ଭୁବନେଶ୍ବର: ରାଜ୍ୟ ସରକାର ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି । ମହେଶ୍ବର ସ୍ବାଇଁଙ୍କୁ ଅଗ୍ନି ନିର୍ବାପନ ବିଭାଗ ଦାୟିତ୍ବରୁ ହଟାଇ ଦିଆଯାଇ ଉକ୍ତ ବିଭାଗର ଅତିରିକ୍ତ ଦାୟିତ୍ବରେ ସୁକାନ୍ତ ସେଠୀ ରହିବେ । ଅଗ୍ନି ନିର୍ବାପନ ବିଭାଗର ମୁଖ୍ୟ ଅଗ୍ନିଶମ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ ମହେଶ୍ବର ।
![ବରିଷ୍ଠ ଅଗ୍ନିଶମ ଅଧିକାରୀ ସ୍ତରରେ ଅଦଳବଦଳ](https://etvbharatimages.akamaized.net/etvbharat/prod-images/od-bbs-11-fireofficertransfer-avo-7205239_21112019214026_2111f_1574352626_155.png)
ସେହିପରି ଅଗ୍ନି ନିର୍ବାପନ ଶାଖାର ଉପଅଗ୍ନିଶମ ଅଧିକାରୀ ଅରୁଣ ଷଡ଼ଙ୍ଗୀଙ୍କ ବଦଳି ହୋଇଛି । ଜିଲ୍ଲା ଅଗ୍ନିଶମ ଅଧିକାରୀ ଭାବେ ଭବାନୀପାଟଣାକୁ ଅରୁଣଙ୍କ ବଦଳି ହୋଇଛି । ଅରୁଣଙ୍କ ବଦଳରେ ଡିଏଫଓ ହୋଇଛନ୍ତି ସଲିଲ ପ୍ରକାଶ କିଣ୍ଡୋ । ସଲିଲ ଭବାନୀପାଟଣା ସର୍କଲର ଜିଲ୍ଲା ଅଗ୍ନିଶମ ଅଧିକାରୀ ଅଛନ୍ତି ।
ଭୁବନେଶ୍ବର ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ