ETV Bharat / city

ରାଜଧାନୀରେ ଏମଭିଆଇ ଚେକିଂ, ନିୟମ ଭାଙ୍ଗିଲେ ଗଣିବେ ୩ହଜାର

ଦୁର୍ଘଟଣା ରୋକିବାକୁ ଅଭିନବ ପ୍ରୟାସ । ରାଜଧାନୀରେ ଚାଲିଛି ଏମଭିଆଇ ଚେକିଂ । ରାସ୍ତା ଉପରେ ଏମଭିଆଇ ନିୟମ ଅନୁସାରେ ଚାଲିଛି ଗାଡି ଚେକିଂ ।

author img

By

Published : Jun 20, 2019, 11:28 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଆକ୍ସନ ମୁଡରେ ପରିବହନ ବିଭାଗ । ଦୁର୍ଘଟଣା ରୋକିବାକୁ ଅଭିନବ ପ୍ରୟାସ । ରାଜଧାନୀରେ ଚାଲିଛି ଏମଭିଆଇ ଚେକିଂ । ରାସ୍ତା ଉପରେ ଏମଭିଆଇ ନିୟମ ଅନୁସାରେ ଚାଲିଛି ଗାଡି ଚେକିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ରାଜଧାନୀରେ ବିଗତ କିଛି ଦିନ ଧରି ଲଗାତାର ହେଉଥିବା ଦୁର୍ଘଟଣା ଯୋଗୁଁ ଏଭଳି ପଦକ୍ଷେପ ନେଇଛି ପରିବହନ ବିଭାଗ । ଏପରିକି ଏନଏଚ ଓଭର ବ୍ରିଜ ଆରମ୍ଭ ହେଉଥିବା ରସୁଲଗଡଠାରୁ ସତସଙ୍ଗ ବିହାର ପର୍ଯ୍ୟନ୍ତ ଉଭୟ ଓଭରବ୍ରିଜ ଉପରେ ଓ କଡରେ ଚେକିଂ ହୋଇଛି ।

ସେହିପରି ଆଚାର୍ଯ୍ୟବିହାର ଓଭରବ୍ରିଜ ନିକଟରେ ଓଭରବ୍ରିଜ ଉପରେ ଓ କଡରେ ଅନ୍ଯପଟେ ଖଣ୍ଡଗିରି ପଟୁ ବରମୁଣ୍ଡା ଓଭରବ୍ରିଜ ଉପରେ ଓ କଡରେ ଚେକିଂ କରାଯାଇଛି । ବିଶେଷ କରି ସ୍ପିଡ ଡ୍ରାଇଭିଂ, ତିନିଜଣିଆ ବାଇକ ଯାତ୍ରା, ହେଲମେଣ୍ଟ, ବିନାଲାଇସେନ୍ସ, ଗାଡିର ଇନସୁରାନସ ଓ ଫିଟନେସ ଭଳି ଅନେକ ଦିଗକୁ ନେଇ ଯାଞ୍ଚ କରାଯାଉଛି ।

ତେବେ ସର୍ବନିମ୍ନ ୧୦୦ ଟଙ୍କା ହେଲମେଣ୍ଟ ପାଇଁ ଦେବାକୁ ପଡୁଥିବାବେଳେ ଇନସୁରାନସ ନଥିଲେ ୧୦୦୦ ଟଙ୍କା, ଲାଇସେନ୍ସ ନଥିଲେ ୧୫୦୦ଟଙ୍କା ଗଣୁଛନ୍ତି ଗାଡି ମାଲିକ । ଚାଳକର ଲାଇସେନ୍ସ ନଥିଲେ ୫୦୦ଟଙ୍କା, ଫିଟନେସ ନଥିଲେ ୧୦୦୦ଟଙ୍କା ଦେବାକୁ ପଡୁଛି । ତେବେ ସେହି ଗାଡି ଉପରେ ବାରମ୍ବାର ଫାଇନ ଦେଲେ ଦ୍ବିତୀୟଥରକୁ ଦୁଇଗୁଣା ଫାଇନ ଭରିବାକୁ ପଡୁଛି । ଏହିପରି ଭାବରେ ଜଣପିଛା ୨ରୁ ୩ହଜାର ପର୍ଯ୍ୟନ୍ତ ଫାଇନ ହେବା ପରେ ସେହିଠାରେ ପେମେଣ୍ଟ କରୁଛନ୍ତି ।

ନଚେତ ଘରକୁ ଆସି ପରେ ପରିବହନ ଅଫିସରେ ନେଇ ଡିପୋଜିଟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅଫିସରମାନଙ୍କ ପାଖରେ ଏପରି ମେସିନ ରହିଛି ଯେଉଁଥିରେ ଗାଡି ନମ୍ବର ଏଣ୍ଟ୍ରି କଲେ ପୂରା ଗାଡିର ଫିଟନେସ, ଲାଇସେନ୍ସ , ଇନସୁରାନସ ଆଦି ସମସ୍ତ ପ୍ରକାର ତଥ୍ୟ ବାହାରି ପଡିବ ।

ତେବେ ସେହିଠାରେ ଇନଷ୍ଟାଣ୍ଟ ଉଲଙ୍ଘନ କରୁଥିବା ଦିଗକୁ ନେଇ ଫାଇନ ଭରିବାକୁ ପଡିବ । ଏହା ଫଳରେ ଲୋକେ ସଚେତନ ହେବା ସହ ଦୁର୍ଘଟଣା ରୋକାଯାଇ ପାରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାଜଧାନୀରେ ଜୋରଦାର ଗାଡି ଚେକିଂ,
୧୦୦ରୁ ୩ହଜାର ପର୍ଯନ୍ତ ଲାଗୁଛି ଫାଇନ
Body:ଆକ୍ସନ ମୁଡରେ ପରିବହନ ବିଭାଗ। ଦୁର୍ଘଟଣା ରୋକିବାକୁ ଅଭିନବ ଉପାୟ। ରାଜଧାନୀରେ ଚାଲିଛି ଏମଭିଆଇ ଚେକିଂ। ରାସ୍ତା ଉପରେ ଏମଭିଆଇ ନିୟମ ଅନୁସାରେ ଚାଲିଛି ଗାଡି ଚେକିଂ। ବିଶେଷ କରି ରାଜଧାନୀରେ ବିଗତ କିଛି ଦିନ ଧରି ହେଉଥିବା ଲଗାତାର ଦୁର୍ଘଟଣା ଯୋଗୁ ଏଭଳି ପଦକ୍ଷେପ ନେଇଛି ପରିବହନ ବିଭାଗ। କାରଣ ଏନଏଚ ଉପରେ ବାରିକେଡ ଲଗାଇବା ସମ୍ଭବପର ନୁହେଁ ତେଣୁ ସେସବୁକୁ ଦୃଷ୍ଡିରେ ରଖି ଖୋର୍ଦା ଜିଲ୍ଲାପାଳ ଓ ଭୁବନେଶ୍ବର ପରିବହନ ପକ୍ଷରୁ ଏନଏଚ ଉପରେ ବିନୀ ହେଲମେଣ୍ଟରେ ଯିବା ଅନୁମତି ନାହିଁ ବୋଲି ସେନେଇ ଚେକିଂ ଜୋରଦାର କରାଯାଇଛି। ଏପରିକି ଏନଏଚ ଓଭର ବ୍ରିଜ ଆରମ୍ଭ ହେଉଥିବା ରସୁଲଗଡଠାରୁ ସତସଙ୍ଗ ବିହାର ନିକଟରେ ଉଭୟ ଓଭର ବ୍ରିଜ ଉପରେ ଓ କଡରେ ଚେକି ହୋଇଛି ସେହିପରି ଆଚାର୍ଯବିହାର ଓଭର ବ୍ରିଜ ନିକଟରେ ଓଭରବ୍ରିଜ ଉପରେ ଓ କଡରେ ଅନ୍ଯପଟେ ଖଣ୍ଡଗିରି ପଟୁ ବରମୁଣ୍ଡା ଓଭରବ୍ରିଜ ଉପରେ ଓ କଡରେ ଚେକି କରାଯାଇଛି । ବିଶେଷ କରି ସ୍ପିଡି ଡ୍ରାଇଭିଂ,ତିନିଜଣିଆ ବାଇକ ଜର୍ଣିଂ,ହେଲମେଣ୍ଟ,ବିନାଲାଇସେନ୍ସ,ଗାଡିର ଇନସୁରାନସ ଓ ଫିଟନେସ ଭଳି ଅନେକ ଦିଗକୁ ନେଇ ଯାଂଚ କରାଯାଉଛି। ତେବେ ସର୍ବନିମ୍ନ ୧୦୦ ଟଙ୍କା ହେଲେମେଣ୍ଟ ପାଇଁ ବାରମ୍ବାର ଫାଇନ ଦେଲେ ଦ୍ବିତିୟଥରପାଇଁ ୩୦୦ ଟଙ୍କା।ଇନସୁରାନସ ନଥିଲେ ୧୦୦୦ ଟଙ୍କା, ଲାଇସେନ୍ସ ନଥିଲେ ୧୫୦୦ଟଙ୍କା। ଗାଡି ମାଲିକର ଲାଇସେନ୍ସ ନଥିଲେ ୫୦୦ଟଙ୍କା,ଫିଟନେସ ନଥିଲେ ୧୦୦୦ଟଙ୍କା,ଏହିପରି ଭାବରେ ଜଣପିଛା ୨ରୁ ୩ହଜାର ପର୍ଯନ୍ତ ଫାଇନ ହେବା ପରେ ସେହିଠାରେ ପେମେଣ୍ଟ କରିବେ। ନଚେତ ଘରକୁ ଆସି ପରେ ପରିବହନ ଅଫିସରେ ନେଇ ଡିପୋଜିଟ କରିପାରିବେ।ତେବେ ଏଭଳି ପରିସ୍ଥିତିରେ ଅଫିସରମାନଙ୍କ ପାଖରେ ଏପରି ମେସିନ ରହିଛି ଯେଉଁଥିରେ ଗାଡି ନମ୍ବର ଏଣ୍ଟ୍ରି କଲେ ପୁରା ଗାଡିର ଫିଟନେସ,ଲାଇସେନ୍ସ ,ଇନସୁରାନସ,ସମସ୍ତ ପ୍ରକାର ଡିଟେଲ ବାହାରି ପଡିବ ସେହିଠାରେ ଇନଷ୍ଟାଣ୍ଟ ଆପଣଙ୍କ ଉଲଙ୍ଘନ କରୁଥିବା ଦିଗକୁ ନେଇ ଫାଇନ ଭରିବାକୁ ପଡିବ। ଯାହା ଏବେ ରାଜଧାନିବାସିଙ୍କ ପାଇଁ ଏକ ସଚେତନତା ମୁଳକ ଚେକି ଯା ଦ୍ବାରା ଲୋକ ସଚେତନ ହେବେ ଏବଂ ଦୁର୍ଘଟଣା ରୋକାଯାଇପାରିବ ବୋଲି କହିଛନ୍ତି ଡ୍ଯୁଟିରେ ଥିବା ଅଫିସର।

ବାଇଟ-ଲକ୍ଷ୍ମିନୃସିଂହ ପାଢି,ଡେପୁଟି ସୁପରିଟେଣ୍ଡ ଟ୍ରାଫିକ ସେଣ୍ଟ୍ରାଲ ଜୋନ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.