ଭୁବନେଶ୍ବର: ଏଣିକି ରାଜଧାନୀରେ ନନଷ୍ଟପ ଗଡିବ ଗାଡି । ବିନା ଟ୍ରାଫିକ ଟେନସନରେ ପହଁଞ୍ଚିବେ ଗନ୍ତବ୍ୟସ୍ଥଳରେ। ଟ୍ରାଫିକ ସିଗନାଲରେ ରହିବନି ରେଡ ସିଗନାଲର ଡର । କାରଣ ଖୁବଶିଘ୍ର ଲାଗୁହେବାକୁ ଯାଉଛି ଗ୍ରୀନ କରିଡର ସିଷ୍ଟମ । ଯାହା ଦ୍ବାରା ନିର୍ଦ୍ଧାରିତ ବେଗରେ ଆପଣ ଗାଡି ଚଳାଇଲେ ଅଟକିବାକୁ ପଡିବ ନାହିଁ ଟ୍ରାଫିକ ପୋଷ୍ଟରେ।
କାରଣ ଗ୍ରୀନ କରିଡର ସିଷ୍ଟମ ଲାଗୁ ଦ୍ବାରା ଏକ ନିର୍ଦ୍ଧାରିତ ବେଗରେ ଆପଣ ଗାଡି ଚଳାଇଲେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ପରବର୍ତ୍ତୀ ଟ୍ରାଫିକ ସିଗନାଲରେ କେବଳ ଗ୍ରିନ ସିଗନାଲ ଆସିବ । ଫଳରେ ଆପଣଙ୍କୁ ରେଡ ସିଗନାଲ ମିଳିବ ନାହିଁ କି ଟ୍ରାଫିକ ଉପରେ ଦୀର୍ଘ ସମୟ ଧରି ଅଟକିବାକୁ ପଡିବ ନାହିଁ । ଏଭଳି ସିଷ୍ଟମ ଏବେ ଟ୍ରାଏଲ ବେସିସରେ ପଟିଆରୁ ଜୟଦେବ ବିହାର ପର୍ଯ୍ୟନ୍ତ ଲାଗୁ ହୋଇଛି।
ଯାହାକୁ ନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ତେବେ ଏହା ସଫଳ ହେଲେ ୭ ଦିନ ମଧ୍ୟରେ ରାଜଧାନୀର ସମସ୍ତ ରୁଟରେ ଏଭଳି ନିୟମ ଲାଗୁ କରିବାକୁ ଯୋଜନା କରିଛି କମିସନରେଟ ପୋଲିସ।
କାରଣ ଏହା ଏକ ଏପରି ସିଷ୍ଟମ ଆପଣଙ୍କ ଟ୍ରାଫିକ ସିଗନାଲରେ କେତେ ଗାଡି ଠିଆ ହୋଇଛି ଓ କେତେ ନିର୍ଦ୍ଧାରିତ ବେଗରେ ଗଲେ ଆପଣ ପରବର୍ତ୍ତୀ ଟ୍ରାଫିକ ସିଗନାଲ କ୍ଲିୟର ହୋଇ ଆପଣଙ୍କୁ ଟ୍ରାଫିକ ସିଗନାଲରେ ଗ୍ରିନ ସିଗନାଲ ମିଳିବ ତାହା ଅଟୋମେଟିକ ମେସିନ ଦ୍ବାରା ନିର୍ଦ୍ଧାରିତ ହେବ ।
ଟ୍ରାଫିକ ସିଗନାଲରେ ଲାଗିଛି ସ୍ମାର୍ଟସିଟି ପ୍ରୋଜେକ୍ଟର କ୍ୟାମେରା ଓ ସିଗନାଲ ଲାଇଟ। ଯାହାକି ସ୍ବୟଂଚାଳିତ ନିୟନ୍ତ୍ରିତ ହେବ। କିନ୍ତୁ ଏଥିପାଇଁ ଆପଣଙ୍କୁ ଟ୍ରାଫିକର ଜେବ୍ରା କ୍ରସିଙ୍ଗର ପୁର୍ବରୁ ଅପେକ୍ଷା କରିବାକୁ ପଡିବ ଏବଂ ଗ୍ରିନ ମିଳିବା ମାତ୍ରେ ଏକ ନିର୍ଦ୍ଧାରିତ ବେଗରେ ପରବର୍ତ୍ତୀ ଟ୍ରାଫିକରେ ପହଞ୍ଚିବାକୁ ପଡିବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ