ETV Bharat / city

ଜଗତସିଂପୁରରେ JSWକୁ ଜୋରଦାର ବିରୋଧ - JSW Project in Jagatsinghpur

ଜଗତସିଂହପୁରରେ ପ୍ରସ୍ତାବିତ Jindal କମ୍ପାନୀ JSW ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁରରେ ଆଜି ଜନଶୁଣାଣି କରାଯାଇଛି। ପ୍ରଥମରୁ ସ୍ଥାନୀୟ ଲୋକେ ପ୍ରକଳ୍ପକୁ ପ୍ରବଳ ବିରୋଧ କରିବା ସହ ଜିନ୍ଦଲ ଗୋ ବ୍ୟାକ (Jindal Go Back) ନାରା ଦେଇଥିଲେ।। ଅଧିକ ପଢନ୍ତୁ

ଜଗତସିଂପୁରରେ JSW Project କୁ ବିରୋଧ
ଜଗତସିଂପୁରରେ JSW Project କୁ ବିରୋଧ
author img

By

Published : Nov 27, 2021, 7:36 AM IST

ଜଗତସିଂହପୁର: ଜଗତସିଂହପୁରରେ ପ୍ରସ୍ତାବିତ Jindal କମ୍ପାନୀର JSW ଶିଳ୍ପ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ କରିଥିବା ବେଳେ ଢିଙ୍କିଆ ପଞ୍ଚାୟତର ଗୋବିନ୍ଦପୁରରେ ଆଜି ଜନ ଶୁଣାଣି କରାଯାଇଛି। ଏଥିରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସ, ଜିଲାପାଳ ପାରୁଲ ପଟୱାରୀ, ଆରକ୍ଷୀ ଅଦିକ୍ଷକ ଅଖିଲେଶ୍ବର ସିଂ ଙ୍କ ସମେତ jsw ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ପ୍ରଥମରୁ ସ୍ଥାନୀୟ ଲୋକେ ପ୍ରକଳ୍ପକୁ ପ୍ରବଳ ବିରୋଧ କରିବା ସହ ଜିନ୍ଦଲ ଗୋ ବ୍ୟାକ (Jindal Go Back) ନାରା ଦେଇଥିଲେ ।

ଜଗତସିଂପୁରରେ JSW Project କୁ ଯୋରଦାର ବିରୋଧ

ଯାହାକୁ ନେଇ ପ୍ରଶାସନ ଅକଳରେ ପଡିଥିଲା। ସଭାସ୍ଥଳରେ ହଜାର ହଜାର ଲୋକେ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜୋରଦାର ବିରୋଧ କରିଥିଲେ। ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ସୂଚନାଯୋଗ୍ୟ ଯେ ଏହି ପ୍ରକଳ୍ପ ହେଲେ ଗୋବିନ୍ଦପୁର ଗ୍ରାମର 661 ପରିବାରଙ୍କ ମଧ୍ୟରୁ 49 ଟି ପରିବାର ବାସଚ୍ୟୁତ ହେବାକୁ ଥିବାବେଳେ ଢିଙ୍କିଆ ପଞ୍ଚାୟତର 8ଶହ 32 ପରିବାର ମଧ୍ୟରୁ 67 ଟି ପରିବାର ସେମାନଙ୍କ ଭିଟାମାଟି ଛାଡିବାକୁ ପଡିବ।

ସେହିପରି ନୂଆଗାଁ ପଞ୍ଚାୟତ ପୋଲାଙ୍ଗ ଗ୍ରାମର 1248 ପରିବାରଙ୍କ ମଧ୍ୟରୁ 98 ଟି ପରିବାର ବାସଚ୍ୟୁତ ହେବେ। ଏହାକୁ ନେଇ ବିପକ୍ଷବାଦୀ ମାନେ କମ୍ପାନୀ ବିରୋଧରେ ପ୍ରଚାର ଜୋରଦାର କରିଥିବା ବେଳେ ଆଜି ପ୍ରଶାସନ ଘୋର ବିରୋଧର ସମ୍ମୁଖୀନ ହୋଇଛି ।

ଜଗତସିଂହପୁରରୁ ସୁଶାନ୍ତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.