ETV Bharat / city

ସରିଲା ମାଗଣା ଟିକା ଡେଡଲାଇନ, ମହଜୁଦ ଥିବା ଟିକା ଦିଆଯିବ

ସେପ୍ଚେମ୍ବର 30ରୁ ରାଜ୍ୟରେ ମାଗଣା ଟିକାକରଣ ପ୍ରକିୟା ଶେଷ ହୋଇଛି। କିନ୍ତୁ ମହଜୁଦ ଥିବା ଟିକାକୁ ପ୍ରଦାନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢ଼ନ୍ତୁ

author img

By

Published : Oct 1, 2022, 3:24 PM IST

vaccination to continue in odisha say health and family welfare director
ସରିଲା ମାଗଣା ଟିକା ଡେଡଲାଇନ, ମହଜୁଦ ଥିବା ଟିକା ଦିଆଯିବ

ଭୁବନେଶ୍ବର: ସରିଲା ମାଗଣା ଟିକା ନେବାର ଡେଡଲାଇନ । କିନ୍ତୁ ଡେଡଲାଇନ ସରିଥିଲେ ବି ଦିଆଯିବ ମାଗଣା ଟିକା। ଜୁଲାଇ 15 ରୁ ଆରମ୍ଭ ହୋଇ ସେପ୍ଟେମ୍ବର 30ରେ ଶେଷ ହୋଇଥିବା ବୁଷ୍ଟର ଟିକାକରଣ ଆଗକୁ ଚାଲୁ ରହିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ରାଜ୍ୟରେ କୋରୋନା ସଂକ୍ରମଣ କେତେବେଳେ ବୃଦ୍ଧି ପାଉଛି ତ ପୁଣି କେବେ କମିବାରେ ଲାଗୁଛି। ଯାହାକୁ ନେଇ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି। ଏହାରି ଭିତରେ ମାଗଣା ଟିକା ବ୍ୟବସ୍ଥାର ଡେଡଲାଇନ ଶେଷ ହୋଇଛି। କିନ୍ତୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ତେଣୁ ରାଜ୍ୟରେ ଜାରି ରହିବ ମାଗଣା ଟିକାକରଣ। ଟିକା ନ ସରିବା ପର୍ଯ୍ୟନ୍ତ ଓଡ଼ିଶାରେ ମାଗଣା ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, " ଆଗାମୀ ନିର୍ଦ୍ଦେଶନାମା ନଆସିବା ପର୍ଯ୍ୟନ୍ତ ଏହି ମାଗଣା ବୁଷ୍ଟର ଡୋଜ ଦିଆଯିବ। ଜୁଲାଇ 15 ରୁ ସେପ୍ଟେମ୍ବର 30 ଭିତରେ 1 କୋଟି 21 ଲକ୍ଷ 50 ହଜାର ବୁଷ୍ଟର ଡୋଜ ଟିକାକରଣ ସରିଛି। ଟିକାକରଣ ପାଇଁ ଯେତିକି ଲୋକସଂଖ୍ୟା ଧାର୍ଯ୍ୟ କରାଯାଇଥିଲା ତାର 38 ପ୍ରତିଶତ ଲୋକଙ୍କୁ ଟିକକରଣ ସରିଛି। ଓଡ଼ିଶାରେ ପ୍ରଥମ ଡୋଜ 97% ଓ ଦ୍ଵିତୀୟ ଡୋଜ 91% ଟୀକାକାରଣ ସରିଛି। ଯେଉଁଥି ପାଇଁ ସଂକ୍ରମଣ ସଂଖ୍ୟା ମଧ୍ୟ କମ ରହିଛି। ଆଗକୁ ପାର୍ବଣ ଆସୁଥିବାରୁ ଲୋକଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଉଛି।"

ସରିଲା ମାଗଣା ଟିକା ଡେଡଲାଇନ

ଏହା ମଧ୍ୟ ପଢ଼ନ୍ତୁ: ଖାଦ୍ୟ ସୁରକ୍ଷା ଆଇନ ଲାଗୁରେ ଦେଶରେ ନମ୍ବର ୧ ଓଡ଼ିଶା

ସଂକ୍ରମଣ କମିଥିବାରୁ ପ୍ରଥମ ଓ ଦ୍ଵିତୀୟ ଡୋଜ ପାଇଁ ଲୋକଙ୍କ ଭିତରେ ଥିବା ଆଗ୍ରହ ଏବେ ପ୍ରିକସନ ଡୋଜ କ୍ଷେତ୍ରରେ କ୍ରମଶ କମିଛି । ପ୍ରିକସନ ଡୋଜ ଦେବାରେ ଓଡିଶା ସବୁ ରାଜ୍ୟ ଠାରୁ ଆଗୁଆ ରହିଛି। ମହଜୁଦ ରହିଥିବା 3.5 ଲକ୍ଷ ଟିକା ସରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯାହା ନିର୍ଦ୍ଦେଶ ଆସିବ ତାକୁ ନେଇ କାର୍ଯ୍ୟକାରୀ କରାଯିବ । ଏପର୍ଯ୍ୟନ୍ତ ରାଜ୍ୟରେ 1 କୋଟି 21 ଲକ୍ଷ 50 ହଜାର 243 ଜଣ ଲୋକ ପ୍ରିକସନ ଡୋଜ ନେଇ ସାରିଲେଣି । ଏହାପରେ ବି 1150 ଟୀକାକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.