ETV Bharat / city

ଗର୍ଭବତୀଙ୍କୁ ବିଶେଷ ଦୃଷ୍ଟି, ଜୁଲାଇ 15 ପରେ ଦିଆଯିବ ଟିକା

author img

By

Published : Jul 9, 2021, 1:14 PM IST

Updated : Jul 9, 2021, 5:38 PM IST

ଆସନ୍ତା 15 ତାରିଖ ପରଠାରୁ ଗର୍ଭବତୀଙ୍କୁ ଟୀକକରଣ ଆରମ୍ଭ ହେବ । ଏନେଇ ସମସ୍ତ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

15 ପରେ ଆରମ୍ଭ ହେବ ଟୀକାକରଣ
15 ପରେ ଆରମ୍ଭ ହେବ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ ଗର୍ଭବତୀଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆସନ୍ତା 15 ତାରିଖ ପରଠାରୁ ଗର୍ଭବତୀଙ୍କୁ ଟୀକାକରଣ ଆରମ୍ଭ ହେବ । ଏନେଇ ସମସ୍ତ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦିଆଯାଇଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

15 ପରେ ଆରମ୍ଭ ହେବ ଟୀକାକରଣ

ଗର୍ଭବତୀଙ୍କୁ ଟିକା ପ୍ରଦାନ କରିବା ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ରାଜ୍ୟ ସରକାର । ତୃତୀୟ ଲହର ପୂର୍ବରୁ ଗର୍ଭବତୀଙ୍କୁ ବିଶେଷ ଦୃଷ୍ଟି ଦିଆଯାଇଛି । ଘର ଘର ବୁଲି ଗର୍ଭବତୀଙ୍କୁ ଟିକା ଦିଆଯିବନାହିଁ । ଏ ନେଇ ଆଶାକର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ତାଲିମ ଦିଆ ସରିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଟିକା କେନ୍ଦ୍ରକୁ ଆସୁଥିବା ଗର୍ଭବତୀଙ୍କ ପାଇଁ ଏକ ସ୍ବତନ୍ତ୍ର କକ୍ଷ କରାଯିବ । ଟିକା ନେବା ପରେ ସେମାନଙ୍କୁ 30ମିନିଟ ପର୍ଯ୍ୟନ୍ତ ନୀରିକ୍ଷଣରେ ରଖାଯିବ । ଘର ପାଖରେ ଥିବା ଟିକା କେନ୍ଦ୍ରରେ ଟିକା ନେଇ ପାରିବେ ଗର୍ଭବତୀ । ଟିକା ନେବା ପରେ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡୁଛି ସମସ୍ତ ତଥ୍ୟ ଆଶାକର୍ମୀଙ୍କୁ ଜଣାଇବେ । ସମସ୍ତ ଗାଇଡଲାଇନ ପାଳନ କରାଯାଇ ଗର୍ଭବତୀଙ୍କୁ ଟୀକାକରଣ କରାଯିବ ।

ଆଜି ରାଜ୍ୟରେ 1 ଲକ୍ଷ 73 ହଜାର କୋଭାକ୍ସିନ ଟିକା ପହଞ୍ଚିଛି । ଏହି ସମସ୍ତ ଟିକା ଗଞ୍ଜାମ ଜିଲ୍ଲାକୁ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ । ଗର୍ଭବତୀ ମହିଳାଙ୍କୁ ଟିକା ଦେଲା ପରେ ଏନସିବି କାର୍ଡରେ ଡକ୍ୟୁମେଣ୍ଟ କରିବେ । ଏନେଇ ସମସ୍ତ ପ୍ରସ୍ତୁତ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jul 9, 2021, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.