ETV Bharat / city

ରାଜ୍ୟରେ ବଢିଲା ଭ୍ୟାକ୍ସିନ ସଙ୍କଟ, ଆସନ୍ତାକାଲି 10 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ

author img

By

Published : Jul 9, 2021, 10:27 PM IST

ରାଜ୍ୟରେ ପୁଣି ଦେଖାଦେଇଛି ଟିକା ସଙ୍କଟ । ରାଜ୍ୟକୁ କୋଭିସିଲ୍ଡ ଟିକା କମ୍ ଆସୁଥିବାରୁ ରାଜ୍ୟରେ ଟିକାକରଣ ହୋଇପାରୁନି । ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନଥିବାରୁ ଶନିବାର 10ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଅଧିକ ପଢନ୍ତୁ...

ରାଜ୍ୟରେ ବଢିଲା ଭ୍ୟାକ୍ସିନ ସଙ୍କଟ, ଆସନ୍ତାକାଲି 10 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ
ରାଜ୍ୟରେ ବଢିଲା ଭ୍ୟାକ୍ସିନ ସଙ୍କଟ, ଆସନ୍ତାକାଲି 10 ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ

ଭୁବନେଶ୍ବର: ମହାମାରୀ କୋରୋନାର ଭୟାବହତା ମଧ୍ୟରେ ରାଜ୍ୟରେ ପୁଣି ଦେଖାଦେଇଛି ଟିକା ସଙ୍କଟ । ରାଜ୍ୟକୁ କୋଭିସିଲ୍ଡ ଟିକା କମ୍ ଆସୁଥିବାରୁ ରାଜ୍ୟରେ ଟିକାକରଣ ହୋଇପାରୁନି । ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନଥିବାରୁ ଶନିବାର 10ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ।

ରାଜ୍ୟରେ ଟୀକା ଅଭାବ କାରଣରୁ ଶନିବାର 10ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଟୀକାକରଣ ବନ୍ଦ ରହିଥିବା ଜିଲ୍ଲାଗୁଡିକ ମଧ୍ୟରେ ବାଲେଶ୍ୱର, ଯାଜପୁର, କଳାହାଣ୍ଡି ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡା, ସୋନପୁର ସାମିଲ ରହିଛି।

ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ବାକି ଜିଲ୍ଲାରେ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ରାଜ୍ୟରେ ଟିକା ନଥିବା ବେଳେ ଶୁକ୍ରବାର 545ଟି କେନ୍ଦ୍ରରେ 93334 ଟୀକାକରଣ କରାଯାଇଛି । ରାଜ୍ୟରେ ମୋଟ ଟୀକାକାରଣ 1 କୋଟି 32 ଲକ୍ଷ 72 ହଜାର 638ରେ ପହଞ୍ଚିସାରିଲାଣି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.