ETV Bharat / city

ରାଜନୀତିରୁ ସନ୍ୟାସ ନେବେ ଦାମୋଦର ରାଉତ ! - ପୁରୁଷ ବିଜୁ ପଟ୍ଟନାୟକ

ଦିନେ ମୋ ଘରେ କୋଳାହଳ ଲାଗିରହୁଥିଲା । ଆଜି କାଉ କି କୋଇଲି ଉଡୁନାହାଁନ୍ତି । ତେଣୁ ମୁଁ ରାଜନୀତିରୁ ସନ୍ୟାସ ନେବି... ଏମିତି କିଛି ଢଙ୍ଗରେ ନିଜର ବେଦନା ପ୍ରକାଶ କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 23, 2019, 5:36 PM IST

Updated : Sep 23, 2019, 11:10 PM IST

ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଆଉ ଶୁଭିବନି ଶବ୍ଦ ବାଣ । ଯେଉଁ ତୁଣ୍ଡରୁ ଦିନେ ଶବ୍ଦ ବାହାରିଲେ ରାଜନୀତି ଓଲଟ ପାଟ ହୋଇଯାଉଥିଲା ସେହି ତୁଣ୍ଡ ଏବେ ତୁନି ପଡି ଗଲାଣି । ଅନ୍ତହେବାକୁ ଯାଉଛି 40 ବର୍ଷ ରାଜନୈତିକ ଜୀବନ । ଯାହାଙ୍କର ସାହାଯ୍ୟ ଟିକେ ପାଇବା ପାଇଁ ଜନତା ଲମ୍ବା ଧାଡି ଧରି ଅପେକ୍ଷା କରୁଥିଲେ ଏବେ ସେହି ସାହାଯ୍ୟକାରୀ ଅଲୋଡା । ଯାହାଙ୍କର ବକ୍ତବ୍ୟ ଗଣମାଧ୍ୟମର ମୁଖ୍ୟ ଖବର ପାଲଟି ଯାଉଥିଲା ଏବେ ସେହି ନେତା ଗଣମାଧ୍ୟମର ନଜର ଅନ୍ଦାଜରେ । ଯାହାଙ୍କର ପ୍ରତିକ୍ରିୟାରେ ବିରୋଧୀ ଧରାଶାୟୀ ହୋଇପଡୁଥିବା ବେଳେ ଏବେ ନିଜେ ସେ ଧରାଶାୟୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଡାକ୍ତର ଦାମୋଦର ରାଉତ । ବିଜୁ ଜନତା ଦଳର ଅନ୍ୟତମ ଖମ୍ବ । 40 ବର୍ଷର ରାଜନୈତିକ ଅଭିଜ୍ଞତା । 35 ବର୍ଷର ଲମ୍ବା ସମୟ ବିଧାୟକ । 22 ବର୍ଷ ଧରି ବିଭିନ୍ନ ବିଭାଗରେ ମନ୍ତ୍ରୀ । ଏହାସତ୍ବେ ଆଜି ଦାମୋଦର ରାଉତ ଆଜି ଏକ ପ୍ରକାର ଅଲୋଡା । ସମୟ ଥିଲା ବିଜୁ ଜନତା ଦଳର ତୁଣ୍ଡ ଥିଲେ ଦାମ । ପ୍ରଖର ଅଭିଜ୍ଞତା ନିଜ ବାକଚାତୁରୀ ଓ ଶବ୍ଦ ବଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ସମୟରେ ବିରୋଧୀଙ୍କ ଠାରୁ ସୁରକ୍ଷା ଯୋଗାଇଥିଲେ ।

ହେଲେ ସମୟ ଚକ୍ରରେ ଏହି ରାଜନେତା ନିଜର ବକ୍ତବ୍ୟ ପାଇଁ ଦଳ ଓ ଦଳପତିଙ୍କର ସମସ୍ୟା ପାଲଟିଗଲେ । ଫଳରେ ଗତ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ହେଲେ । ହେଲେ ଦୀର୍ଘଦିନ ଧରି କ୍ଷମତାରେ ଥିବା ଦାମବାବୁ ହଠାତ ଏହି ନିଷ୍ପତିକୁ ଗ୍ରହଣ କରିପାରିଲେ ନାହିଁ । ପ୍ରତିଶୋଧ ନେବା ପାଇଁ ବିଜେପିରେ ଯୋଗଦେଲେ । ହେଲେ ନିର୍ବାଚନ ପରେ ଏବେ ବିଜେପି ମଧ୍ୟ ତାଙ୍କୁ ଅବହେଳା କରିଥିବା ଦାମ ନିଜେ ଅଭିଯୋଗ କରିଛନ୍ତି ।

ଆଜି ନିଜ ମନର ବ୍ୟଥା ବଖାଣି ଅନେକ ଅକୁହା କଥା କହିଛନ୍ତି ଦାମୋଦର ରାଉତ । କହିଛନ୍ତି ନିର୍ବାଚନ ପୂର୍ବରୁ ବିଜେପି ମୋର ଅଭିଜ୍ଞତାକୁ ଭରପୂର ଉପଯୋଗ କଲା । ପ୍ରଚାର ପାଇଁ ହେଲିକେପ୍ଟର ମଧ୍ୟ ଦେଲା । କିଛି ସଫଳତା ପାଇଲା ମଧ୍ୟ ହେଲେ ଏବେ ଦଳ ମତେ ପଚାରୁନି । ଯେହେତୁ ମୁଁ ଜଣେ ଦଳର ସଦସ୍ୟ ହେଲେ ମଧ୍ୟ ବରିଷ୍ଠତା ଦୃଷ୍ଟିରୁ ମୋତେ ଅବହେଳା କରୁଛନ୍ତି । ତେଣୁ ମୁଁ ଆଉ ରାଜନୀତି କରିବି ନାହିଁ । ରାଜନୀତିରୁ ସନ୍ୟାସ ନେବି । ତେବେ କେବେ ସନ୍ୟାସ ନେବେ ତାହା ସ୍ପଷ୍ଟ କରିନାହାନ୍ତି ଦାମ ।

ଏହାସହ ପୁରୁଣା ଦିନ କଥା ମନେ ପକାଇ କହିଛନ୍ତି ସମୟ ଥିଲା ମୋର ବାସଭବନରେ କୋଳାହଳ ଲାଗି ରହୁଥିଲା । ହେଲେ ଆଜି କେହି ନାହାଁନ୍ତି । ପୁରା ନିକାଞ୍ଚନ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜନୀତିରୁ ସନ୍ନ୍ୟାସ ନେବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ଏନେଇ ଖୁବଶୀଘ୍ର ସେ ତାଙ୍କର ନିଷ୍ପତ୍ତି ଶୁଣାଇବେ। ତେବେ ବିଜେପି ତାଙ୍କୁ ଯେଉଁଭଳି ଅଣଦେଖା କରୁଛି ସେଥିରେ ସେ ବୀତସ୍ପୃହ ହୋଇ ସକ୍ରିୟ ରାଜନୀତି ରୁ ବିଦାୟ ନେବେ ବୋଲି କହିଛନ୍ତି ଏହି ବରିଷ୍ଠ ନେତା। ନିଜ କୋହଭରା କାନ୍ଥରେ ସେ ଆମ ନିକଟରେ ସବୁ ବଖାଣିଛନ୍ତି। ଦିନେ ତାଙ୍କ ଘର ଯେଉଁଭଳି ଚଳଚଂଚଳ ହୋଇ ଉଠୁଥିଲା ତାହା କିପତି ନିକଞ୍ଚା ହୋଇପଡିଛି ସେ ନେଇ ସେ କହିଥିଲେ। ବିଜେପି ତାଙ୍କ ଅଭିଜ୍ଞତାକୁ ଆଧାର କରି ନିର୍ବାଚନ ବେଳେ ଷ୍ଟାର ପ୍ରଚାରକ କରି ଫାଇଦା ନେଲା ହେଲେ ଏବେ ଆଉ ପଚାରୁନି। 35 ବର୍ଷ ବିଧାୟକ, 22 ବର୍ଷ ମନ୍ତ୍ରୀ ସହ 40 ବର୍ଷର ରାଜନୈତିକ କ୍ୟାରିୟର ଗଢିଥିବା ଏହି ବର୍ଷିଆନ ନେତା ଦୀର୍ଘଦିନ ଧରି ଦୋଛକିରେ ପଡିବା ପରେ ଶେଷରେ ବିଜେପି ହାତ ଧରିଥିଲେ । ହେଲେ ସେହି ଦଳ ତାଙ୍କୁ ବ୍ୟବହାର କରି ଫୋପାଡ଼ି ଦେଲେ ବୋଲି ଦାମ ପରୋକ୍ଷରେ ଅଭିଯୋଗ କରିଛନ୍ତି।

Body:ବାଇଟ ଦାମୋଦର ରାଉତ, ବିଜେପି ନେତା

Conclusion:
Last Updated : Sep 23, 2019, 11:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.