥିବା ଅନେକ ଯୁଦ୍ଧକୁ ସେ ତାଙ୍କ ନେତୃତ୍ବରେ ଆଗକୁ ନେଇଥିଲେ । ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି’ ବୋଲି ଟ୍ବିଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

  • Deeply saddened to learn about the passing away of one of #Odisha’s illustrious sons, Vice Admiral S H Sarma, PVSM. The veteran soldier led from front during many battles India has fought. My thoughts & prayers are with the bereaved family and friends. pic.twitter.com/0Rz9EUdy89

    — Naveen Patnaik (@Naveen_Odisha) January 3, 2022 " class="align-text-top noRightClick twitterSection" data=" ">

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଟ୍ବିଟ କରି ଲେଖିଛନ୍ତି ‘ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ ଆଡମିରାଲ ଏସ୍.ଏଚ୍ ଶର୍ମାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ବକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ ’। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଧର୍ମେନ୍ଦ୍ର ।

  • ଓଡ଼ିଶାର ସୁପୁତ୍ର ଶତାୟୁ ସାମରିକ ଅଧିକାରୀ ଭାଇସ ଆଡମିରାଲ ଏସ୍. ଏଚ୍ ଶର୍ମାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଶେଷ ଭାବରେ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ୱକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

    — Dharmendra Pradhan (@dpradhanbjp) January 3, 2022 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.