ଭୁବନେଶ୍ବର: ରାଜଧାନୀରେ ଟୀକାକରଣ ନେଇ ବିଏମସି ପକ୍ଷରୁ ସୂଚନା । ଘରୋଇ ହସ୍ପିଟାଲରେ ଟୀକାକରଣ ନେଇ ବିଏମସିର ସ୍ପଷ୍ଟୋକ୍ତି । ଘରୋଇ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଟିକା ମହଜୁଦ ନାହିଁ । ତେଣୁ, ଟିକା ଆସିଲେ ଘରୋଇ ହସ୍ପିଟାଲରେ ମିଳିବ । ସୋମବାର ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ।
ଭୁବନେଶ୍ୱରରେ ପୂର୍ବରୁ ୩୧ଟି ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରଥମ ଫେଜରେ ଏମପାନେଲ କରାଯାଇଥିଲା । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । କାରଣ ୧୮-୪୪ ବର୍ଗର ହିତାଧିକାରୀମାନଙ୍କ ଲାଗି ଦେଢ଼ ଲକ୍ଷ ଟିକା ଆସିଥିଲା । ଏହାପରେ ବିଏମସି ତରଫରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ସରିଛି । ତେଣୁ ସେ ସମସ୍ତ ବୁକିଂ କ୍ୟାନସଲ୍ କରାଯାଇପାରିବ ନାହିଁ । ନୂଆ ଭ୍ୟାକ୍ସିନ ଆସିଲେ ପ୍ରାଇଭେଟ୍ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କମିଶନର ।
ଏଯାବତ ରାଜଧାନୀରେ ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଲେଣି । ସେହିପରି ଏସପ୍ଲାନେଡ୍ ମଲ୍ ପରି ଆଉ ୩ ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ୍ ଭ୍ରାଇଭ୍ ପାଇଁ ବ୍ୟବସ୍ଥା କରୁଛି । ଯେଉଁଠି ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀମାନେ ଦ୍ବିତୀୟ ଡୋଜ୍ ଟିକା ସ୍ଲଟ୍ ବୁକ୍ କରି ନେଇପାରିବେ । ଏନେଇ ଆଜି ବିଏମସି ଟ୍ବିଟରରେ ଜଣାଇଦିଆଯିବ ।
ସେପଟେ ରାଜ୍ୟରେ ଟୀକାକରଣକୁ ନେଇ ସମସ୍ତ କେନ୍ଦ୍ରରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି । ଯାହାକୁ ନେଇ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଏପଟେ ଘରୋଇ ହସ୍ପିଟାଲରେ 100 ଟଙ୍କାରେ କରାଯିବ ଟୀକାକରଣ । ଯାହା ସରକାରୀ ହସ୍ପିଟାଲ ଗୁଡିକରେ ଭିଡ଼ କମେଇବାକୁ ଏଭଳି ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବିଶେଷଜ୍ଞ ଡ଼ଃ ନିରୋଜ ମିଶ୍ର । ରାଜ୍ୟରେ ଟୀକାକରଣକୁ ଜୋରଦାର କରିବାକୁ ରାଜ୍ୟ ସରକାର ବିଭିନ୍ନ ପନ୍ଥାକୁ ଅପଣାଇଛନ୍ତି । ଟିକାକୁ ନେଇ ବହୁଳ ମାତ୍ରାରେ ସାଧାରଣ ଜନତା ଟିକା ନେବାକୁ ସରକାରୀ କେନ୍ଦ୍ର ଗୁଡିକକୁ ଆସୁଛନ୍ତି । ଯାହା ଫଳରେ ଅହେତୁକ ଭିଡ଼ ଦେଖିବାକୁ ମିଳୁଛି ।
ଘଣ୍ଟା ଘଣ୍ଟା ଧରି ଧାଡି ବାନ୍ଧି ଛିଡା ହେବା ସହ ସଂକ୍ରମଣର ଅଧିକ ଭୟ ରହିଥାଏ । ସରକାରୀ ହସ୍ପିଟାଲରେ ଯେଉଁ ଭଳି ପ୍ରକାରର ଭିଡ଼ ହେଉଛି ସେଥିପାଇଁ ବିନା ଭୟରେ ଟିକା ନେଇପାରିବେ । ବୟସ୍କ ଲୋକଙ୍କ ପାଇଁ ଏହା ସମ୍ପୂର୍ଣ୍ଣ ରୂପେ ଗ୍ରହଣୀୟ ଅଟେ । ଅନ୍ୟପଟେ ଆଉ ଏକ ଘରୋଇ ହସ୍ପିଟାଲର ଡ଼ଃ ସୁନିତା ସାହୁ କହିଛନ୍ତି ଯେ ପୂର୍ବରୁ ମଧ୍ୟ ଘରୋଇ ହସ୍ପିଟାଲରେ ସମସ୍ତ କୋଭିଡ ନିୟମ ଅନୁଯାୟୀ ଟୀକାକରଣ କରାଯାଉଛି । ଯେଉଁମାନେ ଟିକା ନେବା ପାଇଁ ଆସିବେ ସେମାନେ ମଧ୍ୟ ରାଜ୍ୟ ସରକାରଙ୍କର କୋଭିଡ ନିୟମକୁ ମାନନ୍ତୁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ବିକାଶ ଦାସ, ଇଟିଭି ଭାରତ