ETV Bharat / city

'ରାଜ୍ୟର ଅପହଞ୍ଚ ସ୍ଥାନରେ ମୋବାଇଲ ଭ୍ୟାନରେ ହେବ ଟୀକାକରଣ'

author img

By

Published : Aug 12, 2021, 2:43 PM IST

ରାଜ୍ୟର ଅପହଞ୍ଚ ସ୍ଥାନଗୁଡିକରେ ମୋବାଇଲ ଭ୍ୟାନ ଜରିଆରେ ଟୀକାକରଣ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟର ଅପହଞ୍ଚ ସ୍ଥାନରେ ମୋବାଇଲ ଭ୍ୟାନରେ ହେବ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ ଟୀକାକରଣକୁ ତ୍ବରାନ୍ବିତ କରିବାକୁ ନେଇ ସରକାର ଯୋଜନା କରିଛନ୍ତି । ଅପହଞ୍ଚ ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ଟୀକାକରଣ କରାଯିବ ବୋଲି ମିଳିଛି ସୂଚନା । କେଉଁ ବ୍ଲକରେ କେତେ ଆବଶ୍ୟକ ପଡିବ ସ୍ଥିତି ଦେଖି ଆଗକୁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଟୀକାକରଣ 1 କୋଟି 86 ଡୋଜ ସରିଛି । 1 କୋଟି 43 ଲକ୍ଷ ପ୍ରଥମ ଡୋଜ ଓ 43 ଲକ୍ଷ ଦିତୀୟ ଡୋଜ ଟିକା ନେଇଛନ୍ତି ରାଜ୍ୟବାସୀ । ଆଜି(ଗୁରୁବାର) 3 ଲକ୍ଷ ଡୋଜ କୋଭାକ୍ସିନ ଆସିବ। କୋଭିସିଲ୍ଡ 10 ଲକ୍ଷ ଡୋଜ ଅଛି । ସବୁ ଜିଲ୍ଲାରେ ଟୀକାକରଣ ଚାଲିଛି । ବର୍ତ୍ତମାନ ଗ୍ରାମାଞ୍ଚଳକୁ ଅଧିକ ଫୋକସ ଦିଆଯାଉଛି । ଗ୍ରାମାଞ୍ଚଳରେ PHରେ ବି ଏବେ ଟୀକା ଦିଆଯାଉଛି । ଆବଶ୍ୟକ ପଡ଼ିଲେ ଅଧିକ ଟୀକାକରଣ କେନ୍ଦ୍ର ବଢ଼ାଯିବ । ଯେଉଁଟି ବାକି ରହିଛି ସେଠି ଫୋକସ କରାଯିବ ବୋଲି ସେ କହିଛନ୍ତି ।

ଦୈନିକ ସାଢ଼େ 3 ଲକ୍ଷ ଡୋଜ ଟାର୍ଗେଟ ରହିଛି । ଟାର୍ଗେଟ ପୂରଣକୁ ସଫଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି । ଅନ୍ୟପଟେ ପ୍ରତ୍ୟେକ ଦିନ 2500 ଗର୍ଭବତୀ ଟିକା ନେଉଛନ୍ତି । ତେବେ ରାଜ୍ୟରେ ଅଗଷ୍ଟ 11 ତାରିଖ ସୁଦ୍ଧା 65 ହଜାର 992 ଜଣ ଟିକା ନେଇଛନ୍ତି । ତେବେ ରାଜ୍ୟରେ ମୋଟ 1 କୋଟି 86 ଲକ୍ଷ 45 ହଜାର 414 ଡୋଜ ଦିଆଯାଇଛି । କୋଭିସିଲଡ଼ ଟିକା 10 ଲକ୍ଷ 46 ହଜାର 840 ଓ କୋଭାକ୍ସିନ 60 ହଜାର 520 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.