ETV Bharat / city

5 ଜିଲ୍ଲାରେ ଟୀକାକରଣ ଗତି କମ ରହିଛି: ବିଜୟ ପାଣିଗ୍ରାହୀ

author img

By

Published : Jan 12, 2022, 2:43 PM IST

ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ(precaution dose vaccination) । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 96 ହଜାର 684 ଜଣଙ୍କୁ ପ୍ରିକସନ ଡୋଜ ଦିଆସରିଥିବା ବେଳେ ଗତକାଲି (ମଙ୍ଗଳବାର) 46 ହଜାର 109 ଜଣଙ୍କୁ ପ୍ରିକସନ ଡୋଜ ଦିଆଯାଇଛି l ଅଧିକ ପଢନ୍ତୁ

5 ଜିଲ୍ଲାରେ ଟୀକାକରଣ ଗତି କମ ରହିଛି: ବିଜୟ ପାଣିଗ୍ରାହୀ
5 ଜିଲ୍ଲାରେ ଟୀକାକରଣ ଗତି କମ ରହିଛି: ବିଜୟ ପାଣିଗ୍ରାହୀ

ଭୁୁବନେଶ୍ବର: ରାଜ୍ୟରେ ଜାରି ରହିଛି ପ୍ରିକସନ ଟୀକାକରଣ(precaution dose vaccination) । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 96 ହଜାର 684 ଜଣଙ୍କୁ ପ୍ରିକସନ ଡୋଜ ଦିଆସରିଥିବା ବେଳେ ଗତକାଲି (ମଙ୍ଗଳବାର) 46 ହଜାର 109 ଜଣଙ୍କୁ ପ୍ରିକସନ ଡୋଜ ଦିଆଯାଇଛି l ତା ଭିତରେ ସ୍ବାସ୍ଥ୍ୟକର୍ମୀ 20 ହଜାର 130 ଜଣ, ସମ୍ମୁଖ ଯୋଦ୍ଧା 12 ହଜାର 133 ଜଣ, 60 ବର୍ଷରୁ ଉର୍ଦ୍ଧ୍ବ ଅଛନ୍ତି 13 ହଜାର 846ଜଣ। ଏହା ସହ 15 ରୁ 18 ବର୍ଷ ମଧ୍ୟରେ ମଧ୍ୟ ଟୀକାକରଣ ଜାରିରହିଛି ।

ମଙ୍ଗଳବାର ସୁଦ୍ଧା 79 ହଜାର 527 ଜଣ କିଶୋରଙ୍କୁ ଟିକା ଦିଆଯାଇଛି l ତେବେ ବର୍ତ୍ତମାନ ସୁଦ୍ଧା ସବୁ ବର୍ଗର ମୋଟ 8ଲକ୍ଷ 5 ହଜାର 553 ଜଣ ଟିକା ନେଇଛନ୍ତି। ଯାହା ଟାର୍ଗେଟର 34% l ଆଜି ସୁଦ୍ଧା ରାଜ୍ୟରେ 5 କୋଟି 32 ଲକ୍ଷ 13 ହଜାର ଟିକା ଦିଆସାରିଲାଣି। ପ୍ରଥମ ଡୋଜ 92 ପ୍ରତିଶତ ଓ ଦ୍ବିତୀୟ ଡୋଜ 90 ପ୍ରତିଶତ ଦିଆସାରିଛି ।

ଏପଟେ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଟିକାକରଣକୁ ଆହୁରି ବଢ଼ାଇବାକୁ କୁହାଯାଇଛି । ସେହି ଅନୁସାରେ ଯେତିକି ପ୍ରଥମ ଡୋଜ ନେଇନାହାନ୍ତି ସେମାନଙ୍କୁ ଘରକୁ ଘର ବୁଲି ଚିହ୍ନଟ କରାଯାଇ ଟିକା ଦିଆଯାଉଛି l ଦ୍ବିତୀୟ ଡୋଜ ସମୟ ବି ଯାହାର ହୋଇସାରିଛି ସେମାନଙ୍କର ତାଲିକା ଅନୁସାରେ ଟିକା ଦିଆଯାଉଛି l ଏହି ମାସ ଶେଷ ସୁଦ୍ଧା ଦ୍ବିତୀୟ ଡୋଜ ଟୀକାକରଣ ସାରିବାକୁ ଲକ୍ଷ୍ୟ ରଖିଛି ବିଭାଗ l ପ୍ରିକସନ ଡୋଜ ବର୍ତ୍ତମାନ ଟୀକାକରଣ କେନ୍ଦ୍ରରେ ଦିଆଯାଉଛି, ଯଦି ଆଗକୁ ଟୀକାକରଣ କେନ୍ଦ୍ରରେ ଟିକା ଦେବାରେ ଉନ୍ନତି ଦେଖାନଦିଏ, ତେବେ ଆମେ ଘରକୁ ଘର ବୁଲି ସେମାନଙ୍କୁ ଚିହ୍ନଟ କରି ଟୀକାକରଣ କେନ୍ଦ୍ରରେ ଟୀକାଦେବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ l

ପ୍ରତି ବ୍ଲକରେ 10ଟି ମୋବାଇଲ ଭ୍ୟାକସିନେସନ କ୍ଲିନିକ କରାଯାଇଛି l ତେବେ ଗଜପତି, ସୁନ୍ଦରଗଡ଼, କଟକ,ଅନୁଗୁଳ, ମୟୂରଭଞ୍ଜ ଜିଲ୍ଲାରେ ଟୀକାକରଣ ଗତି କମ ରହିଛି l ପ୍ରଥମ ଡୋଜ କମ ଥିବା ଜିଲ୍ଲା ଗୁଡିକ ହେଲା ଗଜପତି, ସୁନ୍ଦରଗଡ଼,କଟକ ଓ ଅନୁଗୁଳ ଏବଂ ଦ୍ବିତୀୟ ଡୋଜରେ ମୟୂରଭଞ୍ଜ ଜିଲ୍ଲା କମ ରହିଛି l ଏହାକୁ ମୁଖ୍ୟଶାସନ ସଚିବଙ୍କ ସହ ମୁଖ୍ୟମନ୍ତ୍ରୀ ମଧ୍ୟ ଅନୁଧ୍ୟାନ କରୁଛନ୍ତି । ଆଗକୁ ଏହି ଜିଲ୍ଲାରେ ଟୀକାକରଣ ବଢିବାର ଆଶା ରଖାଯାଇଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି l

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.