ETV Bharat / city

ସାବାଡ ହେବେ ଅପରାଧୀ, ଟ୍ବିନସିଟିରେ ଗଠନ ହେବ କ୍ରାଇମ ୟୁନିଟ - ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ

ଅପରାଧୀ ହେବେ ସାବାଡ । ଟ୍ବିନସିଟିରେ କମିବ ଅପରାଧ । ଅପରାଧୀଙ୍କୁ ମୂଳପୋଛ ପାଇଁ ଗଠନ ହେବାକୁ ଯାଉଛି କ୍ରାଇମ ୟୁନିଟ । ଅଧିକ ପଢନ୍ତୁ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 24, 2019, 9:38 PM IST

ଭୁବନେଶ୍ବର: ସାବଧାନ ଅପରାଧୀ । ଅପରାଧ କରୁଥିଲେ ଏବେ ଠାରୁ ସୁଧୁରିଯାଆନ୍ତୁ । ନଚେତ ପୋଲିସ ରାଡାରରୁ ଖସିବା ମୁସ୍କିଲ । କାରଣ ଟ୍ବିନସିଟିରେ କମିଶନରେଟ ପୋଲିସ ଗଠନ କରିବ ‘କ୍ରାଇମ ୟୁନିଟ’ ଅପରାଧୀଙ୍କୁ ସାବାଡ କରିବେ ଏହି ସ୍ବତନ୍ତ୍ର ଟିମ । ଅପରାଧ ହେଉକି ହତ୍ୟା କିମ୍ବା ଲୁଣ୍ଠନ, ଦୁଷ୍କର୍ମ ସବୁଠି ଏବେ ଲାଗିବ ବ୍ରେକ । ଏସବୁକୁ ବ୍ରେକ ଲଗାଇବେ ଗଠିତ ହେବାକୁ ଥିବା ‘କ୍ରାଇମ ୟୁନିଟ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ପରି କମିସନରେଟ ପୋଲିସରେ ମଧ୍ୟ ଗଠନ ହେବ କ୍ରାଇମ ୟୁନିଟ । ରାଜଧାନୀରେ ଘଟୁଥିବା ବଡ ବଡ ଅପରାଧ ଓ ସଂଗଠିତ ଅପରାଧୀଙ୍କ ଉପରେ ନଜର ରଖିବ ଏହି ୟୁନିଟ । ଗଠିତ ହେବାକୁ ଥିବା କ୍ରାଇମ ୟୁନିଟରେ ରହିବେ 30 ଜଣ ସ୍ପେଶାଲ ତାଲିମପ୍ରାପ୍ତ ଦକ୍ଷ ପୋଲିସ ଅଫିସର । ଯାହାଙ୍କ ନେତୃତ୍ବ ନେବେ ଜଣେ ଡିଆଇଜି ପାହ୍ୟାର ଅଧିକାରୀ ।

ଯଦି ଏହି କ୍ରାଇମ ୟୁନିଟ ଗଠିତ ହୁଏ ତେବେ କମିପାରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା । ଏହା ଗଠନ କରିବା ପାଇଁ କମିସନରେଟ ପୋଲିସ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ପ୍ରସ୍ତାବ ଅନୁସାରେ ରାଜ୍ୟ ପୋଲିସ ଆଇନ ଲାଗୁ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ଆଇନ ଲାଗୁ ହେଲେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ କୌଣସି ଆଇନଗତ ସମସ୍ୟା ରହିବ ନାହିଁ । କ୍ରାଇମ ଓ ଆଇନ ଶୃଙ୍ଖଳାକୁ ଅଲଗା ପରିଚାଳନା କରିହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ସାବଧାନ ଅପରାଧି,
ଟ୍ବିନିସିଟିରେ କ୍ରାଇମ ୟୁନିଟ
Body:
ଦି ପାଦେ ଚୋର ଗଲେ,ଚାରିପାଦେ ଯିବ ପୋଲିସ
ମୁମ୍ବାଇ,ଦିଲ୍ଲି ପରି ଟ୍ବିନିସିଟିରେ ହେବ କ୍ରାଇମ ୟୁନିଟ।
ଓଡିଶା ପୋଲିସର କ୍ରାଇମବ୍ରାଚ ପରି କମିସନରେଟ ପୋଲିସର ହେବ କ୍ରାଇମ ୟୁନିଟ।ବଡ ବଡ ଅପରାଧ ଓ ସଂଗଠିତ ଅପରାଧିଙ୍କ ଉପରେ ନଜର ରଖିବ କମିସନରେଟ ପୋଲିସ।ବ୍ରାଉନସୁଗାର ମାଫିଆ ହେଉ କି ସାଇବର କ୍ରାଇମ।ବେଆଇନ ବନ୍ଧୁକ କାରବାର ହେଉ କି ଇଣ୍ଟରଷ୍ଟେଟ ବା ଇଣ୍ଟରନାସନାଲ କ୍ରାଇମ।କ୍ରିମିନାଲଙ୍କ ପ୍ରତ୍ଯକଟି ଚାଲ ସହ କ୍ରାଇମସିଣ୍ଡିକେଟର ଖୁଲାସା କରିବ ପୋଲିସ।କାରଣ ଖୁବଶିଘ୍ର ଗଠିତ ହେବାକୁ ଯାଉଛି କ୍ରାଇମ ୟୁନିଟ।ଯେକି ଜଣେ ଡିଆଇଜି ର୍ଯାଙ୍କର ଜଏଣ୍ଟ କମିସନର ନେତୃତ୍ବରେ ମନିଟର ହେବ ୟୁନିଟ।ଯେଉଁଥିରେ କାମ କରିବେ ୩୦ ଜଣ ସ୍ପେଶାଲ ଟ୍ରେଣ୍ଡ ଇଣ୍ଟେଲିଜେଣ୍ଟ ପୋଲିସ କର୍ମଚାରି।ଏନେଇ ଏକ ପ୍ରସ୍ତାବ ରାଜ୍ଯ ସରକାରଙ୍କୁ ଦେଇଛି କମିସନରେଟ ପୋଲିସ।
ବାଇଟ-ଡଃ ସୁଧାଶୁଂ ସରଙ୍ଗି,ପୋଲିସ କମିସନର
ତେବେ ଏପରି ହେଲେ କମିପାରେ ଅପରାଧ।କାରଣ ରାଜ୍ଯରେ ଏଯାଏ ଲାଗୁ ହୋଇନି ପୋଲିସ ଆକ୍ଟ।ଯା ଦ୍ବାରା ଲ ଆଣ୍ଡ ଅର୍ଡର ଓ କ୍ରାଇମ କଣ୍ଟ୍ରୋଲ ଅଲଗା ହେଲେ ମିଳିବ ଅନେକ ସୁବିଧା।ସ୍ବତନ୍ତ୍ର କ୍ରାଇମ ଉପରେ ଏକ ଫୋକସ ରହି ବଢୁଥିବା ଅପରାଧର ମୁଳତ୍ପୋଟାନ ହୋଇପାରିବ।
ବାଇଟ-ଏସ ଏନ ତିୱାରି ,ପୁର୍ବତନ ପୋଲିସ ଡିଜି
ଭୁବନେଶ୍ବରରୁ ତାପସ ପରିଡା ଇଟିଭ ଭାରତConclusion:ବାଇଟ-ଡଃ ସୁଧାଶୁଂ ସରଙ୍ଗି,ପୋଲିସ କମିସନର
ବାଇଟ-ଏସ ଏନ ତିୱାରି ,ପୁର୍ବତନ ପୋଲିସ ଡିଜି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.