ଭୁବନେଶ୍ବର: ରାତି ପାହିଲେ ଗଣତନ୍ତ୍ର ଦିବସ ପାଳନ ହେବ । ଏହି ଅବସରରେ ଲୋୟର ପିଏମଜିରେ ବନ୍ଦେ ମାତରମ୍ ସଂଗଠନ ପକ୍ଷରୁ ଛୋଟ ପିଲାଙ୍କୁ ନେଇ ମେରା ଜାନ ହିନ୍ଦୁସ୍ଥାନ ନାମକ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି । ଏଥିସହ ସାରେ ଯାହାଁସେ ଆଚ୍ଛା ହିନ୍ଦୁସ୍ତା ହମାରା ସଂଗୀତକୁ ପରିବେଷଣ କରାଯାଇଛି । ଏହାର ଅର୍ଥ ହେଉଛି ଭାରତର କଳା ସଂସ୍କୃତି ନିଦର୍ଶନରେ ସାରା ବିଶ୍ବକୁ ଚକିତ କରି ପାରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ସେହିପରି ଭାରତ ବିବିଧତା ମଧ୍ୟରେ ଏକତାକୁ ମୂଳମନ୍ତ୍ର କରି ସବୁଠି ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେବେ ଆଜି ଏହି ବାର୍ତ୍ତା ନେଇ ଲୋୟର ପିଏମଜିରେ ବନ୍ଦେ ମାତରମ ସଂଗଠନ ପକ୍ଷରୁ ମେରା ଜାନ ହିନ୍ଦୁସ୍ଥାନ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି । ତେବେ ଏହା ଆମ ଗଣତନ୍ତ୍ର ପାଇଁ ନିହାତି ଜରୁରୀ ବୋଲି ସଂଗଠନ କହିଛି।
ଅନ୍ୟପଟେ ଆଗକୁ ରାଜ୍ୟରେ ନିର୍ବାଚନ ଆସୁଛି ଗଣତନ୍ତ୍ରର ଏହି ମହାନ ପର୍ବରେ ସମସ୍ତେ ସାମିଲ ହେବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ ସମସ୍ତଙ୍କୁ ବାର୍ତ୍ତା ଦେବାକୁ ପ୍ରୟାସ କରାଯାଇଛି । କାରିଗଲ ଯୁଦ୍ଧରୁ ଲଗାତାର ଭାବେ ସ୍ବାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପୂର୍ବ ଦିନ ଏହିଭଳି ପଥପ୍ରାନ୍ତ ନାଟକ ପରିବେଷଣ କରି ଆସୁଛି ଏହି ସଂଗଠନ ।
ପ୍ରତ୍ୟେକ ପଥଚାରୀଙ୍କୁ ଆଜି ଜାତୀୟ ପତାକା ଦେଇ ଦେଶ ପାଇଁ ଏହି ଦୁଇ ଦିନ ସମର୍ପଣ କରିବାକୁ ଅନୁରୋଧ କରିଛି ସଂଗଠନ । ଆଜିର ଏହି କାର୍ଯ୍ୟକ୍ରମରେ ଅନେକ ଶିଶୁ କଳାକାର ମଧ୍ୟ ଅଂଶଗ୍ରହଣ କରିଥିଲେ । ଏମାନଙ୍କ କଳାର ଯାଦୁଗରି ଅନେକ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ ଓ ଦେବସ୍ମିତା ରାଉତ, ଇଟିଭି ଭାରତ