ETV Bharat / city

ବାହାର ରାଜ୍ୟରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ - ଶନିବାରଠୁ ବନ୍ଦ ହେବ ଟୀକାକରଣ

ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକ ମାନଙ୍କର ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ । ସେମାନଙ୍କୁ 7 ଦିନ ସଙ୍ଗରୋଧରେ ରହିବାକୁ ହେବ । ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
author img

By

Published : Apr 8, 2021, 12:33 PM IST

Updated : Apr 8, 2021, 2:56 PM IST

ଭୁବନେଶ୍ବର: ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକ ମାନଙ୍କର ଆରଟିପିସିଆର ଟେଷ୍ଟିଂ କରାଯିବ । ସେମାନଙ୍କୁ 7 ଦିନ ସଙ୍ଗରୋଧରେ ରହିବାକୁ ହେବ । ଏହାସହ ପଶ୍ଚିମବଙ୍ଗ ଫେରନ୍ତାଙ୍କ ବି ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ବାହାର ରାଜ୍ୟରୁ ଆସୁଥିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ସେ କହିଛନ୍ତି, ‘ଏ ଯାଏଁ କିଛି କଟକଣା ଲାଗିନି । ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆସରିଛି । ବୁଧବାର ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ 25 ଲକ୍ଷ ଟିକା ପାଇଁ ଚିଠି ଲେଖିଛି । ପୂର୍ବର ACS ବି ଚିଠି ଲେଖିଥିଲେ । ଦିନକୁ 2.5 ଲକ୍ଷ ଟିକା ଦରକାର । ଓଡ଼ିଶାରେ ମାତ୍ର 0.5 ଟିକା ନଷ୍ଟ ହୋଇଛି । 10 ଦିନ ପାଇଁ ଆମକୁ 25 ଲକ୍ଷ ଟିକା ଦେବାକୁ ମୁଁ ଚିଠି ଲେଖିଛି’ ।

ତେବେ ଏପର୍ଯନ୍ତ ଟିକା ଆସିନଥିବା ମଧ୍ୟ ସେ କହିଛନ୍ତି । ଆଜି ସଂନ୍ଧ୍ୟା ସୁଦ୍ଧା ନ ଆସିଲେ ଶନିବାରରୁ ବନ୍ଦ ହେବ ଟୀକାକରଣ । ଆଜି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଭିତରେ ଆଲୋଚନା ହେବ । ତେଣୁ ମୁଖ୍ୟମନ୍ତ୍ରୀ ଆଜି ଟିକା ପାଇଁ ଦାବି କରି ପାରନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 8, 2021, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.