ETV Bharat / city

ଆକାଶଛୁଆଁ ପରିବା ଦରରେ ଲାଗୁନି ଲଗାମ, ଏଠାରେ ମିଳୁଛି ଅଧା ଦାମ - ଚଢା ଦରରେ ପରିବା ବିକ୍ରି

ପରିବା ପର୍ଯ୍ୟାପ୍ତ ପରିମାଣର ବଜାରକୁ ଆସୁଛି । ସମସ୍ତ ହାଟରେ ଉଚିତ ମୂଲ୍ୟରେ ବିକ୍ରି ହେଉଛି । ଅଧିକ ପଢନ୍ତୁ...

ଆକାଶଛୁଆଁ ପରିବା ଦରରେ ଲାଗୁନି ଲଗାମ, ଏଠାରେ ମିଳୁଛି ଅଧା ଦାମ

author img

By

Published : Apr 10, 2020, 10:03 PM IST

ଭୁବନେଶ୍ବର: ପରିବା ଦର ଉପରେ ଲାଗୁନି ଲଗାମ । ଆକାଶଛୁଆଁ ପରିବା ଦର । ସାଧାରଣ ଲୋକ ଛାନିଆ । କୋରୋନା ପ୍ରଭାବରେ ରାଜଧାନୀରେ ଉପୁଜିଛି ଏପରି ସ୍ଥିତି ।

ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ କିଣୁଥିବା ପରିବା ମିଳୁଛି ଅଧା ଦାମରେ । ଅର୍ଥାତ ଯେଉଁଠି ପୋଟଳ କିଲୋ ରାସ୍ତାକଡରେ ୮୦ କିନ୍ତୁ ହାଟରେ ମିଳୁଛି ୪୦ । ବାଇଗଣ କିଲୋ ୪୦ ଥିଲେ ହାଟରେ ମିଳୁଛି ୨୦ । ଆଳୁ, କଖାରୁଠୁ ଆରମ୍ଭ କରି ଭଣ୍ଡା, ଝୁଡଙ୍ଗ, କଦଳୀ ଓ ଟମାଟୋର ଭଳି ତଟକା ପରିବା । ରାଜଧାନୀର ଥିବା ବିଭିନ୍ନ ହାଟରେ ଦାମ ଅଧା ଥିବା ବେଳେ ଅନ୍ୟ ପରିବା ଦୋକାନ, ରାସ୍ତାକଡ ଓ କଲୋନୀରେ ଖୋଲିଥିବା ଉଠା ଦୋକାନୀ ବିକୁଛନ୍ତି ଚଢା ଦରରେ । ଯେଉଁଥିପାଇଁ ଉପୁଜିଛି ଭୟର ବାତାବରଣ ଓ ଅଭାବୀ ବିକ୍ରିର ପରିସ୍ଥିତି ।

ଆକାଶଛୁଆଁ ପରିବା ଦରରେ ଲାଗୁନି ଲଗାମ, ଏଠାରେ ମିଳୁଛି ଅଧା ଦାମ

ସେପଟେ ବ୍ୟବସାୟୀ ଓ କଞ୍ଚା ପରିବା ସଂଘ କହିଛି ଯେ ଅଣପରିବା ବେପାରୀ ନେଉଛନ୍ତି ଚଢା ଦର । ପରିବା ପର୍ଯ୍ୟାପ୍ତ ପରିମାଣର ବଜାରକୁ ଆସୁଛି । ସମସ୍ତ ହାଟରେ ଉଚିତ ମୂଲ୍ୟରେ ବିକ୍ରି ହେଉଛି । ଚଢା ଦରରେ ବିକୁଥିବା ଲୋକଙ୍କ ଉପରେ ଲଗାମ ଲଗାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ଗୋଟିଏ ପଟେ ହାଟକୁ ଯିବା ଦୂର ଯୋଗୁଁ ଶସ୍ତାରେ ପରିବା ମିଳୁନି । ଅନ୍ୟପଟେ ରାସ୍ତାକଡରେ ଚଢା ଦରରେ ବିକୁଥିଲେ ମଧ୍ୟ ପ୍ରଶାସନର ଲଗାମ ନାହିଁ । ଏପରି ପରିସ୍ଥିତିରେ କିପରି ହେବ ପରିବା ଦର ନିୟନ୍ତ୍ରଣ ତାହା ଉପରେ ନଜର ରଖିବା ପାଲଟିଛି ବଡ ଚ୍ୟାଲେଞ୍ଜ ।

ଭୁବେନଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.