ETV Bharat / city

ବିଜେପିର ଦାବି ପରେ ସରକାରଙ୍କ ବଦଳରେ ତଥ୍ୟ ରଖିଲା ବିଜେଡି - ବିଜେପି ମୁଖପାତ୍ର

ପିଏମ କେୟାର୍ସରେ ରାଜ୍ୟକୁ କେତେ ଭେଣ୍ଟିଲେଟର ଆସିଛି । ଏ ନେଇ ରାଜ୍ୟ ସରକାର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ତଥ୍ୟ ଦେଉନଥିଲେ । ବିଜେପିର ଏଭଳି ପ୍ରଶ୍ନ ପରେ ସରକାରୀ ଅଧିକାରୀଙ୍କ ବଦଳରେ ସାମ୍ନାକୁ ଆସିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଅଧିକ ପଢନ୍ତୁ…

Ventilator politics BJP vs BJD
ବିଜେପିର ଦାବି ପରେ ସରକାରଙ୍କ ବଦଳରେ ତଥ୍ୟ ରଖିଲା ବିଜେଡି
author img

By

Published : May 23, 2021, 6:25 AM IST

ଭୁବନେଶ୍ବର: ପିଏମ କେୟାର୍ସରେ ରାଜ୍ୟକୁ କେତେ ଭେଣ୍ଟିଲେଟର ଆସିଛି । ସେଥିରୁ କେତେ ବ୍ୟବହାର ହୋଇଛି ଓ ଆଉ କେତେ ବ୍ୟବହାର ନହୋଇ ରହିଛି । ଏ ନେଇ ରାଜ୍ୟ ସରକାର କିମ୍ବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କୌଣସି ତଥ୍ୟ ଦେଉନଥିଲେ । ଏମିତି କି ବରିଷ୍ଠ ସରକାରୀ ଅଧିକାରୀ ମୁହଁରେ ତୁଣ୍ଡି ବାନ୍ଧି ବସିଥିଲେ । ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ପୁରୁଣା ତଥ୍ୟ ଦେଇ ହାତ ବାନ୍ଧି ବସିଥିଲେ ସରକାର ଓ ସ୍ୱାସ୍ଥ୍ୟ ବିଭାଗ । ଏମିତି କି ଭେଣ୍ଟିଲେଟର ନେଇ ଗଣମାଧ୍ୟମ ତଥ୍ୟ ମାଗିଲେ ବି ଚୁପ ଥିଲା ବିଭାଗ ଓ ବିଭାଗୀୟ ଅଧିକାରୀ ।

ବିଜେପିର ଦାବି ପରେ ସରକାରଙ୍କ ବଦଳରେ ତଥ୍ୟ ରଖିଲା ବିଜେଡି

ପିଏମ କେୟାର୍ସରେ ରାଜ୍ୟକୁ କେତେ ଭେଣ୍ଟିଲେଟର ମିଳିଛ ସେନେଇ ବିଜେପି ମୁଖପାତ୍ର ଗୋଲକ ପ୍ରଶ୍ନ ଉଠାଇଥିଲେ । ଆଉ ସନ୍ଧ୍ୟାରେ ହଠାତ ଚିହିଁକି ଉଠିଛି ବିଜେଡି । ସରକାରୀ ତଥ୍ୟ ସରକାର ଦେଲେନି କି ସର୍ବସାଧାରଣ ବି କଲେନି । ହେଲେ ସରକାରୀ ତଥ୍ୟକୁ ସର୍ବସାଧାରଣ କରିଛନ୍ତି ସରକାରୀ ଦଳ ବିଜେଡିର ମୁଖପାତ୍ର । କୁଆଡ଼େ ଗଲା ପିଏମ କେୟାର୍ସରେ ଆସିଥିବା ଭେଣ୍ଟିଲେଟର । କେଉଁଠି ଏହାକୁ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର । ବିଜେପିର ଏଭଳି ପ୍ରଶ୍ନ ପରେ ସରକାରୀ ଅଧିକାରୀଙ୍କ ବଦଳରେ ସାମ୍ନାକୁ ଆସିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ରଖିଛନ୍ତି ଜବାବ ।

Ventilator politics BJP vs BJD
ବିଜେପିର ଦାବି ପରେ ସରକାରଙ୍କ ବଦଳରେ ତଥ୍ୟ ରଖିଲା ବିଜେଡି

ଗୋଲକ କହିଥିଲେ, ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ରାଜ୍ୟରେ ବର୍ତ୍ତମାନ 221ଟି ଭେଣ୍ଟିଲେଟର କାର୍ଯ୍ୟକ୍ଷମ । ଯାହା ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଦର୍ଶାଯାଇଛି । କେନ୍ଦ୍ର ସରକାର ପିଏମ କେୟାର୍ସ ଫଣ୍ଡ ଜରିଆରେ ଯୋଗାଇ ଦେଇଥିବା ଭେଣ୍ଟିଲେଟର ସବୁ ଗଲା କୁଆଡେ ବୋଲି ଗୋଲକ ପ୍ରଶ୍ନ କରିଥିଲେ । ଯାହାର ଜବାବ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ପ୍ରେସ ବିଜ୍ଞପ୍ତିରେ ଜବାବ ରଖିଛନ୍ତି ।

ଲେନିନ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ଦ୍ବାରା ପ୍ରଦାନ କରାଯାଇଥିବା ଭେଣ୍ଟିଲେଟରଗୁଡ଼ିକ ବିଷୟରେ ବିଜେପି ନେତା ଗୋଲକ ମହାପାତ୍ର ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି । ସୋସିଆଲ ମିଡିଆରେ ସେ ରଖିଥିବା ମନ୍ତବ୍ୟରୁ ଏହା ବାରିହୋଇ ପଡୁଛି । ଯଦି ସେ ଏହି ବିଷୟରେ ଜାଣିଥାନ୍ତେ, ତେବେ ସେ ଏଭଳି ମନ୍ତବ୍ୟ ଦେଇନଥାନ୍ତେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଭେଣ୍ଟିଲେଟର ଯୋଗାଣ ସଂକ୍ରାନ୍ତରେ ଅଜ୍ଞଥିବା ବିଜେପି ନେତାଙ୍କୁ ଆମେ ଆଉଥରେ ସୂଚନା ପ୍ରଦାନ କରୁଛୁ । ଆମେ ଆଶାକରୁଛୁ କି ପରବର୍ତ୍ତୀ ସମୟରେ ଏଭଳି ହୀନ ବିବୃତି ରଖିବା ପୂର୍ବରୁ ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ପୋର୍ଟାଲରେ ଥିବା ସୂଚନା ହାସଲ କରିବାକୁ ସେ ସର୍ବନିମ୍ନ ପ୍ରୟାସ କରିବେ ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.