ETV Bharat / city

4 ମହାନଗର ନିଗମକୁ 1 ଲକ୍ଷ ଟିକା, ଖୁବଶୀଘ୍ର ଆରମ୍ଭ ହେବ ଟୀକାକରଣ

author img

By

Published : May 9, 2021, 9:27 PM IST

ରାଜ୍ୟର 4 ମହାନଗର ନିଗମରେ 18 ବର୍ଷରୁ 44 ବର୍ଷ ବୟସ୍କଙ୍କ ମଧ୍ୟରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

4 ମହାନଗର ନିଗମରେ ଆରମ୍ଭ ହେବ 18 ରୁ 44 ବର୍ଷ ବୟସ୍କଙ୍କ ଟିକାକରଣ

ଭୁବନେଶ୍ବର : ରାଜ୍ୟର 4 ମହାନଗର ନିଗମରେ 18 ବର୍ଷରୁ 44 ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ରାଜ୍ୟ ସରକାର ଆଣିଥିବା 1 ଲକ୍ଷ କୋଭିସିଲ୍ଡ ଟିକା ଏହି ସମସ୍ତ ମହାନଗର ନିଗମକୁ ବଣ୍ଟନ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ସେଗୁଡିକ ହେଲା କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ରାଉରକେଲା ।

ରାଜ୍ୟର 4 ମହାନଗର ନିଗମ ମଧ୍ୟରେ 1 ଲକ୍ଷ କୋଭିସିଲଡ଼ ଟିକା ବଣ୍ଟନ କଲା ସ୍ବାସ୍ଥ୍ୟ ବିଭାଗ । ମହାନଗର ନିଗମ ଗୁଡିକର ଜନସଂଖ୍ୟା ଆଧାରରେ ଟିକା ବଣ୍ଟନ କରାଯିବ । କଟକ ମହାନଗର ନିଗମକୁ 3 ଲକ୍ଷ 10 ହଜାର 232 ଜଣକୁ ସର୍ବାଧିକ 32 ହଜାର 800 ଟୀକା। ବ୍ରହ୍ମପୁରରେ 1 ଲକ୍ଷ 71 ହଜାର 402 ଜଣଙ୍କୁ 19 ହଜାର ଟିକା, ରାଉରକେଲାକୁ 2 ଲକ୍ଷ 58 ହଜାର 29 ଜଣଙ୍କ ପାଇଁ 27 ହଜାର 300 ଏବଂ ସମ୍ବଲପୁରକୁ 1 ଲକ୍ଷ 91 ହଜାର 759 ଜଣଙ୍କୁ 20 ହଜାର 900 ଟିକା ବଣ୍ଟାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ହୋଇଛି । ସେହିପରି ମୋଟ 9 ଲକ୍ଷ 37 ହଜାର 422 ଜଣ ବ୍ୟକ୍ତି 18 ବର୍ଷ ରୁ 44 ବର୍ଷ ବୟସ ବ୍ୟକ୍ତିଙ୍କ ପାଇଁ 1 ଲକ୍ଷ ଟିକା ବଣ୍ଟନ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.